Posted inଖେଳ

ଦୀପ୍‌ଗ୍ରେସ୍‌ଙ୍କୁ ହକି ଇଣ୍ଡିଆ ପୁରସ୍କାର

ନୂଆଦିଲ୍ଲୀ, ୮ା୩ (ପି.ଟି.)- ରବିବାର ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଏଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଣୀ ରାମପାଲ ଓ ମନ୍‌ପ୍ରୀତ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବିଭାଗରେ ୨୦୧୯ ବର୍ଷ ପାଇଁ ଧ୍ରୁବ ବାତ୍ରା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ଓଡ଼ିଶାର ଦୀପ୍‌ଗ୍ରେସ୍‌ ଏକ୍କାଙ୍କୁ ମାଇଲଷ୍ଟୋନ ଆଓ୍ବାର୍ଡ ମିଳିଛି। ମନପ୍ରୀତ ଓ ରାଣୀ ଉଭୟଙ୍କୁ ଟ୍ରଫି ବ୍ୟତୀତ ପୁରସ୍କାର ବାବଦରେ ୨୫ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି। ଆଡମ୍ବରପୂର୍ଣ୍ଣ ଉତ୍ସବରେ କେତେଜଣ ପୂର୍ବତନ ହକି ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ହକି ଇଣ୍ଡିଆର ମୋଟ ପୁରସ୍କାର ରାଶି ୧.୬୪ କୋଟି ରହିଛି। ମନପ୍ରୀତ ଓ ରାଣୀଙ୍କ ନେତୃତ୍ୱରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତ ମାସରେ ମନପ୍ରୀତ ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାନାଲ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ସେହିପରି ଜାନୁୟାରୀରେ ରାଣୀ ପ୍ରଥମ ଖେଳାଳି ଭାବେ ‘ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଅନ୍ୟ ପୁରସ୍କାରଗୁଡ଼ିକ ମଧ୍ୟରେ ଖେଳ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ହରବିନ୍ଦର ସିଂ ୨୦୧୯ ବର୍ଷ ପାଇଁ ମେଜର ଧ୍ୟାନଚାନ୍ଦ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ଲାଭ କରିଥିଲେ। ତାଙ୍କୁ ଏକ ଟ୍ରଫି ସହ ୩୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାରୁ ଦୀପ୍‌ ଗ୍ରେସ୍‌ଙ୍କ ବ୍ୟତୀତ କୋଥାଜିତ୍‌ ସିଂ ଏବଂ ସବିତାଙ୍କୁ ମାଇଲ ଷ୍ଟୋନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରତ୍ୟେକ ଗୋଟିଏ ଲେଖାଏଁ ଟ୍ରଫି ବ୍ୟତୀତ ୧ ଲକ୍ଷ ଟଙ୍କାର ଚେକ୍‌ ପାଇଥିଲେ। ସେହିପରି ଭାରତ ପାଇଁ ୧୦୦ ମ୍ୟାଚ ଖେଳିସାରିଥିବାରୁ ହରମନପ୍ରୀତ ସିଂ, ଲଳିତ କୁମାର ଉପାଧ୍ୟାୟ ଏବଂ ନିକ୍କି ପ୍ରଧାନଙ୍କୁ ୫୦,୦୦୦ ଟଙ୍କାର ଚେକ୍‌ ଏବଂ ଗୋଟିଏ ଲେଖାଏଁ ଟ୍ରଫି ପ୍ରଦାନ କରାଯାଇଥିଲା। ଏଫ୍‌ଆଇଏଚ୍‌ ପୁରୁଷ ପ୍ଲେୟାର ଅଫ୍‌ ଦି ଇୟର ୨୦୧୯ ପାଇଁ ମନପ୍ରୀତ ଆହୁରି ମଧ୍ୟ ପୁରସ୍କାର ବାବଦରେ ୧୦ ଲକ୍ଷ ଟଙ୍କା ପାଇଛନ୍ତି। ସେହିପରି ପୁରୁଷ ଓ ମହିଳା ବିଭାଗରେ ୨୦୧୯ ବର୍ଷର ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର ପୁରସ୍କାର ଜିତିଥିବାରୁ ବିବେକ ସାଗର ପ୍ରସାଦ ଏବଂ ଲାଲ୍‌ରେମସିଆମି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇଛନ୍ତି। ସେହିପରି ୨୦୧୯ର ଶ୍ରେଷ୍ଠ ଗୋଲକିବର ଭାବେ ବଲ୍‌ଜିତ୍‌ସିଂ ଆଓ୍ବାର୍ଡ କ୍ରିଷନ ବି. ପାଠକ ପାଇଥିବାବେଳେ ହରମନପ୍ରୀତଙ୍କୁ ଡିଫେଣ୍ଡର ଅଫ୍‌ ଦି ଇୟର ପୁରସ୍କାର ମିଳିଛି। ବର୍ଷର ଶ୍ରେଷ୍ଠ ମିଡ୍‌ ଫିଲ୍‌ଡର ପୁରସ୍କାର ଅଜିତ ପାଲ୍‌ ସିଂ ଆଓ୍ବାର୍ଡ ନେହା ଗୋଏଲ ଏବଂ ଶ୍ରେଷ୍ଠ ଫରଓ୍ବାର୍ଡ ପାଇଁ ମନଦୀପ ସିଂଙ୍କୁ ଧନରାଜ ପିଲ୍ଲେ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ଉଭୟେ ଗୋଟିଏ ଲେଖାଏଁ ଟ୍ରଫି ଏବଂ ୫ ଲକ୍ଷ ଟଙ୍କା ପାଇଥିଲେ। ଏହି ଅବସରରେ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା କହିଥିଲେ ଅନ୍ତର୍ଜାତୀୟ ମହାସଂଘର ମୁଖ୍ୟ ଭାବେ ଭାରତୀୟ ଦଳଗୁଡ଼ିକର ଅଗ୍ରଗତିରେ ମୁଁ ଖୁବ୍‌ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?