ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ

ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି ଲାଗୁଥିଲେ ବି ସତ। ହେଲେ ସେ ଯାହା କୁହନ୍ତି ତାହା ଅନ୍ଧବିଶ୍ୱାସ ଭଳି ଲାଗୁଥିଲେ ବି ତାହା ତାଙ୍କ ପାଇଁ ସତ ବୋଲି ସେ କୁହନ୍ତି। ମାତ୍ର ୧୪ ବର୍ଷ ବୟସରେ ବିବାହ କରିଥିବା ଚିନ୍ତାହରଣଙ୍କର ବିବାହର କିଛି ବର୍ଷ ମଧ୍ୟରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ମର୍ମାହତ ହୋଇ ସେ କୋଲକାତା ଚାଲିଯାଇ ସେଠାରେ ଏକ ଇଟାଭାଟିରେ କାମ କରିଥିଲେ। କିଛିଦିନ ପରେ ସେଠାରେ ସେ ଜଣେ ବଙ୍ଗାଳି ଝିଅଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଏଥିରେ ତାଙ୍କ ପରିବାର ଲୋକେ ଅରାଜି ହେବାରୁ ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ କୋଲକାତାରେ ଛାଡି ଦେଇ ଉତ୍ତର ପ୍ରଦେଶ ପଳାଇ ଆସିଥିଲେ। କିଛିଦିନ ପରେ ତାଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କ ଦେହ ଖରାପ ହେବା ଆରମ୍ଭ କଲା। କିଛି ରୋଗ ଚିହ୍ନଟ ପୂର୍ବରୁ ଜଣକ ପରେ ଜଣେ ଚିନ୍ତାହରଣଙ୍କ ମାତା, ପିତା, ଭାଇ, ଭାଉଜ, ପୁତୁରା ଆଦିଙ୍କର ମୃତ୍ୟୁ ହେଲା। ସେପଟେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କୁ ହରାଇବା ଦୁଃଖରେ ଆତ୍ମହତ୍ୟା କରିଦେଇଥିଲେ। ଏହାଦେଖି ଚିନ୍ତାହରଣ ଭୟଭୀତ ହୋଇ ଯାଇଥିଲେ। ସେ କୁହନ୍ତି ପ୍ରତିଦିନ ତାଙ୍କ ଦ୍ୱିତୀୟ ସ୍ତ୍ରୀ ସ୍ବପ୍ନରେ ଆସିଥାଆନ୍ତି। ଆଉ ସେ ତାଙ୍କୁ ଅଭିମାନରେ କହିଥାଆନ୍ତି ତୁମେ ଷୋଳ ଶୃଙ୍ଗାର ବେଶ ହେଲେ ମୁଁ ତୁମକୁ କ୍ଷମା ଦେବି। ଆଉ ଏହାପରେ ସେ ନାରୀ ବେଶ ଧାରଣ କରିବାରୁ ଆପଣାଛାଏଁ ସେ ସୁସ୍ଥ ହୋଇଯିବା ସହ ତାଙ୍କର ଦୁଇ ପୁଅ ବଞ୍ଚିଯାଇଥିବା ସେ କୁହନ୍ତି। ତେଣୁ ସେବେଠାରୁ ସେ ମୃତ୍ୟୁକୁ ଏକ ପ୍ରକାର ଭୟକରି ନାରୀ ବେଶ ଧାରଣ କରିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ପାଇଁ ଏମିତି କନ୍ୟା ଆବଶ୍ୟକ ବିଜ୍ଞାପନ ଦେଲେ ପରିବାର ଲୋକେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ କମ୍ପାନୀଗୁଡିକ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ତଥା ସମ୍ପର୍କ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥାନ୍ତି। କିନ୍ତୁ ଏକ ପରିବାର ପୁଅ ପାଇଁ କନ୍ୟା...

ନଷ୍ଟ ହେଉଛି ଡୋଜ୍‌: ସରକାର ଜାରି କଲେ ସଚେତନତା ପୋଷ୍ଟର

ନୂଆଦିଲ୍ଲୀ, ୨୧।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି। ତେବେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ...

ସାରୁ ପତ୍ରରେ ଖେଳୁଛି ଦୁଇ ମୁଣ୍ଡିଆ ସାପ: କାମୁଡିଲେ ମୃତ୍ୟୁ ସୁନିଶ୍ଚିତ!

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ...

କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ: ପୋଷ୍ଟାଲ ବ୍ୟାଲେଟ୍‌ ସହିତ ଇଭିଏମ୍‌

ନୂଆଦିଲ୍ଲୀ, ୨୩।୫: କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୭ତମ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ...

୪୦୭ ବର୍ଷରେ ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪।୧୨: ଭାରତୀୟ ନୌସେନାକୁ ଇତିମଧ୍ୟରେ ପୂରିଛି ୪ଶହ ୭ ବର୍ଷ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ୱ ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ...

ନୌସେନା ଗୋଇନ୍ଦା ବିଭାଗକୁ ସୁଦୃଢ଼ ପାଇଁ ଯୋଜନା କଲା ‘ର’

ନୂଆଦିଲ୍ଲୀ, ୩୦।୬: ଭାରତୀୟ ନୌସେନାର ଗୋଇନ୍ଦା ବିଭାଗକୁ ସୁଦୃଢ଼ କରିବା ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ପକ୍ଷରୁ ଯୋଜନା କରାଯାଇଛି। ଏହା ଦ୍ୱାରା ଶତ୍ରୁ...

ଯାତ୍ରୀ ଟ୍ରେନରେ ଯିବାକୁ ଟିକେଟ କାଟନ୍ତି ମହାରାଷ୍ଟ୍ରରେ, ଚଢ଼ନ୍ତି ଗୁଜରାଟରେ

ମୁମ୍ବାଇ,୧୫।୩: ସାଧାରଣତଃ ଷ୍ଟେଶନରେ ଟିକେଟ କାଟିବା ପରେ ଯାତ୍ରୀ ସେହିଠାରୁ ହିଁ ଟ୍ରେନରେ ଚଢ଼ିଥାନ୍ତି। ତେବେ ଭାରତରେ ଏଭଳି ଏକ ଷ୍ଟେଶନ ରହିଛି ଯେଉଁଠି ଯାତ୍ରୀ...

ପୋଲିସର ବର୍ବରତା: ଆହତଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କଲା

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଦଙ୍ଗାରେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କୁ ଜାତୀୟ ସଙ୍ଗୀତ ଗାଇବା ପାଇଁ...

Play 250+ Trending Games
Archives

Model This Week

Why Dharitri