ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ।“

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ବିଭିନ୍ନ ପ୍ରକାର ବାଣ ଫୁଟାଯାଇଥାଏ। ଆଲୋକ ଏବଂ ଶବ୍ଦର ମାହୋଲ ସିନା ମନକୁ କ୍ଷଣିକ ଆନନ୍ଦ ଦିଏ, ହେଲେ ତାହାର କୁପ୍ରଭାବ ପରିବେଶ ଏବଂ ସମାଜ ଉପରେ ପଡ଼ିଥାଏ। ବାଣ ଫୁଟାଇବା ବେଳେ ଅନେକେ ଆହତ ହୋଇଥାଆନ୍ତି। କେତେକେ ଏହାର ରାସାୟନିକ ବାଷ୍ପ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରନ୍ତି। ବିଶେଷଭାବରେ ବାଣର ଶଦ୍ଦ ଆମର ଶ୍ରବଣ ଶକ୍ତିକୁ ଅଧିକ ପ୍ରଭାବିତ କରିଥାଏ। କେବଳ ଦୀପାବଳି ନୁହେଁ, ମୂର୍ତ୍ତି ବିସର୍ଜନ ସମୟରେ ଫୁଟା ଯାଉଥିବା ବାଣ ଓ ଆସତବାଜିରୁ ଅନେକ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା-ସଲଫର ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସୋଇଡ ଇତ୍ୟାଦି। ଏଗୁଡିକ ବାୟୁ ପ୍ରଦୂଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଶ୍ୱାସ ରୋଗ ଯଥା ଆଜ୍‌ମା ଏବଂ ବ୍ରୋଙ୍କାଇଟିସ୍‌ ଇତ୍ୟାଦି ସୃଷ୍ଟି କରିଥାଏ।
ପୂଜା ମଞ୍ଚ ଏବଂ ପୂଜା ଅବସରରେ ଆୟୋଜିତ ମେଲୋଡି, ଭସାଣି ସମୟରେ କୋଳାହଳ ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଶବ୍ଦଉତ୍ସ-ମାଇକ୍‌, ଲାଉଡ୍‌ସ୍ପିକର, ଡିଜେ ଇତ୍ୟାଦିର ବ୍ୟବହାର ଆଜିକାଲି ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଗଲାଣି। ଏସବୁ ଅଧିକ ଡେସିବେଲ (ଶବ୍ଦ ତୀବ୍ରତାର ମାପକ) ଯୁକ୍ତ ଧ୍ୱନି ନିର୍ଗତ କରିଥାଆନ୍ତି, ଯାହା ଶ୍ରବଣ ଶକ୍ତିର ଅବକ୍ଷୟ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ଅନିଦ୍ରା ଏବଂ ମାନସିକ ଅବସାଦ ଇତ୍ୟାଦି ସ୍ବାସ୍ଥ୍ୟଗତ ସମସ୍ୟାମାନ ସୃଷ୍ଟି କରିଥାଏ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପୂଜା ସମୟରେ କୋଳାହଳର ସର୍ବୋଚ୍ଚ ସୀମାକୁ ୬୫ ଡେସିବେଲ ମାତ୍ରାରେ ସୀମିତ ରଖାଯାଇଛି। ହେଲେ ବେଳେବେଳେ କେତେକ କ୍ଷେତ୍ରରେ ଏହା ୧୦୦ ଡେସିବେଲ ଟପି ଯାଉଥିବାର ଦୃଷ୍ଟାନ୍ତ ରହିଛି। ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର। ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ। କେବଳ ସେତିକି ନୁହେଁ ବାଣ ଫୁଟାଇବା ସମୟରେ ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର। ଏହି ସମୟରେ ନିଅଁା ଲାଗିଯିବାର ଆଶଙ୍କା ଥାଏ। ତେଣୁ ଅଗ୍ନି ନିିର୍ବାପକ ଜିନିଷ-ବାଲି, ପାଣି ଆଦି ପାଖରେ ରଖନ୍ତୁ। ବାଣଠାରୁ ଯଥେଷ୍ଟ ଦୂରତାରେ ନିଜକୁ ରଖି ବାଣ ଫୁଟାନ୍ତୁ। ଛୋଟ ପିଲାଙ୍କୁ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ। କାରଣ ଅସାବଧାନତାରୁ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ବାଣ ଫୁଟାଇବା ସମୟରେ ହୃଦ୍‌ରୋଗୀମାନେ ଏହାଠାରୁ ନିଜକୁ ଦୂରେଇ ରଖିବା ଦରକାର।
ବାଣ ଫୁଟାଇବା ଆଜିକାଲି ଏକ ସଉକ ପାଲଟିଗଲାଣି। ବିଶେଷଭାବରେ ଯୁବପିଢ଼ି ଅଧିକ ଶବ୍ଦ କରୁଥିବା ଏବଂ ବିଭିନ୍ନ ଷ୍ଟାଇଲ୍‌ର ବାଣ ଆଣି ଫୁଟାଇ ଥାଆନ୍ତି। ହେଲେ ଏହାର କୁପ୍ରଭାବ ସମ୍ପର୍କରେ ଅବଗତ ହେବା ଜରୁରୀ। ଏହି ସମୟରେ ଯଦି ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ତେବେ ଏହି ପର୍ବରୁ ବେଶ୍‌ ଆନନ୍ଦର ସହ ପାଳନ କରିପାରିବା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଭୋପାଳ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ଜଳଖିଆରେ କ’ଣ ତିଆରି କରିବେ ଭାବୁଛନ୍ତି କି

ନିତିଦିଆ ଜୀବନରେ ଜଳଖିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଘରର ସମସ୍ତ ଲୋକଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବା ଭିତରେ ପ୍ରତିଦିନ କ’ଣ ତିଆରି କରିବେ...

ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଯେତେ...

ସ୍ବା ସ୍ଥ୍ୟ ସୂ ଚ ନା : ଦାନ୍ତ ଏବଂ ମାଢ଼ିଜନିତ ସମସ୍ୟାରୁ କେମିତି ପାଇବେ ରକ୍ଷା

ଦାନ୍ତ ଏବଂ ମାଢ଼ିଜନିତ ରୋଗ ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷନ୍ତୁ। କେତେକେ ଏହି କାମକୁ ଚଟାପଟ ଶେଷ କରିଦେଇଥାଆନ୍ତି। ଅତିକମ୍‌ରେ ଦୁଇ...

ଶୀତଦିନେ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ୫ ଜିନିଷ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ...

ରକ୍ତ ଶର୍କରା ଅଂଶ କମ୍‌ କରେ କଞ୍ଚାଲଙ୍କା

କଞ୍ଚାଲଙ୍କାରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌ ଏ ଓ ସି। ଯାହା ଆମର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଆଜିକାଲି ଅଧିକାଂଶ ଲୋକେ ଲାଲ ଲଙ୍କାକୁ...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି...

ଶାଢ଼ିରେ ଦେଖାଯିବେ ସ୍ଲିମ୍‌

ମହିଳାମାନେ ସାଧାରଣତଃ ନିଜର ମୋଟାପଣକୁ ନେଇ ବହୁ ଚିନ୍ତାରେ ଥାଆନ୍ତି। କେଉଁ ଶାଢ଼ି ପିନ୍ଧିଲେ କେମିତି ଦେଖାଯିବେ, ତାକୁ ନେଇ ସବୁବେଳେ କଳ୍ପନାଜଳ୍ପନା ଲାଗିରହିଥାଏ। ତେଣୁ...

ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି।...

Advertisement
Archives

Model This Week