ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ

ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ ପରଠୁ ଖଟିଆରେ ପଡି ରହିଛି ସେ । ଉଠିବା କି ବସିବା କିଛି ନାହିଁ ା ଅଧିକାଂଶ ସମୟରେ ତାଙ୍କ ବିକଳ କାନ୍ଦରେ ଫାଟି ପଡୁଛି ଘର। ଗରିବ ମା’ ବାପା କୁନି ଝିଅର ଚିକିତ୍ସା କରାଇ ପାରୁନାହାନ୍ତି ା ଅର୍ଥାଭାବ ଏଥିରେ ପ୍ରତିବନ୍ଧକ ସାଜିଛି ା ଏପଟେ ଦିବ୍ୟାଙ୍ଗ ଶିଶୁକୁ ଭତ୍ତା କିମ୍ବା ଅନ୍ୟାନ୍ୟ ସରକାରୀ ସହାୟତା ବି ମିଳୁପାରୁନି। ନିଜ ଆଖି ଆଗରେ ପିଲାର ଦୁଃଖ ଦେଖୁଛନ୍ତି ସିନା କିଛି କରି ପାରୁନାହାନ୍ତି ନାୟକ ଦମ୍ପତି।
ଦିନଥିଲା ଗୋକୁଳ ନାଏକଙ୍କ ପରିବାର ହସଖୁସିରେ ଚାଲିଥିଲା ା ଚାରିବର୍ଷ ତଳେ ସ୍ତ୍ରୀ ଭାରତୀ ଏକ ଶିଶୁକନ୍ୟା ଜନ୍ମଦେବା ପରେ ଘରେ ସମସ୍ତେ ଆନନ୍ଦରେ ନାଚି ଉଠିଥିଲେ ା ଝିଅର ନାମ ଦେଇଥିଲେ ଅର୍ଚ୍ଚନା। ହେଲେ ଜନ୍ମର ମାସକ ପରେ ଶିଶୁଟି ଦିବ୍ୟାଙ୍ଗ ହୋଇଗଲା ା ହାତଗୋଡ କାର୍ଯ୍ୟକ୍ଷମ ହେଲାନାହିଁ। ନିସ୍ତେଜ ହୋଇ ପଡି ରହିଲା ସେ। ଏପରି ପରିସ୍ଥିତିରେ ପରିବାର ଖୁସି ଅଳ୍ପଦିନରେ ମିଳେଇଗଲା। ମୂଲମଜୁରି କରି ଘର ଚଳାଉ ଥିବା ଗୋକୁଳ ସଞ୍ଚିତ ଟଙ୍କା ସହ ଧାରକରଜ କରି ଝିଅକୁ ବଲାଙ୍ଗୀର, ଭୁବନେଶ୍ୱର, କଟକ ଆଦି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଲେ। ହେଲେ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହେଲାନାହିଁ। ସ୍ନାୟୁଗତ ରୋଗ ଯୋଗୁ ଏଭଳି ହୋଇଥିବା ଡାକ୍ତରମାନେ କହିଲେ। ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି କହିବା ପରେ ମା’ବାପାଙ୍କ ମୁଣ୍ଡରେ ଚଡକ ପଡିଲା। ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଗୋକୁଳ। ଏ ନେଇ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ଶିଶୁଟିକୁ ତାଙ୍କ ଘରକୁ ଯାଇ ଦେଖିଛି। ଭତ୍ତା ପାଇଁ କାଗଜପତ୍ର ଦେବାକୁ କୁହାଯାଇଛି ା ଖୁବ୍‌ଶୀଘ୍ର ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri