Posted inଜାତୀୟ

ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ସିଲମପୁର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଟ କୋଠା ଘର ସୋମବାର ବିଳମ୍ବିତ ରାତିରେ ଭୁଶୁଡ଼ିପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଲୋକମାନେ ଶୋଇଥିବା ବେଳେ ଉକ୍ତ କୋଠାଟି ଭୁଶୁଡିପଡ଼ିଥିଲା। ହଠାତ୍‌ କାନ୍ଥ ପଡ଼ିବାର ଶବ୍ଦ ଶୁଣି ସମସ୍ତେ ଭୟଭୀତ ହୋଇ ଏପଟେ ସେପଟେ ଦୌଡିବାକୁ ଲାଗିଥିଲେ। ଏହାରି ଭିତରେ କିଛି ଲୋକ ଭଗ୍ନାବଶେଷ ତଳେ ଫଶିରହିଥିଲେ। ସେମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ପୋଲିସ ଓ ଏନଡିଆରଏଫ୍‌ ଟିମ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ଭଗ୍ନାବଶେଷ ତଳୁ କିଛି ଲୋକଙ୍କୁ ଭଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ରିତପାଲଙ୍କ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର,ପଞ୍ଜାବ ପୋଲିସର ଘୋଷଣା

ଚଣ୍ଡିଗଡ,୧୨।୪: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ପାଖାପାଖି ୨୬ ଦିନ ହେବ ଫେରାର ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ପଞ୍ଜାବ ପୋଲିସ କ୍ରମାଗତ ଭାବରେ ସର୍ଚ୍ଚ...

୧୫୦ରୁ ଅଧିକ ପିଏଫ୍‌ଆଇ-ଏସଡିପିଆଇ ସଦସ୍ୟ ଅଟକ …

ନୂଆଦିଲ୍ଲୀ, ୨୭।୯ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପପୁଲାର...

ଯିଏ ଯେତେ ବିରୋଧ କଲେ ବି ସିଏଏ ହେବନି ପ୍ରତ୍ୟାହାର: ଶାହ

ନୂଆଦିଲ୍ଲୀ,୨୧।୧: ଦେଶର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇଛି। ଏହାକୁ କେତେକ ବିରୋଧ କରୁଛନ୍ତି। ତେବେ ଯିଏ ଯେତେ ବିରୋଧ କଲେ ବି ସିଏଏ...

କେରଳ ଛୁଇଁଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କିନ୍ତୁ ଏହା ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତରୁ ପ୍ରକାଶ।...

ଆସନ୍ତା ୫ବର୍ଷ ଯାଏ ରାଜ୍ୟରେ ଲାଗୁ ହେବ ନାହିଁ ଜନସଂଖ୍ୟା ଆଇନ: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ

ପାଟନା,୧୦।୮: ବିହାରରେ ଜାତୀୟ ଜନଗଣନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ନିଜର ମତ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ତାଙ୍କୁ ସମର୍ଥନ...

ସୁଶାନ୍ତ ସିଂ ରାଜପୁତ, ବିକାଶ ଦୁବେଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମର ନାଁ ରେଜିଷ୍ଟ୍ରେଶନ ଆରମ୍ଭ

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ୍‌ତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ୩ଟି ଏଜେନ୍ସି କରୁଛନ୍ତି । ଆଉ ଏହି ମାମଲାରେ ତାଙ୍କର...

ଚତୁର୍ଥ ପର୍ଯ୍ୟାୟରେ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨୮ା୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଥିବାବେଳେ ଶନିବାର ଅପରାହ୍ନରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯ଟି...

କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌

ସିଦ୍ଧି,୧୬।୨: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ମଙ୍ଗଳବାର ସକାଳ ୭ଟା ୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ...

Advertisement
Archives

Model This Week