Posted inଖେଳ

ଦୀପ୍‌ଗ୍ରେସ୍‌ଙ୍କୁ ହକି ଇଣ୍ଡିଆ ପୁରସ୍କାର

ନୂଆଦିଲ୍ଲୀ, ୮ା୩ (ପି.ଟି.)- ରବିବାର ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଏଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଣୀ ରାମପାଲ ଓ ମନ୍‌ପ୍ରୀତ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବିଭାଗରେ ୨୦୧୯ ବର୍ଷ ପାଇଁ ଧ୍ରୁବ ବାତ୍ରା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ଓଡ଼ିଶାର ଦୀପ୍‌ଗ୍ରେସ୍‌ ଏକ୍କାଙ୍କୁ ମାଇଲଷ୍ଟୋନ ଆଓ୍ବାର୍ଡ ମିଳିଛି। ମନପ୍ରୀତ ଓ ରାଣୀ ଉଭୟଙ୍କୁ ଟ୍ରଫି ବ୍ୟତୀତ ପୁରସ୍କାର ବାବଦରେ ୨୫ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି। ଆଡମ୍ବରପୂର୍ଣ୍ଣ ଉତ୍ସବରେ କେତେଜଣ ପୂର୍ବତନ ହକି ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ହକି ଇଣ୍ଡିଆର ମୋଟ ପୁରସ୍କାର ରାଶି ୧.୬୪ କୋଟି ରହିଛି। ମନପ୍ରୀତ ଓ ରାଣୀଙ୍କ ନେତୃତ୍ୱରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତ ମାସରେ ମନପ୍ରୀତ ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାନାଲ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ସେହିପରି ଜାନୁୟାରୀରେ ରାଣୀ ପ୍ରଥମ ଖେଳାଳି ଭାବେ ‘ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଅନ୍ୟ ପୁରସ୍କାରଗୁଡ଼ିକ ମଧ୍ୟରେ ଖେଳ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ହରବିନ୍ଦର ସିଂ ୨୦୧୯ ବର୍ଷ ପାଇଁ ମେଜର ଧ୍ୟାନଚାନ୍ଦ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ଲାଭ କରିଥିଲେ। ତାଙ୍କୁ ଏକ ଟ୍ରଫି ସହ ୩୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାରୁ ଦୀପ୍‌ ଗ୍ରେସ୍‌ଙ୍କ ବ୍ୟତୀତ କୋଥାଜିତ୍‌ ସିଂ ଏବଂ ସବିତାଙ୍କୁ ମାଇଲ ଷ୍ଟୋନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରତ୍ୟେକ ଗୋଟିଏ ଲେଖାଏଁ ଟ୍ରଫି ବ୍ୟତୀତ ୧ ଲକ୍ଷ ଟଙ୍କାର ଚେକ୍‌ ପାଇଥିଲେ। ସେହିପରି ଭାରତ ପାଇଁ ୧୦୦ ମ୍ୟାଚ ଖେଳିସାରିଥିବାରୁ ହରମନପ୍ରୀତ ସିଂ, ଲଳିତ କୁମାର ଉପାଧ୍ୟାୟ ଏବଂ ନିକ୍କି ପ୍ରଧାନଙ୍କୁ ୫୦,୦୦୦ ଟଙ୍କାର ଚେକ୍‌ ଏବଂ ଗୋଟିଏ ଲେଖାଏଁ ଟ୍ରଫି ପ୍ରଦାନ କରାଯାଇଥିଲା। ଏଫ୍‌ଆଇଏଚ୍‌ ପୁରୁଷ ପ୍ଲେୟାର ଅଫ୍‌ ଦି ଇୟର ୨୦୧୯ ପାଇଁ ମନପ୍ରୀତ ଆହୁରି ମଧ୍ୟ ପୁରସ୍କାର ବାବଦରେ ୧୦ ଲକ୍ଷ ଟଙ୍କା ପାଇଛନ୍ତି। ସେହିପରି ପୁରୁଷ ଓ ମହିଳା ବିଭାଗରେ ୨୦୧୯ ବର୍ଷର ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର ପୁରସ୍କାର ଜିତିଥିବାରୁ ବିବେକ ସାଗର ପ୍ରସାଦ ଏବଂ ଲାଲ୍‌ରେମସିଆମି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇଛନ୍ତି। ସେହିପରି ୨୦୧୯ର ଶ୍ରେଷ୍ଠ ଗୋଲକିବର ଭାବେ ବଲ୍‌ଜିତ୍‌ସିଂ ଆଓ୍ବାର୍ଡ କ୍ରିଷନ ବି. ପାଠକ ପାଇଥିବାବେଳେ ହରମନପ୍ରୀତଙ୍କୁ ଡିଫେଣ୍ଡର ଅଫ୍‌ ଦି ଇୟର ପୁରସ୍କାର ମିଳିଛି। ବର୍ଷର ଶ୍ରେଷ୍ଠ ମିଡ୍‌ ଫିଲ୍‌ଡର ପୁରସ୍କାର ଅଜିତ ପାଲ୍‌ ସିଂ ଆଓ୍ବାର୍ଡ ନେହା ଗୋଏଲ ଏବଂ ଶ୍ରେଷ୍ଠ ଫରଓ୍ବାର୍ଡ ପାଇଁ ମନଦୀପ ସିଂଙ୍କୁ ଧନରାଜ ପିଲ୍ଲେ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ଉଭୟେ ଗୋଟିଏ ଲେଖାଏଁ ଟ୍ରଫି ଏବଂ ୫ ଲକ୍ଷ ଟଙ୍କା ପାଇଥିଲେ। ଏହି ଅବସରରେ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା କହିଥିଲେ ଅନ୍ତର୍ଜାତୀୟ ମହାସଂଘର ମୁଖ୍ୟ ଭାବେ ଭାରତୀୟ ଦଳଗୁଡ଼ିକର ଅଗ୍ରଗତିରେ ମୁଁ ଖୁବ୍‌ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri