ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୧୧ା୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଡଙ୍ଗାପାଳ ଗ୍ରାମରେ ୨୦୧୬ରେ ସଙ୍ଗଠିତ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ତଥା ଅତିରିକ୍ତ ଜିଲାଜଜ୍‌ ରାଜକିଶୋର ମହାପାତ୍ର ଅଭିଯୁକ୍ତ ସୁବାସ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ବର୍ଷେ ଜେଲଦଣ୍ଡ ଭୋଗିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପୋକ୍‌ସୋ) ସୁଲେମାନ ଖଁା ପରିଚାଳନା କରିଥିଲେ।
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ଜାନୁୟାରୀ ୧୮ରେ ସମ୍ପୃକ୍ତ ନାବାଳିକା କେନାଲକୁ ଶୌଚ ହେବାକୁ ଯାଇଥିବାବେଳେ ତାଙ୍କୁ ଏକୁଟିଆ ପାଇ ସୁବାସ ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ୧୯ ତାରିଖରେ କଙ୍କଡ଼ାହାଡ଼ ଥାନାରେ ନଂ. ୩/୧୬ରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ ହୋଇଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ସିଟି ସ୍ପେଶାଲ କେସ୍‌ ନଂ. ୬/୧୬ର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର, ଶ୍ୟାମାଚରଣପୁର କଣ୍ଟେନ୍‌ମେଣ୍ଟ ଜୋନ୍‌

ଢେଙ୍କାନାଳ ଅଫିସ, ୭ା୭ ଢେଙ୍କାନାଳ ସହରରେ ଥିବା ଏକ ପ୍ରମୁଖ ମନ୍ଦିରର ପୂଜକ ରବିବାର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା...

ମାଷ୍ଟରମାଇଣ୍ଡ୍‌ଙ୍କ ସମେତ ୨ ଗିରଫ

ଢେଙ୍କାନାଳ ଅଫିସ/ଦେବଗଡ଼(ଡି.ଏନ୍‌.ଏ.), ୧୯।୧୨:ଓଡ଼ିଶାରେ ବଡ଼ଧରଣର ଜାଲନୋଟ ରାକେଟ୍‌ ଚାଲିଛି। ପଶ୍ଚିମରୁ କେନ୍ଦ୍ର ଓଡ଼ିଶା ଯାଏ ଲମ୍ବିଛି ଏହାର ଚେର। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି...

ସଂସ୍କୃତି ବିଭାଗକୁ ଅଣଦେଖା

ଢେଙ୍କାନାଳ ଅଫିସ,୧୩ା୪ ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ପାଇଁ ଢେଙ୍କାନାଳ ଜିଲା ରାଜ୍ୟ ଓ ଜାତୀୟସ୍ତରରେ ବେଶ୍‌ ପରିଚିତ। କିନ୍ତୁ ଗତ ୬ବର୍ଷ ହେଲା ଜିଲା...

କୂଅରେ ପୋତି ହୋଇଗଲେ ଶ୍ରମିକ

କାମାକ୍ଷାନଗର, ୭।୪(ଡି.ଏନ.ଏ.): ଖୋଳାଯାଉଥିଲା କୂଅ। ମାଟି ବାହାର କରିବାକୁ ଭିତରକୁ ପଶିଥିବାବେଳେ ହଠାତ୍‌ ଖସିପଡ଼ିଲା ଅତଡ଼ା। ଏଥିରେ ପୋତି ହୋଇ ରହିଗଲେ ଶ୍ରମିକ। ଜେସିବି ସହାୟତାରେ...

ଅପହଞ୍ଚ ଗାଁର ଆଲୋକବର୍ତ୍ତିକା ‘ଅନନ୍ୟା’

ଢେଙ୍କାନାଳ ଅଫିସ,୭।୪: ‘ମାନବ ସେବା ହିଁ ମାଧବ ସେବା’। ଏହି ଉକ୍ତିକୁ ଯଥାର୍ଥରେ ପ୍ରତିପାଦନ କରିଛନ୍ତି ଢେଙ୍କାନାଳର ଯୁବ ସାମାଜିକ କର୍ମୀ ତଥା ସାମାଜିକ ସାଂସ୍କୃତିକ...

ବହୁ ପଦବୀ ଆଶାୟୀ ନିରାଶ

ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ଜିଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋର୍‌ଦାର ଲବି କରିଥିଲେ...

୧୨୫ ଏସି, ୨ ଲିଫ୍ଟ ଅଚଳ

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ସୀମା ଟପିଛି। ଜିଲା ସ୍ବାସ୍ଥ୍ୟସେବାର ପ୍ରମୁଖ ପ୍ରତିଷ୍ଠାନ ବୋଲାଉଥିବା ଏହି ମେଡିକାଲରେ ୧୨୫ ଏସି...

ସଚ୍ଚୋଟ ହୁଅ, ବୃତ୍ତିକୁ ଭଲପାଅ

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ‘ଭାରତୀୟ ସମାଜର ବିକାଶରେ ଆଇନଜୀବୀଙ୍କ ଭୂମିକା’ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ...

Advertisement
Archives

Model This Week