ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ଡୋନାଲ୍ଡଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ। ଏମାନେ ଭାରତ ଗସ୍ତ ସମୟରେ ତାଜମହଲ ଭ୍ରମଣରେ ଯାଇଥିଲେ। ସେଠାରେ ଇଭାଙ୍କା ତାଙ୍କ ସ୍ବାମୀ ଜେରେଡଙ୍କ ସହ ଯଉଁସବୁ ଫଟୋ ଉଠାଇଥିଲେ ଆମେରିକା ଫେରିବା ପରେ ସେସବୁକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଆଉ ଏହାପରେ ଫଟୋ ସବୁ ଭାଇରାଲ ହେବାରେ ଲାଗିଥିଲା। ଏବେ ଏହି ଫଟୋକୁ ନେଇ ମିମ୍ସ କରାଯାଉଥିବା ବେଳେ ଏଥିରେ ପଞ୍ଜାବୀ ଗାୟକ ଦିଲ୍‌ଜିତ ଦୋସାଂଝ ଓ ବଲିଉଡ୍‌ କଳାକାର ମନୋଜ ବାଜପେୟୀଙ୍କ ନାଁ ବି ସାମିଲ ହୋଇଥିବା ଦେଖାଯାଇଛି। ଦିଲଜିତ୍‌ ଏବେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଇଭାଙ୍କାଙ୍କ ସହ ତାଜମହଲ ପରିସରରେ ବସିଥିବା ଦେଖାଯାଇଛି। ଏହି ଫଟୋ ଶେୟାର କରି ଦିଲଜିତ୍‌ ଲେଖିଛନ୍ତି ଇଭାଙ୍କା କୁଆଡେ ତାଙ୍କୁ ତାଜମହଲ ବୁଲାଇବାକୁ ନେବାକୁ କହିବାରୁ ଦୁହେଁ ମିଶି ତାଜମହଲ ବୁଲିବାକୁ ଯାଇଥିଲେ। ଦିଲଜିତଙ୍କ ଏହି ଟୁଇଟ୍‌ର ଉତ୍ତରରେ ଇଭାଙ୍କା କହିଛନ୍ତି, ତାଜମହଲ ବୁଲାଇଥିବାରୁ ଧନ୍ୟବାଦ। ଏହି ମୁହୂର୍ତ୍ତକୁ କେବେ ଭୁଲି ହେବନାହିଁ। ଆଉ ଏହାକୁ ଦେଖିବା ପରେ ଦିଲଜିତ କହିଛନ୍ତି, ଓ ମାଇ ଗଡ୍‌… ଅତିଥି ଦେବୋ ଭବଃ। କେବଳ ଦିଲ୍‌ଜିତ ନୁହେଁ ଏବେ ଫଟୋଶପ୍‌ ମାଧ୍ୟମରେ କେତେଜଣ ଇଭାଙ୍କାଙ୍କ ଫଟୋସହ ନିଜ ଫଟୋସହ ଯୋଡି ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଲକ୍ଷେ ଟପିଲା ମୃତ୍ୟୁ

ଓ୍ବାଶିଂଟନ/ମସ୍କୋ,୨୭ା୫: କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଆମେରିକାରେ ସ୍ଥିତି ସବୁଠାରୁ ଜଟିଳ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି।...

ପରିବେଶ ସୁରକ୍ଷା ପାଇଁ ପିଠିରେ ଗଛ ବାନ୍ଧି ମାରାଥନରେ ଦୌଡ଼ିଲେ

କେପ୍‌ଟାଉନ୍‌,୨୧।୯: ପରିବେଶ ସୁରକ୍ଷା ପାଇଁ ଦକ୍ଷିଣ ଆଫ୍ରିକାର ଲୋକେ ଏକ ନିଆରା ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। କେପ୍‌ଟାଉନ୍‌ରେ ଆୟୋଜିତ ଏକ ମାରାଥନ ଦୌଡ଼ରେ ଅଂଶଗ୍ରହଣକାରୀ...

ପୁଣି ଲକ୍‌ଡାଉନ୍‌ ଘୋଷଣା

ବର୍ଲିନ,୨୯।୧୦: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ୱିତୀୟ ଥର ପାଇଁ ଜର୍ମାନୀ ଏବଂ ଫ୍ରାନ୍ସରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ...

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା: ୪.୨୦ ଲକ୍ଷରୁ ଅଧିକ ମୃତ

ନୂଆଦିଲ୍ଲୀ,୧୨।୬: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ଏହି ଭୂତାଣୁ ଯୋଗୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୦ ହଜାରରୁ ଅଧିକ...

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି...

କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ...

ବିଶାଳ ସମୁଦ୍ରଜୀବ ପିଠିରେ ଲେଖାଯାଇଛି ଟ୍ରମ୍ପଙ୍କ ନାମ: ଭିଡିଓ ଭାଇରାଲ ପରେ…

ଫ୍ଲୋରିଡା,୧୨।୧: ଆମେରିକାର ଫ୍ଲୋରିଡା ସହରରେ ଏକ ବିଶାଳ ସମୁଦ୍ର ଜୀବ ପିଠିରେ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କିତ...

ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା...

Advertisement


Archives

Model This Week