ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ ଆସୁଥିବା ଗଧମାନଙ୍କର ନାଁ କୌଣସି ଫିଲ୍ମ ଷ୍ଟାର ଅବା ରାଜନେତାଙ୍କ ନାମ ଅନୁସାରେ ରଖାଯାଇଥାଏ। ଆଉ ଏହି ଗଧ ଗୁଡିକ ଲକ୍ଷ ଲକ୍ଷ ଟଙ୍କାରେ କିଣାବିକା ହୋଇଥାଆନ୍ତି। ବିଶେଷ କରି ଅଭିନେତ୍ରୀଙ୍କ ନାଁ ଦିଆଯାଇଥିବା ଗଧଙ୍କର ଅଧିକ ଚାହିଦା ଥାଏ ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟବସାୟୀମାନେ ଏଠାରେ କୋଟି କୋଟି ଟଙ୍କା ବ୍ୟବସାୟ କରିଥାଆନ୍ତି। ମୋଗଲ ଶାସକ ଔରଙ୍ଗଜେବ୍‌ ଏହି ମେଳାର ଆରମ୍ଭ କରିଥିବା କୁହାଯାଏ। ସେନାଙ୍କୁ ନେଇ ଦେଶ ଭ୍ରମଣ କରିବା ସମୟରେ ସେନାଙ୍କ ନିକଟରେ କମ୍‌ ଘୋଡା ଥିବା ଜାଣିବା ପରେ ସେ ଏହି ହାଟ ଆରମ୍ଭ କରିଥିଲେ। ଆଉ ଏଠାକୁ ଆଫଗାନିସ୍ତାନରୁ ଗଧ ଓ ଖଚର ବିକ୍ରି ପାଇଁ ଆସନ୍ତି ବୋଲି କୁହାଯାଏ। ଏହି ଗଧମାନଙ୍କୁ ନେଇ ପରବର୍ତ୍ତି ସମୟରେ ସେନାରେ ରଖାଯାଉଥିଲା। ସେବେଠାରୁ ଆରମ୍ଭ ହୋଇଥିବା ଏହି ଗଧ ମେଳା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ଏଠାକୁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ବିହାର, ରାଜସ୍ଥାନ, ଦିଲ୍ଲୀ, ଝାଡଖଣ୍ଡ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ନେପାଳର ବ୍ୟବସାୟୀମାନେ କିଣାବିକା କରିବାକୁ ଆସିଥାଆନ୍ତି। ତେବେ ଗତବର୍ଷ ଏଠାରେ ୫ ଲକ୍ଷ ଟଙ୍କାରେ ଗଧ ବିକ୍ରି ହୋଇଥିବା ଶୁଣିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ଅଜୟଙ୍କୁ ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରୁଥିଲେ

ନୂଆଦିଲ୍ଲୀ, ୨୪।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ଭିଡିଓ ଜରିଆରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବ୍ଲାକ୍‌ମେଲ୍‌ କରିବା ଲାଗି ଉଦ୍ୟମ ହୋଇଥିବା ସେ...

ପ୍ରଚାର ନ କରି କାମ କରିବାକୁ ଭାଜପାକୁ ପରାମର୍ଶ ଦେଲା ଶିବସେନା

ମୁମ୍ବାଇ, ୩।୬: ପ୍ରଚାର ଏବଂ ପ୍ରତିଶ୍ରୁତିରେ ସମୟ ନ ବିତାଇ କାମ କରିବାକୁ ଭାଜପାକୁ ଶିବସେନା ପରାମର୍ଶ ଦେଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା...

‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’

ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ...

ଧରାହେଲା ଗୁପ୍ତଚର ପାରା

ଶ୍ରୀନଗର,୨୬ା୫: ଜମ୍ମୁ-କଶ୍ମୀରର କଠୁଆ ଜିଲାରୁ ସ୍ଥାନୀୟ ଲୋକେ ଏକ ଗୁପ୍ତଚର ପାରାକୁ ଧରିଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପାରା ହୀରାନଗର ସେକ୍ଟରରେ ଉଡୁଥିବାବେଳେ ମନ୍ୟାରି ଗ୍ରାମର...

ଶାନ୍ତି-ଶୃଙ୍ଖଳା ପାଇଁ ଅପିଲ୍‌ କଲେ ମୋଦି

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରି ହିଂସା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏପରିସ୍ଥଳେ ଶାନ୍ତି-ଶୃଙ୍ଖଳା...

ଆରଏସ୍‌ଏସ୍‌ କାର୍ଯ୍ୟାଳୟ ବାହାରେ ରେକି କରୁଥିବା ଆତଙ୍କବାଦୀ ଗିରଫ

ନାଗପୁର,୧୮।୫: ନାଗପୁରର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସ୍‌ଏସ୍‌) କାର୍ଯ୍ୟାଳୟରେ ରେକି କରିଥିବା ଘଟଣାରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ(ଏଟିଏସ୍‌) ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରୁ ଗିରଫ...

ଟ୍ରମ୍ପ୍‌ଙ୍କ ସୁରକ୍ଷା ବ୍ୟବସ୍ଥା: ଏକ ବର୍ଷର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ

ଅହମଦାବାଦ୍‌,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ୨୫ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ସେମାନେ ଦିନରାତି ସୁରକ୍ଷା ବ୍ୟବସ୍ଥାରେ ରହିଛନ୍ତି। ସ୍ଥାନୀୟ...

ଜରୁରୀ କାଳୀନ ସ୍ଥିତିରେ ପ୍ରୟୋଗ କରାଯିବ ଫାଇଜର-ବାୟୋଏନ୍‌ଟେକ୍‌ ଟିକା: ଡିସିଜିଆଇ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ, ୬।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ପ୍ରୟୋଗ କରାଯିବ ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ...

Advertisement
Archives

Model This Week