Posted inଖେଳ

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)-
(୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩)
ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା କ୍ରୀଡ଼ାବିତ୍‌ଙ୍କ ଆଦର୍ଶ ପାଲଟିଥିବା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ ଦ୍ୱିତୀୟଥର ପାଇଁ ଏହି ଉଦ୍ୟମ କରୁଥିବାବେଳେ ପ୍ରାଣତ୍ୟାଗ କରିଛନ୍ତି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ୧୯୬୬ ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିବା କଳ୍ପନା ୨୦୧୯ ମେ ୨୩ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଶାର ପ୍ରଥମ ପର୍ବତାରୋହୀଭାବେ ସେ ୨୦୦୮ ମେ ୨୧ରେ ଏଭରେଷ୍ଟ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରେ ଅନ୍ୟମାନେ ଏଭରେଷ୍ଟ ଆରୋହଣର ସ୍ବପ୍ନ ଦେଖିଥିଲେ। ଏଭରେଷ୍ଟ ସମେତ ସେ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ଶୃଙ୍ଗ ସଫଳତାର ସହ ଚଢ଼ିଛନ୍ତି। ପୂର୍ବରୁ ୨୦୦୪ ଓ ୨୦୦୬ରେ ସେ ୨ ଥର ଏଭରେଷ୍ଟ ଆରୋହଣର ଉଦ୍ୟମ କରିଥିଲେ ହେଁ ପ୍ରତିକୂଳ ପାଗ ଯୋଗୁ ସମ୍ଭବ ହୋଇ ନ ଥିଲା। ତେବେ ୨୦୦୮ରେ ତାଙ୍କ ସ୍ବପ୍ନ ସାକାର ହୋଇଥିଲା। ତେବେ ଏଭରେଷ୍ଟ ଆରୋହଣର ନିଶା ତାଙ୍କ ମନରୁ ତୁଟି ନ ଥିଲା। ଦ୍ୱିତୀୟ ଥରପାଇଁ ସେ ଅନ୍ୟ ୨ ଜଣଙ୍କ ସହ ଆରୋହଣରେ ଯାଇଥିବାବେଳେ ସେଠାରେ ପ୍ରାଣତ୍ୟାଗ କରିଛନ୍ତି।
କଳ୍ପନା ୨୦୧୦ରେ ଉତ୍ତର ଆମେରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଡେନାଲି ଆରୋହଣ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ୨୦୧୪ ଅକ୍ଟୋବର ୯ରେ ସେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ(୫,୮୯୫ ମିଟର) ସଫଳତାର ସହ ଆରୋହଣ କରିଥିଲେ। ଅମ୍ଳଜାନ ବିନା ସେ ଏହି ଆରୋହଣ କରିଥିଲେ। ପରେ ୨୦୧୫ ଜାନୁୟାରୀ ୧୬ରେ ସେ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଶୃଙ୍ଗ ଆନ୍ଦେସ ରେଞ୍ଜ୍‌(୬,୯୬୨ ମିଟର)କୁ ବିନା ଅମ୍ଳଜାନରେ ସଫଳତାର ସହ ଆରୋହଣ କରିଥିଲେ। ସେହିବର୍ଷ ଜୁଲାଇ ୩୧ରେ ସେ ୟୁରୋପର ସର୍ବୋଚ୍ଚ ଶୃଙ୍ଗ କାଉକାସୁସ ରେଞ୍ଜ୍‌(୫,୬୪୨ ମିଟର)କୁ ମଧ୍ୟ ବିନା ଅମ୍ଳଜାନରେ ଆରୋହଣ କରିଥିଲେ। ୨୦୧୫ ଡିସେମ୍ବର ୩ରେ ସେ ଭାରତୀୟ ଶାଢ଼ି ପିନ୍ଧି ବିନା ଅମ୍ଳଜାନରେ ଅଷ୍ଟ୍ରେଲିଆର ମେନ ଲ୍ୟାଣ୍ଡ ମାଉଣ୍ଟ କୋଜିଉସ୍କୋ(୨,୨୨୮ ମିଟର)କୁ ସଫଳତାର ସହିତ ଆରୋହଣ କରିଥିଲେ।
ଶୋକର ଛାୟା
କଳ୍ପନାଙ୍କ ପରଲୋକରେ ଓଡ଼ିଶା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି। ଓଡ଼ିଶାର ଅନ୍ୟତମ ଏଭରେଷ୍ଟ ଆରୋହୀ ଗଣେଶ ଜେନା ଶୋକ ପ୍ରକାଶ କରିବାକୁ ଭାଷା ପାଇ ନାହାନ୍ତି। ଓଡ଼ିଶା ଦୁଃଶାହସିକ କ୍ରୀଡ଼ା ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଆମେ ହାତଗଣତି କେତେଜଣ ଏଭରେଷ୍ଟ ଆରୋହଣ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri