Posted inଜାତୀୟ

ଦିଲ୍ଲୀରେ ମୋଦିଙ୍କ ବିଶାଳ ରାଲି: ସିଏଏ ନାଗରିକତ୍ୱ ଛଡ଼ାଇନେବା ପାଇଁ ନୁହେଁ

ନୂଆଦିଲ୍ଲୀ,୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ଭାରତୀୟ ମୁସଲମାନମାନେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ତାଙ୍କୁ ଟାର୍ଗେଟ କରି ବିରୋଧୀମାନେ ଦେଶକୁ ବିଭାଜନ କରିବା ପାଇଁ ଉଦ୍ୟମ କରୁଛନ୍ତିି । ଗୁଜବ ସୃଷ୍ଟି କରି ସେମାନେ ଲୋକଙ୍କୁ ଉତ୍ତେଜିତ କରୁଥିବା ଦିଲ୍ଲୀର ରାମଲୀଳା ମଇଦାନରେ ବିଶାଳ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି। ପଡୋଶୀ ଦେଶରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଆଶ୍ରୟ ନେଇଥିତ୍ବା ସଂଖ୍ୟାଲଘୁମାନଙ୍କୁ ଅଧିକାର ଦେବା ପାଇଁ ସିଏଏ ଅଣାଯାଇଛି। କାହାର ଅଧିକାର ଛଡାଇନେବାକୁ ନୁହେଁ। କଂଗ୍ରେସ, ଏଏପି, ଟିଏମ୍‌ସି ଓ ବାମଦଳଗୁଡ଼ିକ ସିଏଏକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ ନାଁରେ ହିଂସାକାଣ୍ଡ ଘଟାଉଛନ୍ତି। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ପକ୍ଷପାତ କରାଯାଉଥିବାରୁ ଇସ୍‌ଲାମାବାଦକୁ ପଦାରେ ପକାଇବାର ଏହା ଏକ ସୁଯୋଗ ଥିଲା, କିନ୍ତୁ ବିରୋଧୀଙ୍କ ରାଜନୀତି ଯୋଗୁ ତାହା ହରାଇବାକୁ ପଡିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସେହିପରି ଏନ୍‌ଆର୍‌ସିକୁ ନେଇ ମୋଦି କହିଥିଲେ, ଭାରତରେ ଅଟକ କେନ୍ଦ୍ର ନିର୍ମାଣ ହୋଇନି। ସବୁ ମୁସଲମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ଦିଆଯିବ ବୋଲି କଂଗ୍ରେସ ଓ ଏହାର ସହଯୋଗୀ କେତେକ ସହରୀ ଉଗ୍ରପନ୍ଥୀ ଗୁଜବ ସୃଷ୍ଟି କରୁଛନ୍ତି। ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ବାରମ୍ବାର କହୁଥିଲେ ହେଁ ଏହା ଲାଗୁ ହୋଇ ନ ପାରେ। ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ନେଇ ଆଲୋଚନା ହୋଇ ନ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମୁସଲମାନମାନେ ଆଦୌ ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିବିଧତାରେ ଏକତା, ଭାରତର ବିଶେଷତାରୁ ଭାଷଣ ଆରମ୍ଭ କରି ମୋଦି ପାଖାପାଖି ୧୦୦ ମିନିଟ ଧରି କହିଥିଲେ। ଗରିବଙ୍କ ପାଇଁ ଏଲ୍‌ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ସ୍ବାସ୍ଥ୍ୟବୀମା ପର୍ଯ୍ୟନ୍ତ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କଲାବେଳେ ସରକାର କେବେ ହିତାଧିକାରୀଙ୍କ ଜାତି କିମ୍ବା ଧର୍ମ ସମ୍ପର୍କରେ ପଚାରି ନାହାନ୍ତି। ତେଣୁ ନାଗରିକତ୍ୱ ଆଇନ କିମ୍ବା ଏନ୍‌ଆର୍‌ସିକୁ ନେଇ ଭାରତୀୟ ମୁସଲମାନଙ୍କର କିଛି ହେବାର ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।
ଆଗାମୀ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିତ୍ବାବେଳେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସରକାର ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି। ସେହିପରି ପରିବହନ ସମସ୍ୟା ଓ ବାୟୁ ପ୍ରଦୂଷଣକୁ ନେଇ ସେ ଏଏପି ସରକାର ଉପରେ ବର୍ଷିଥିଲେ। ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ପ୍ରକାଶ ଜାଭଡେକରଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ରାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?