Posted inଜାତୀୟ

ଦିଲ୍ଲୀ କ୍ୟାବିନେଟର ବିଭାଗ ବଣ୍ଟନ: ୩ମନ୍ତ୍ରୀଙ୍କ ବଦଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀରେ ତୃତୀୟଥର ସରକାର ଗଠନ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ୫ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଦିଲ୍ଲୀ ସଚିବାଳୟରେ ପହଞ୍ଚି ନିଜର ଦାୟିତ୍ୱ ଗ୍ରହଣ କରିଥିଲେ। ମନ୍ତ୍ରୀମାନେ ନିଜର ଶହେ ଦିନର ଏଜେଣ୍ଡା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ନିଜ କ୍ୟାବିନେଟର ବିଭାଗ ବଣ୍ଟନ କରିଥିଲେ। ୩ଟି ବିଭାଗରେ ମନ୍ତ୍ରୀମାନଙ୍କର ଅଦଳ ବଦଳ ହୋଇଥିବା ବେଳେ ଅନ୍ୟ ମନ୍ତ୍ରୀଙ୍କ ନିକଟରେ ପୁରୁଣା ମନ୍ତ୍ରଣାଳୟ ବଳବତ୍ତର ରହିଛି। ସୂଚନା ମୁତାବକ କେଜରିଓ୍ବାଲ ନିଜ ପାଖରେ କୌଣସି ବିଭାଗ ରଖି ନ ଥିବା ବେଳେ ଦିଲ୍ଲୀ ଜଳ ବୋର୍ଡ ମନ୍ତ୍ରଣାଳୟ ସତେନ୍ଦ୍ର ଜୈନଙ୍କୁ ଦିଆଯାଇଛି। ସେହିପରି କୈଳାଶ ଗେହଲଟଙ୍କ ସ୍ଥାନରେ ଗୋପାଳ ରାୟଙ୍କୁ ପରିବେଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ମନୀଷ ସିସୋଡିଆଙ୍କ ପାଖରେ ରହିଥିବା ବେଳେ ଚଳିତ ବର୍ଷ ଏହି ବିଭାଗ ରାଜେନ୍ଦ୍ର ପାଲ ଗୌତମଙ୍କ ପାଖକୁ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ୍‌ ନେଲେ ମିଳୁଛି ଫ୍ରିଜ୍‌ ସହିତ ଅନ୍ୟ ଦାମିକା ଉପହାର…

ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ...

ଦ୍ରୌପଦୀ ନା ଯଶଓ୍ବନ୍ତ କାହାକୁ ସମର୍ଥନ କରିବେ ସୋରେନ

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ରାଜ୍ୟର ଶାସକ ଦଳ...

ଆହୁରି ୧୪ ଦିନ ଜେଲରେ ରହିବେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଲକିସ ବାନୋ ମାମଲାରୁ ନିଜକୁ ଅଲଗା କଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୧୩।୧୨ : ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କ ଆବେଦନ...

ଏୟାର କମାଣ୍ଡର ଅଭିନନ୍ଦନଙ୍କ ସାହସିକତାକୁ ପାଠ ବହିରେ ପଢିବେ ଛାତ୍ରୀଛାତ୍ର

ଜୟପୁର, ୧୬।୫: ଭାରତୀୟ ବାୟୁସେନାର ଓିଙ୍ଗ କମାଣ୍ଡର ଅଭିନନ୍ଦନ ବଥର୍ର୍ମାନଙ୍କ ବାହାଦୂରୀକୁ ଏବେ ଛାତ୍ରୀଛାତ୍ର ପାଠ ବହିରେ ପଢିବେ ବୋଲି ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି।...

ମୋଦିଙ୍କୁ ଦିଆଯାଉ ପ୍ରଥମ କରୋନା ଟିକା: କଂଗ୍ରେସ

ପାଟନା,୪।୧: ଭାରତରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକାକୁ ସାର୍ବଜନୀକ ଭାବେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଭାଜପାକୁ ଘେରିବା...

ଜମି ବିବାଦକୁ ନେଇ ରକ୍ତ ସଂଘର୍ଷ: ୯ ମୃତ, ୨୫ ଆହତ

ଲକ୍ଷ୍ନୌ, ୧୭।୭: ଉତ୍ତର ପ୍ରଦେଶର ସୋନଭଦ୍ରରେ ବୁଧବାର ଏକ ଜମି ବିବାଦକୁ ଏକ ବିରାଟ ସଂଘର୍ଷ ଉପୁଜିଛି। ଉଭୟ ପକ୍ଷରୁ ହୋଇଥିବା ଗୁଳିବର୍ଷଣରେ ୯ ଜଣଙ୍କ...

ପୁଣି ଫେରିଲା କରୋନା: ୨୪ ଘଣ୍ଟାରେ ୮୩ ମୃତ

ନୂଆଦିଲ୍ଲୀ,୨୨।୨: ପୁଣି କରୋନା ଫେରିଛି। ଏବେ ସଂକ୍ରମଣକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ,...

Advertisement
Archives

Model This Week