ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ମିଳିଥିଲା ‘ଲାଡ୍‌ଲା’

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଶ୍ୱତ୍ମା’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।୧୯୭୪ ଫେବୃଆରୀ ୨୫ରେ ଜନ୍ମଗ୍ରହଣ କରିଥିବା ଦିବ୍ୟାଙ୍କର ଆଜି ହେଉଛି ଜନ୍ମଦିନ।
୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାଡ୍‌ଲା’ରେ ପ୍ରଥମେ ଦିବ୍ୟା ଭାରତୀଙ୍କୁ ସାଇନ୍‌ କରାଯାଇଥିଲା। ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ମଧ୍ୟ ଶେଷ ହୋଇଥିଲା। ହେଲେ ହଠାତ୍‌ ଦିବ୍ୟାଙ୍କ ମୃତ୍ୟୁ ଘଟିବା ପରେ ଶୁଟିଂ ଅଧାରେ ରହିଯାଇଥିଲା। ପରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଆଗଲା। ଦିବ୍ୟାଙ୍କ ସହ ଶୁଟିଂ ହୋଇଥିବା ଏହି ଫିଲ୍ମର ଏକ ଦୃଶ୍ୟର ଭିଡିଓ ଏବେ ବି ୟୁଟ୍ୟୁବ୍‌ରେ ରହିଛି। ଏହି ଭିଡିଓରେ ଦିବ୍ୟା ଏବଂ ଅନୀଲ କପୁରଙ୍କ ମଧ୍ୟରେ ଫ୍ୟାକ୍ଟ୍ରିରେ କୌଣସି କଥାକୁ ନେଇ ବଚସା ହେଉଛି। ଦିବ୍ୟାଙ୍କ ମୃତ୍ୟୁର ୬ ମାସ ପରେ ପୁଣିଥରେ ଫିଲ୍ମର ଶୁଟିଂ କାର୍ଯ୍ୟ ଆରମ୍ଭ ହେଲା। ହେଲେ ଶୁଟିଂ ସେଟ୍‌ରେ ଘଟୁଥିଲା ଅନେକ ଆଶ୍ଚର୍ଯ୍ୟଜନକ ଘଟଣା। ଏକ ଦୃଶ୍ୟରେ ଶ୍ରୀଦେବୀ ବାରମ୍ବାର ଅଟକି ଯାଉଥିଲେ। ପୂର୍ବରୁ ମଧ୍ୟ ଦିବ୍ୟା ଏହି ଦୃଶ୍ୟରେ ଅଟକି ଯାଉଥିଲେ। ଶ୍ରୀଦେବୀ ସେହି ସମାନ ସ୍ଥାନରେ ଅଟକି ଯାଉଥିବା ଦେଖି ଫିଲ୍ମର ଅନ୍ୟ କଳାକାରମାନେ ଡରିଯାଇଥିଲେ। ‘ଲାଡ୍‌ଲା’ ବ୍ୟତିତ ଦିବ୍ୟା ‘ମୋହରା’ ଏବଂ ‘ବିଜୟପଥ’ ପରି ସୁପରହିଟ୍‌ ଫିଲ୍ମ ପାଇଁ ସାଇନ୍‌ କରିସାରିଥିଲେ। ହେଲେ ସେଥିରେ ସେ କାମ କରିପାରିଲେ ନାହିଁ। ଦିବ୍ୟା ଯେତେବେଳେ ବଲିଉଡ୍‌ରେ ଏଣ୍ଟ୍ରି କଲେ ସେତେବେଳେ ସୁପରଷ୍ଟାର ହୋଇସାରିଥିବା ଶ୍ରୀଦେବୀଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ୧୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ ତୁମ ଭାଇ ହୋଇଥିବେ, ମୋର କିନ୍ତୁ ‘ଜାନ୍‌’: ନିଖତ୍‌

ନୂଆଦିଲ୍ଲୀ,୨୧।୫: ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ବକ୍ସର ନିଖତ୍‌ ଜରିନ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବଡ଼ ପ୍ରଶଂସକ।...

ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ...

ରିଲିଜ ହେଲା ବ୍ରହ୍ମାସ୍ତ୍ରର ନୂଆ ରୋମାଣ୍ଟିକ ପୋଷ୍ଟର

ମୁମ୍ବାଇ: ବଲିଉଡ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବିବାହକୁ ନେଇ ଏମାନେ ଏବେ ଖୁବ୍ ଚର୍ଚ୍ଚାରେ...

କରନ୍‌ ଜୋହରଙ୍କ ଏହି ଫିଲ୍ମକୁ ଦେଖି ରାଗିଯାଇଥିଲେ ଶବାନା, ଫୋନ୍‌ କରି ବର୍ଷିଲେ

ଏକ ସମୟ ଥିଲା, ଯେତେବେଳେ କରନ୍‌ ଜୋହରଙ୍କ ଫିଲ୍ମ ବକ୍ସ ଅଫିସରେ୍‌ ହିଟ୍‌ ହେଉଥିଲା। ଶାହରୁଖ ଖାନ ଏବଂ କାଜଲଙ୍କ ଯୋଡି ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରରେ...

ଏକତରଫା ପ୍ରେମରେ ପଡିଲେ ହିମେଶ

ମୁମ୍ବାଇ: ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍‌’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ୨ ମିିଟର ଏହି...

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ବିକି କୌଶଲ

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲଙ୍କୁ ଖୁବ୍‌ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ନିର୍ଦ୍ଦେଶକ ଲକ୍ଷ୍ମଣ ଉଟେକା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନେତା ବିକି...

ଦରଦୀ ଅଭିନେତା ଆକାଶ

ଓଡ଼ିଆ ଯାତ୍ରା ଜଗତରେ ଆକାଶ ନନ୍ଦ ଏକ ପରିଚିତ ନଁା। ଦରଦୀ ଗଳା। ସମୁଦ୍ର ପରି ଗଭୀର ଦୁଇ ଆଖିର ଚାହାଣି। ତାଙ୍କୁ ଦେଖିଲେ ଲାଗେ...

ଅଜୟ ଦେବଗନଙ୍କୁ ବିବାହ କରିବା ନିଷ୍ପତ୍ତିରେ ରାଗିଯାଇଥିଲେ କାଜୋଲଙ୍କ ପିତା

ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ କାଜୋଲ ପରଦାରେ ନିଜର ଦୃଢ ଅଭିନୟ ପାଇଁ ଜଣାଶୁଣା। କାଜୋଲ ପରଦାରେ ଗମ୍ଭୀର ଚରିତ୍ରରେ ନଜର ଆସନ୍ତି, କିନ୍ତୁ ପରଦା ପଛରେ...

Advertisement
Archives

Model This Week