ଦିଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ୨୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡ୍‌ ନାୟକ ଟାଇଗର ଶ୍ରଫ ତାଙ୍କ ଗର୍ଲ ଫ୍ରେଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡିଓ ମାଧ୍ୟମରେ ଟାଇଗର ଦିଶାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି। ଏକ ଇଂରାଜୀ ଗୀତରେ ଦିଶା ଫରଫର୍ମ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଟାଇଗର ଶେୟାର କରି ଦିଶାଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଥିବା ବେଳେ ଉକ୍ତ ଭିଡିଓକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ମାତ୍ର କେଇ ମିନିଟ ମଧ୍ୟରେ ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଭିଡିଓ ଶେୟାର କରିବା ସହ କ୍ୟାପଶନରେ ଟାଇଗର ଲେଖିଛନ୍ତି, ୩ ଓ୍ବାଫଲସ୍‌ ଓ ୩ ପାନ୍‌କେକ୍‌ ପରେ ମିଳିବ, ହାପି ବାର୍ଥ ଡେ। ଏହି କ୍ୟାପଶନ ପୂର୍ବରୁ ଟାଇଗର ହସୁଥିବା ଓ ଏକ ହାର୍ଟ ଇମୋଜି ଲଗାଇଛନ୍ତି। ଏହାକୁ ଦେଖିବା ପରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ତୁମେ ଦୁହେଁ ବଲିଉଡ୍‌ର ଫେବରେଟ କପୁଲ। ଏହାସହ ଦିଶାଙ୍କ ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛା ସୁଅ ଛୁଟିଛି। ବେଶ୍‌ କିଛିଦିନ ହେବ ଦିଶା-ଟାଇଗର ପରସ୍ପରକୁ ପ୍ରେମ କରୁଥିବା ଆଲୋଚନା ହେଉଥିଲେ ମଧ୍ୟ ଏମାନେ କେବେ ମୁହଁ ଖୋଲି ଏ ବିଷୟରେ କଥା ହୋଇ ନାହାନ୍ତି। ରିଲ୍‌ ହେଉ ଅବା ରିୟଲ ଲାଇଫରେ ଏମାନେ ଅନେକ ଥର ନଜର ଆସିଛନ୍ତି। ବେଳେ ବେଳେ ଏମାନଙ୍କ ମଧ୍ୟରେ ଝଗଡା ହେଉଥିବା ମଧ୍ୟ ଆଲୋଚନା ହୁଏ। ଏମିତିକି ଦିଶା ଏକଜିଦିଆ ହୋଇଥିବା ବେଳେ ଟାଇଗର କୁଆଡେ ସବୁ କଥାରେ ମ୍ୟାନେଜ କରନ୍ତି ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫିସ୍‌ ବଢାଇଲେ ପ୍ରଭାସ

ବାହୁବଳୀ ଫେମ୍‌ ପ୍ରଭାସ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ...

ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍‌ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...

ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ୭୦ତମ ଜନ୍ମଦିନ ପାଳନ କରିଥିଲେ। ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ମଧ୍ୟରେ ଜଣାଇଥିଲେ।...

ହଁ ଶୁଣିବାକୁ ଲାଗିଥିଲା ବର୍ଷେ

ଧର୍ମଶାଳା ମହାବିଦ୍ୟାଳୟରେ ମୁଁ ଯୁକ୍ତ ତିନି ପଢିବା ବେଳେ ଯୁକ୍ତ ୨ରେ ପଢୁଥିଲେ ତନୁଜା। ପ୍ରଥମ ଦେଖାରୁ କେଜାଣି କାହିଁକି ସେ ଖୁବ୍‌ ଭଲ ଲାଗିଥିଲେ...

ଟ୍ରୋଲ୍‌ ପରେ ଜ୍ୟାକଲିନ କହିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବୟ ଫ୍ରେଣ୍ଡ ସୁକେଶଙ୍କୁ ଇଡି ଗିରଫ କରିବା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ନାନା ପ୍ରଶ୍ନ ଉଠିଛି ।...

ହିନ୍ଦୀ କି ଇଂରାଜୀ ନୁହେଁ, କେବଳ ଏହି ଭାଷା ବୁଝେ କମେଡି କିଙ୍ଗ୍‌ଙ୍କ ଝିଅ

ମୁମ୍ବାଇ: କୌଣସି ଭେଦଭାବ ନ ରଖି ପ୍ରତ୍ୟେକ ଧର୍ମର ଲୋକଙ୍କୁ ହସାଉଥିବା କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତି। କପିଲଙ୍କୁ...

ପ୍ରଶଂସକଙ୍କୁ ଘାଇଲା କରୁଛି ଲକ୍ଷ୍ମଣଙ୍କ ନିଶ

ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପୁନଃ ପ୍ରସାରଣ ପରଠାରୁ ଏହି ସିରିଏଲର କଳାକାରଙ୍କ ମଧ୍ୟ ଲୋକପ୍ରିୟତା ବଢ଼ିଛି। ଧାରାବାହିକରେ ଅଭିନୟ କରିଥିବା ଅରୁଣ ଗୋବିଲ, ଦୀପିକା...

ବୟଫ୍ରେଣ୍ଡ୍‌ ସହ ବ୍ରେକଅପ୍‌ ପରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୨୨।୩ : ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଗର୍ଲଫ୍ରେଣ୍ଡ୍‌ ତଥା ବଲିଉଡ୍‌ ଓ...

Advertisement
Archives

Model This Week