Posted inଜାତୀୟ

ଦିଲ୍ଲୀରେ ପହଞ୍ଚିଲା କୋଲକାତା ବିବାଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): କୋଲକାତାରେ ସୃଷ୍ଟି ହୋଇଥିବା ବିବାଦ ଦିଲ୍ଲୀରେ ପହଞ୍ଚିଛି। ମଙ୍ଗଳବାର କୋଲକାତାରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ମେଗା ରୋଡ୍‌ ଶୋ’ ବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଶାହଙ୍କ ଶୋଭାଯାତ୍ରା ଉପରକୁ ଢେଲାମାଡ଼ କରାଯିବାରୁ ଉତ୍ତେଜନା ଦେଖା ଦେଇଥିଲା। କୋଲକାତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସରରେ ଅପ୍ରୀତିକର ପରିସ୍ଥିତି ସାଙ୍ଗକୁ କଲେଜ୍‌ ଷ୍ଟ୍ରିଟ୍‌ ନିକଟରେ ସଂଘର୍ଷ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଖ୍ୟାତନାମା ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ କଲେଜ ହଷ୍ଟେଲ୍‌ ନିକଟରେ ମାଡ଼ପିଟ୍‌ ହେବା ସହ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯାଇଥିଲା। ଶାହଙ୍କ କାର୍‌କେଡ ଉପରେ ଆକ୍ରମଣ ଓ ହିଂସାକାଣ୍ଡ ବିରୋଧରେ ବୁଧବାର ଦିଲ୍ଲୀର ଯନ୍ତରମନ୍ତରଠାରେ ଭାଜପା ପକ୍ଷରୁ ନୀରବ ପ୍ରତିବାଦ କରାଯାଇଥିଲା। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଲାଗି ଭାଜପାକୁ ଦାୟୀ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।
ଯନ୍ତରମନ୍ତରରେ ଭାଜପାର ନୀରବ ପ୍ରତିବାଦ ସଭାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀଥାରାମନ୍‌, ଜିତେନ୍ଦ୍ର ସିଂ, ବିଜୟ ଗୋୟଲ ଏବଂ ହର୍ଷବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ। ସେମାନେ କଳାପଟି ପିନ୍ଧି ଓଠରେ ଆଙ୍ଗୁଠି ଚାପି ବସିରହିଥିବା ଦେଖାଯାଇଥିଲା। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି ବୋଲି ଭାଜପା ନେତାମାନେ ଅଭିଯୋଗ କରିଥିଲେ। ନିର୍ବାଚନରେ ପରାଜିତ ହେବା ଜାଣି ମମତା ବିବ୍ରତ ହୋଇପଡିଛନ୍ତି ଏବଂ ହିଂସାକାଣ୍ଡ ସୃଷ୍ଟିକରିବାକୁ କର୍ମୀମାନଙ୍କୁ ଉସୁକାଉଥିବା ସୀଥାରାମନ ଅଭିଯୋଗ କରିଛନ୍ତି। ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ବନ୍ଦ କୋଠରିରେ ଥିବାବେଳେ କିପରି ଭାଙ୍ଗିଲା ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋଲକାତା ରୋଡ ଶୋ’ରେ ହିଂସା ଲାଗି ଶାସକ ଟିଏମ୍‌ସିକୁ ଦାୟୀ କରିଛନ୍ତି ଅମତ୍‌ ଶାହ। ନିର୍ବାଚନ କମିଶନ ନୀରବ ରହି ରାଜ୍ୟରେ ରିଗିଂ ଓ ହିଂସାକୁ ପ୍ରଶ୍ରୟ ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କ ଉପରେ ବର୍ଷିଛନ୍ତି। କୋଲକାତାରେ ନିର୍ବାଚନ ପ୍ରଚାରବେଳେ ହିଂସାକାଣ୍ଡ ଦେଖାଦେବାରୁ ସେଠାରେ ସେନା ମୁତୟନ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେବା ଲାଗି ଯବାନମାନଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରେ ନାଗରିକ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି...

କଂଗ୍ରେସ ନେତା ନେବେନି ଅବସର…

ନୂଆଦିଲ୍ଲୀ, ୧୭।୫ : କଂଗ୍ରେସ ବର୍ତ୍ତମାନ ଏହାର ନେତାଙ୍କ ପାଇଁ ଅବସର ବୟସ ସୀମା ସ୍ଥିର କରିବ ନାହିଁ। ୫୦ ବର୍ଷରୁ କମ ବୟସର ନେତାମାନଙ୍କୁ...

ଜେଲ୍‌ରେ ସିଦ୍ଧୁ ମୁସେୱାଲା ହତ୍ୟାକାରୀଙ୍କ ମଧ୍ୟରେ ସଂଘର୍ଷ: ୨ ମୃତ

ଅମୃତସର,୨୬।୨:ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ମନଦୀପ ସିଂ ତୋଫାନ, ମନମୋହନ ସିଂ ଏବଂ କେଶବ ଯାଦବଙ୍କ ମଧ୍ୟରେ ରବିବାର ତରନ...

ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ମଧ୍ୟରେ ବଢୁଛି କରୋନା ସଂକ୍ରମଣ: ୧୫ ଦିନରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ।...

ପୋଲିସଙ୍କୁ ଆତଙ୍କବାଦୀ ଭାବି ଗୁଳି…

ଜମ୍ମୁ,୨୨।୯: ଜମ୍ମୁ-କଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀ ଭାବି ମନ୍ଦିର ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଛି। କୁପଓ୍ବାରା...

ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଜରୁରୀ: ମୋଦି

ବେଙ୍ଗାଲୁରୁ, ୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ସମ୍ମିଳନୀରେ ଯୋଗଦେଇ...

ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖିଲେ ନାବାଳିକା, ଚାଲିଛି ତନାଘନା

ତାମିଲନାଡୁ,୨୦।୧୨, ତାମିଲନାଡୁର ଏକ ନାବାଳିକା ନିଜ ଆତ୍ମହତ୍ୟା ନୋଟ୍‌ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଆତ୍ମହତ୍ୟା କରିଛନ୍ତି। ସେ ଚେନ୍ନାଇ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ...

ସାନିଟାଇଜର-କୀଟାଣୁନାଶକ ସ୍ପ୍ରେ ବି ନୁହେଁ ସୁରକ୍ଷିତ; ତ୍ୱଚାକୁ ପହଞ୍ଚାଏ କ୍ଷତି: ଏଏମ୍‌ଏଆଇ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ସାବୁନରେ ହାତ ଧୋଇବା ଅବା ପାଣିର...

Advertisement
Archives

Model This Week