ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ପଦ ପୂରଣ ଲାଗି ଅର୍ଥ ବିଭାଗର ମଞ୍ଜୁରୀ : ଆଜି ଉଚ୍ଚଶିକ୍ଷା ବିଭାଗ ଜାରି କରିବ ବିଜ୍ଞପ୍ତି

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡିର ଏକକ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ (ଆଫିଲିଏଟେଡ) ବିଶ୍ୱବିଦ୍ୟାଳୟ ହେବ। ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ। ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତ ମାର୍ଚ୍ଚ ୬ରେ ଓ ବଲାଙ୍ଗୀର ରାଜେନ୍ଦ୍ର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତ ମାର୍ଚ୍ଚ ୨ରେ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା। ହେଲେ ଏହାକୁ ପରିବର୍ତ୍ତନ କରି ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ କରିବା ଲାଗି ନିଷ୍ପତ୍ତି ହେବାପରେ ଗତ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏହି ଅନୁବନ୍ଧିତ ବିଶ୍ୱବିଦ୍ୟାଳୟକୁ ବିଧିବଦ୍ଧଭାବେ ଚାଲୁ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ନିକଟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଉକ୍ତ ଦୁଇଟି ଯାକ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି(ଭିସି) ଏବଂ ରେଜିଷ୍ଟ୍ରାର ପଦ ସୃଷ୍ଟି ଲାଗି ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଜଣାପଡିଛି। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହାପରେ ଏହି ପଦବୀ ପୂରଣ କରିବାର ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ସେହି ଅନୁଯାୟୀ ଉକ୍ତ ପଦବୀ ପୂରଣ ଶେଷ ହେବା ପରେ ଏହି ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ବିଧିବଦ୍ଧ ଭାବେ ପାଠପଢା ଚାଲିବ। ସୂଚନାଯୋଗ୍ୟ ଯେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ପ୍ରାୟ ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିବା ସହିତ ଅନୁବନ୍ଧିତ ହେବ। ସେହିଭଳି କଳାହାଣ୍ଡି ଏବଂ ନୂଆପଡା ଜିଲାର ପ୍ରାୟ ୫୦ଟି ମହାବିଦ୍ୟାଳୟ ଭବାନୀପାଟଣା ଏକକ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବ। ଯାହାକି ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହିଛି। ସମ୍ବଲପୁର ଅଧୀନରେ ଏକାଧିକ କଲେଜ ରହୁଥିବା ଯୋଗୁ ପରୀକ୍ଷା ଆଦି କରିବା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଥିଲା। ଯେଉଁଥିଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri