ଦିବ୍ୟାଙ୍ଗ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର

ଭୁବନେଶ୍ୱର,୨୯ା୬(ବ୍ୟୁରୋ): କାଉନସିଲ ଅଫ୍‌ ହାୟର ସେକେଣ୍ଡାରି ଏଜୁକେଶନ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବାର ନଜିର ରହିଛି। ଏବେ ପୁଣି ଜଣେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହୋଇଯିବାକୁ ବସିଛି। ଅଭିଯୋଗ ଜଣାଇବାକୁ ଯାଇ ବାରମ୍ବାର ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏପରି କି ତାଙ୍କ ପରୀକ୍ଷାଫଳ ପ୍ରକାଶ ନେଇ କୋର୍ଟଙ୍କ ଆଦେଶ ମଧ୍ୟ ମାନୁନାହାନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ଫଳରେ ମାନସିକସ୍ତରରେ ଭାଙ୍ଗିପଡ଼ିଛନ୍ତି କଟକ ଜିଲା ମାହାଙ୍ଗା ମଧୁପୁର ଗ୍ରାମର ଏହି ମେଧାବୀ ଦିବ୍ୟାଙ୍ଗ ଛାତ୍ର ରବୀନ୍ଦ୍ର କୁମାର ଦାଶ। ନ୍ୟାୟ ପାଇଁ ଗୁହାରି ଜଣାଇ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନ୍ୟାୟ ନ ମିଳିଲେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବେ ବୋଲି ରବୀନ୍ଦ୍ର କ୍ଷୋଭ ଓ ଦୁଃଖର ସହ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୦୬ରେ ରବୀନ୍ଦ୍ର କଟକ ବୋର୍ଡ ସ୍କୁଲରୁ ମାଟ୍ରିକ୍‌ ପାସ କରିଥିଲେ। ପରେ ସେ ଚୟନ ପ୍ରକ୍ରିୟା ଅନୁସାରେ ରେଭେନ୍ସା କଲେଜରେ ଯୁକ୍ତଦୁଇ ପଢିବାର ସୁଯୋଗ ପାଇଥିଲେ। ତାଙ୍କୁ ଚତୁର୍ଥ ବିଷୟ ଭାବେ ସଂସ୍କୃତ ଦିଆଗଲା। ପରେ ବିଜ୍ଞପ୍ତି ଅନୁଯାୟୀ ଏଜୁକେଶନ୍‌ (ଶିକ୍ଷା) ବିଷୟକୁ ବଦଳାଇ ଦେଇଥିଲେ। ସଂସ୍କୃତ ବିଷୟରୁ ଏଜୁକେଶନକୁ ବଦଳାଇ ଦିଆଯାଇଥିବା ନେଇ ରବୀନ୍ଦ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ତେବେ ୨୦୦୮ରେ ମୁଖ୍ୟ ପରୀକ୍ଷା ଦେବା ପୂର୍ବରୁ ତାଙ୍କର ଯେଉଁ ଆଡମିଟ୍‌କାର୍ଡ ଆସିଥିଲା, ସେଥିରେ ରେଜିଷ୍ଟ୍ରେଶନ ନମ୍ବର ୨୦୦୬୦୮/୪୭ ରହିଥିବାବେଳେ ବାଧ୍ୟତାମୂଳକ ବିଷୟ ଭାବେ ଇଂଲିଶ, ଓଡ଼ିଆ ଏବଂ ଇଚ୍ଛାଧୀନ ବିଷୟ ଭାବେ ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଅର୍ଥନୀତି ବିଷୟ ଉଲ୍ଲେଖ ଥିଲା। ସେହିପରି ଅତିରିକ୍ତ ଇଚ୍ଛାଧୀନ ବିଷୟ ଭାବେ ଏଜୁକେଶନ ଉଲ୍ଲେଖ ରହିଥିଲା। ଆଡମିଟ୍‌ କାର୍ଡ ଅନୁଯାୟୀ ରବୀନ୍ଦ୍ର ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷାଫଳ ବାହାରିବା ସମୟରେ ତାଙ୍କର ଫଳ ପ୍ରକାଶ ପାଇ ନ ଥିଲା। ଏ ନେଇ ସେ ସିଏଚ୍‌ଏସଇ ଅଫିସକୁ ଯାଇ ବୁଝାବୁଝି କରିବାରୁ ତୁମର ସଂସ୍କୃତ ବିଷୟ ଥିବାବେଳେ ତୁମେ ପରୀକ୍ଷା ଦେଇ ନ ଥିବାରୁ ଫଳ ବାହାରିନାହିଁ ବୋଲି କୁହାଯାଇଥିଲା। ପରେ ସେ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ଧକ୍କାମାରି ବିଦା କରିଦିଆଯାଇଥିଲା। ଶେଷରେ କିଛି ବାଟ ନ ପାଇ ରବୀନ୍ଦ୍ର ହାଇକୋର୍ଟ ଏବଂ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇଁ ସିଏଚ୍‌ଏସ୍‌ଇକୁ ୨୦୦୯ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି କ୍ଷତିପୂରଣ ବାବଦକୁ ୧ଲକ୍ଷ ୨ହଜାର ଟଙ୍କା ଦେବାକୁ ସିଏଚ୍‌ଏସ୍‌ଇକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଏହାକୁ ମାନିନାହାନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନ ମାନିବା ଆଇନଗତ ଅପରାଧ। ହେଲେ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତଙ୍କୁ ଚକିତ କରିଛି। ପରେ ଏ ନେଇ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଛନ୍ତି। ସାର୍ଟିଫିକେଟ ନ ଥିବାରୁ ସେ ଉଚ୍ଚଶିକ୍ଷା ଗ୍ରହଣ କରିପାରୁନାହାନ୍ତି କି ଚାକିରି କରିପାରୁନାହାନ୍ତି। ଏଣେ ବୟସ ଗଡ଼ିଯାଉଛି। ତେଣୁ ସେ ଚିନ୍ତାରେ ଅଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ନ ଦେଲେ ସେ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ସିଏଚ୍‌ଏସ୍‌ଇର ପରୀକ୍ଷା ନିୟନ୍ତ୍ରକ ଡା. ବିଜୟ କୁମାର ସାହୁ କହିଛନ୍ତି, ସମ୍ପୃକ୍ତ ଛାତ୍ର ଚଞ୍ଚକତା କରି ଏଜୁକେଶନ୍‌ ବିଷୟ ନେଇଥିଲେ। ତାଙ୍କ ନାମରେ ରେଭେନ୍ସା ପ୍ରିନ୍ସିପାଲ ମଧ୍ୟ ଅଭିଯୋଗ ଆଣିଥିଲେ। ସେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri