ଦିଲ୍ଲୀରେ ଫସିରହିଛନ୍ତି ୭୦ ଓଡ଼ିଆ ଶ୍ରମିକ

ବ୍ରହ୍ମଗିରି,୨୬ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ୧୯୫ରୁ ଊର୍ଦ୍ଧ୍ୱ ଦେଶକୁ କରୋନା କାୟା ବିସ୍ତାର କରିସାରିଲାଣି। ଏହି ଭୂତାଣୁରୁ ରକ୍ଷା ପାଇବା ଏପର୍ଯ୍ୟନ୍ତ କୌଣସି ମେଡିସିନ ବାହାରି ନ ଥିବାବେଳେ କେବଳ ସଚେତନ ହିଁ ଏକପ୍ରକାର ନିରାପଦ ସୁରକ୍ଷା ବୋଲି କୁହାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ଲକଡାଉନ କରିଛନ୍ତି। ଏଥିଯୋଗୁ ଗାଡି, ରେଳ ସେବାରେ ଲାଗିଛି ରୋକ। ଏହି ଲକଡାଉନ ଘୋଷଣା ପରେ ଅନେକାଧିକ ଓଡ଼ିଆ ଲୋକ ଦେଶ ତଥା ରାଜ୍ୟ ବାହାରେ ଅଟକି ରହିଯାଇଛନ୍ତି। ଯାତାୟାତର ସବୁ ସୁବିଧା ବନ୍ଦ ରହିଥିବା ଯୋଗୁ ଓଡ଼ିଶା ଫେରି ଆସିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ସେହିଭଳି ବ୍ରହ୍ମଗିରି ବ୍ଲକର ୭୦ଜଣ ଓଡ଼ିଆ ଶ୍ରମିକ ଦିଲ୍ଲୀରେ ଫସି ରହିଛନ୍ତି। ଏମାନେ ଏବେ ଗାଁକୁ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଣ୍ଡଗୋଦା ଓ ଡିମିରିସେଣା ପଞ୍ଚାୟତର ପ୍ରାୟ ୭୦ ଜଣ ଓଡ଼ିଆ ଶ୍ରମିକ କାମ ଅନ୍ବେଷଣରେ ଦିଲ୍ଲୀ ଯାଇଥିଲେ। କିନ୍ତୁ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସେମାନେ ଭୟଭୀତ ହୋଇ ଗାଁକୁ ଫେରିବାକୁ ଚାହଁୁଛନ୍ତି। କିନ୍ତୁ ଏହି ଲକଡାଉନ ଯୋଗୁ ସବୁ ଯିବାଆସିବା ଯୋଗାଯୋଗ ବନ୍ଦ ରହିଥିବାରୁ ସେଠାରେ ଫସିରହିଛନ୍ତି। ତେଣୁ ଗାଁକୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି। ଏଥିସହ ୯୨୬୬୫୫୮୨୪୨ ମୋବାଇଲ ନମ୍ବରରେ ସେମାନଙ୍କୁ ଯୋଗାଯୋଗ ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...

ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ୱର,୪ା୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ସ୍ମାର୍ଟସିଟିବାସୀଙ୍କୁ ମଶାରି ଭରସା

ଭୁବନେଶ୍ୱର,୪।୧୨ (ବନ୍ଦନା ସେଠୀ): ଯଦି ଆପଣ ଭୁବନେଶ୍ୱରକୁ ବୁଲିବାକୁ କିମ୍ବା କାମରେ ଆସୁଛନ୍ତି, ତେବେ ଆଉ କିଛି ଆଣନ୍ତୁ କି ନ ଆଣନ୍ତୁ ସାଙ୍ଗରେ ଏୟାର...

୨ ଲକ୍ଷ ଆବାସ ନିର୍ମାଣ କରି ଓଡ଼ିଶା ଆଗରେ

ଭୁବନେଶ୍ୱର,୪ା୧୨(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ବା ପିଏମ୍‌ଏଓ୍ବାଇ(ଜି)ରେ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପକ୍କାଘର ନିର୍ମାଣ କରି ଓଡ଼ିଶା ଦେଶରେ ପ୍ରଥମ...

୩ ଦିନରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଭୁବନେଶ୍ୱର,୪ା୧୨(ସତ୍ୟଜିତ୍‌ ରାଉତ): ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ଡିସେମ୍ବର ପ୍ରଥମ ସପ୍ତାହକୁ ରାଜ୍ୟ ସରକାର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଭାବେ ପାଳନ କରୁଛନ୍ତି। ବ୍ୟାପକ ସଚେତନତା...

‘ରାସ୍ତାରୁ ପାର୍କିଂ ଗାଡ଼ି ହଟାଅ’

ଭୁବନେଶ୍ୱର,୪।୧୨(ସୁନିତ୍‌ ମିଶ୍ର): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏବେ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ହେଉଥିବାବେଳେ ପ୍ରତିଦିନ ରାସ୍ତା ଦୁର୍ଘଟଣାରେ ବହୁ ଜୀବନ ଯାଉଛି। ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri