ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ରାସ୍ତା ପାର କରି ଚର୍ଚ୍ଚାରେ ଟ୍ରାଫିକ କନେଷ୍ଟବଳ

ବାରିପଦା ଅଫିସ,୧୯ା୯- ନୂତନ ମୋଟର ଯାନ ଆଇନ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ଦିନ ହେବ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ବହୁତ ତତ୍ପରତା ଦେଖାଉଛନ୍ତି। ଏଥିପାଇଁ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏଥିଯୋଗୁଁ ପୋଲିସର ଭାବମୂର୍ତ୍ତି ନଷ୍ଟ ହେଉଥିବା ବେଳେ କେତେକ ପୋଲିସ କର୍ମଚାରୀ ସେମାନଙ୍କ ମନୋଭାବ ପରିବର୍ତ୍ତନ କରୁ ନାହାନ୍ତି। ଅନ୍ୟପକ୍ଷେ କିଛି ପୋଲିସ କର୍ମଚାରୀ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ପ୍ରଶଂସିତ ମଧ୍ୟ ହେଉଛନ୍ତି। ବାରିପଦା ସହରର ବ୍ୟସ୍ତବହୁଳ ତକତପୁର ଛକ ତଥା ଜାତୀୟ ରାଜପଥ ନଂ. ୧୮ରେ ଜଣେ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ରାସ୍ତା ପାର କରାଇବାରେ ସହଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଟ୍ରାଫିକ ପୋଲିସ କର୍ମଚାରୀ। ଏହି କର୍ମଚାରୀଙ୍କ ନାମ ସୁଦୀପ ମହାନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି। ଜନବହୁଳ ଏହି ରାସ୍ତାରେ ସବୁବେଳେ ଭରିଯାନ ଚଲାଚଳ କରେ। ରାସ୍ତା ଖରାପ ଥିବାରୁ ଜଣେ ବ୍ୟକ୍ତିଙ୍କୁ ରାସ୍ତା ପାର ହେବା ପାଇଁ ବହୁ ସାବଧାନତା ଅବଲମ୍ବନ କରିବାକୁ ପଡେ। ତେବେ ଟ୍ରାଫିକ କର୍ମଚାରୀ ସୁଦୀପଙ୍କ କହିବା ମୁତାବକ ଦିନ ପ୍ରାୟ ୧୧.୩୦ ବେଳେ ଜଣେ ଦିବ୍ୟାଙ୍ଗ ମହିଳା ବାରମ୍ବାର ରାସ୍ତା ପାର ହେବାକୁ ଉଦ୍ୟମ କରିଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ରାସ୍ତା ପାର ହୋଇ ନ ପାରି ଫେରି ଆସୁଥିଲେ। ଏମିତି ଅଧଘଣ୍ଟା ଧରି ବୃଦ୍ଧା ଜଣକ ଉଦ୍ୟମ କରି ବିଫଳ ହୋଇ ରାସ୍ତା କଡରେ ଠିଆ ହୋଇ ରହିଥିଲେ। ଏହି ଘଟଣାକୁ ଦୀର୍ଘ ସମୟ ଅନୁଧ୍ୟାନ କରିବା ପରେ ସୁଦୀପ ତୁରନ୍ତ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କରିଥିଲେ। ରାସ୍ତାରେ ଗାଡ଼ି ଅଟକାଇ ତାଙ୍କୁ ରାସ୍ତା ପାର କରାଇଥିଲେ। ଲୋକଙ୍କ ସେବା କରିବା ହିଁ ପୋଲିସ ବିଭାଗର ପ୍ରଥମ କାର୍ଯ୍ୟ ବୋଲି ସୁଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାରୁ ବଞ୍ଚିତ ପୁଷ୍ପଲତା

ବୋଲଗଡ଼,୨୩ା୧୨(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମରେ ଆବାସ ଯୋଜନାରେ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଚାଳ ଛପର ଘରେ ପରିବାର ସହ ବାସ କରୁଥିବା...

ଅଫ୍‌ଲାଇନ, ଅନ୍‌ଲାଇନରେ ସାମଗ୍ରୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧।୨: ସୁନେଲି ରଙ୍ଗର ବଣୁଆ ଘାସ କାଇଁଚ। ଏହି ଘାସ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେବା ସହ...

୨ବର୍ଷ ବିତିଲା ହୋଇପାରୁନି ନୂତନ ଷ୍ଟ୍ରକ୍‌ଚର କାର୍ଯ୍ୟକ୍ଷମ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୬-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତ ଜାଗିରି ଖଇରପଟିଠାରେ ଏକ ନୂତନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହେବାର ୨ ବର୍ଷ ବିତିଲାଣି। ହେଲେ...

ଭିଜିଲାନ୍ସ ହାତରେ ଟିଡିସିସି ମ୍ୟାନେଜର: ୧୯ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ,୨।୬(ଡି.ଏନ.ଏ.): ସୁନ୍ଦରଗଡ ଟିଡିସିସି ଜିଲା ମ୍ୟାନେଜର ଜୟପ୍ରକାଶ ମହାନ୍ତି ବୁଧବାର ସକାଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କଠାରୁ ୧୯ ଲକ୍ଷ...

ହେଲମେଟ୍‌ ନ ପିନ୍ଧିଲେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ମନା

ଭଞ୍ଜନଗର,୪।୮(ଡି.ଏନ.ଏ.) -ବାଇକ୍‌ ଓ କାର ଚାଳକଙ୍କ ଉପରେ ଏଣିକି କଡ଼ା ନଜର ରଖିବ ପ୍ରଶାସନ। ଯେଉଁମାନେ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବେ ସେମାନଙ୍କ ବିରୁଦ୍ଧରେ ଜରିମାନା...

ମାସକର ଖାଦ୍ୟ ମାଗଣାରେ ଦେବାକୁ ନିବେଦନ

କଟକ ଅଫିସ୍‌,୨୬ା୩: କରୋନାକୁ ଦୃଷ୍ଟିରେ ରଖି ୨୧ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି। ତେବେ ଏଥିଯୋଗୁ ଦିନମଜୁରିଆ, ଚୁକ୍ତିଭିିିତ୍ତିକ ଶ୍ରମିକ, ନିର୍ମାଣ...

ଭଂଗା ଘରେ ୩ ପରାନୀ କୁଟୁମ

ଲୋଇସିଂହା,୧୨।୮(ଡି.ଏନ୍‌.ଏ.):  ଗଲା ଦୁଇଦିନ୍‌ ଧରି ହେଇଥିବାର ବରଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଁଚେତ୍‌ ଛେଲବାହାଲ ଗଁାର ସେବକ ବାରିକକଁର ଘର ଭାଂଗି ଯାଇଛେ।...

କଟକର ଘରୋଇ କଲେଜରୁ ୧୨ ଆକ୍ରାନ୍ତ ଚିହ୍ନଟ ଘଟଣା: କଣ୍ଟାକ୍ଟ ଟ୍ରେସିଂ କରିବ ସିଏମ୍‌ସି

କଟକ ଅଫିସ,୧୮।୩: କଟକରେ ଧିରେ ଧିରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ। ସହରର ଏକ ଘରୋଇ କଲେଜରୁ ୧୨ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ...

Advertisement
Archives

Model This Week