Posted inଖେଳ

ଦିବାରାତ୍ର ଟେଷ୍ଟ: କାଉଣ୍ଟ ଡାଉନ୍‌ ଆରମ୍ଭ

କୋଲକାତା,୧୮ା୧୧ (ପି.ଟି.)-ଭାରତର ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ କାଉଣ୍ଟଡାଉନ୍‌ ରବିବାରଠାରୁ ଆରମ୍ଭ ହୋଇଛି। ହର୍ଷ ଉଲ୍ଲାସର ସହରକୁ ଗୋଲାପୀ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବହୁ ପ୍ରତିକ୍ଷୀତ ଇଭେଣ୍ଟର ଅଫିସିଆଲ ମାସ୍କଟ ‘ପିଙ୍କୁ ଟିଙ୍କୁ’ର ଉନ୍ମୋଚନ କରିଛନ୍ତି। ଗାଙ୍ଗୁଲି ମ୍ୟାଚ ଟିକେଟ ସହ ପୋଜ୍‌ ଦେଇଛନ୍ତି। ବାଂଲାଦେଶ ବିପକ୍ଷ ଏହି ଐତିହାସିକ ଟେଷ୍ଟ ପୂର୍ବରୁ ଇଡେନଗାର୍ଡେନରେ ଏହି ମାସ୍କଟଟି କୁନି କୁନି ପିଲାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଷ୍ଟାଡିୟମର ଆକାଶ ମାର୍ଗରେ ଏକ ବୃହତ୍‌କାୟ ବେଲୁନ ଶୋଭା ପାଉଛି। ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ଏହି ବେଲୁନ୍‌ଟି ରହିବ। ସହରର ସବୁଠାରୁ ଉଚ୍ଚ ଅଟ୍ଟାଳିକା ଶହିଦ ମିନାର ‘୪୨’ ଏବଂ କୋଲକାତା ମ୍ୟୁନିସିପାଲିଟି କର୍ପୋରେଶନର କେତୋଟି ପାର୍କକୁ ଗୋଲାପୀ ଆଲୋକରେ ସଜ୍ଜା ଯାଇଛି। ହୁଗ୍‌ଳୀ ନଦୀରେ ଚଳପ୍ରଚଳ କରୁଥିବା ଏକ ଡଙ୍ଗାରେ ଏକ ଆଲୋକିତ ଗୋଲାପୀ ବଲ ଶୋଭା ପାଉଛି। ଏହି ଡଙ୍ଗା ମ୍ୟାଚ ଆରମ୍ଭ ଅର୍ଥାତ ନଭେମ୍ବର ୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ଆଇକନିକ ହାଓ୍ବଡ଼ା ଏବଂ ବିଦ୍ୟାସାଗର ସେତୁ ମଧ୍ୟରେ ଯିବା ଆସିବା କରିବ। ନଭେମ୍ବର ୨୦ରୁ ଟାଟା ଷ୍ଟିଲ ବିଲଡିଂରେ ଥ୍ରିଡି ମ୍ୟାପିଂ ଶୋଭାପାଇବ। ମେଜର୍ସ କ୍ଲବ ଗୋଲାପୀ ଆଲୋକମାଳାରେ ସଜ୍ଜିତ ହୋଇଛି। ଅନ୍ୟ କେତେକ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି। ଏହାଛଡ଼ା ସୋମବାରଠାରୁ ସମଗ୍ର ସହରରେ ବିଲ୍‌ବୋର୍ଡ, ୬ଟି ଏଲ୍‌ଇଡି ବୋର୍ଡ ଏବଂ କେତେକ ବସ୍‌ ଜରିଆରେ ଟେଷ୍ଟ କ୍ରିକେଟ ପ୍ରତି ଆଗ୍ରହ ଏବଂ ସଚେତନତା ସୃଷ୍ଟି କରାଯିବ। ଇଡେନଗାର୍ଡେନ ଭିତରପଟ ପାଚେରୀରେ କ୍ରିକେଟ ଖେଳ ସମ୍ପର୍କିତ ଚିତ୍ର ସ୍ଥାନ ପାଇବ। ଏଥିପାଇଁ ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସ୍ଥାନୀୟ କ୍ରେଓକ୍ରାଫ୍ଟ ନାମକ ଏକ ଏଜେନ୍ସିର ସହାୟତା ନେଇଛି। ୨୦ ଜଣ ଚିତ୍ର ଶିଳ୍ପୀ ଦିନରାତି ଲାଗିପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଜୀବନ, ସ୍ବାସ୍ଥ୍ୟଠାରୁ ବଡ଼ କିଛି ନାହିଁ’

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ବିଶ୍ୱରେ କାୟା ବିସ୍ତାର କରିଚାଲିଥିବାବେଳେ ନିଜ ଫିଟ୍‌ନେସ ସହିତ ଫର୍ମ ବଜାୟ ରଖିବା ଖେଳାଳିମାନଙ୍କ ପାଇଁ ଚ୍ୟାଲେଞ୍ଜ...

କୋପା ଆମେରିକା:ଇକ୍ୱାଡରକୁ ହରାଇଲା ଉରୁଗୁଏ

ବେଲୋ ହରିଜଣ୍ଟେ,୧୭।୬(ଏଏଫ୍‌ପି)- ଲୁଇସ ସୁଆରେଜ ଓ ଇଡିନସନ କାଭାନିଙ୍କ ଗୋଲ ବଳରେ ଉରୁଗୁଏ ଦଳ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ...

ଟିମ୍‌ ଇଣ୍ଡିଆକୁ ହକିରେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ପୂର୍ବପେକ୍ଷା ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ଦଳଗତ...

ଟସ୍‌ ଜିତିଲା କେକେଆର୍‌; ପ୍ରଥମେ ଫିଲ୍ଡିଂ କରିବ ସିଏସ୍‌କେ

ଆବୁଧାବି, ୭।୧୦: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ବୁଧବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ...

ଡୋପିଂ: କଲମ୍ବିଆ ସାଇକ୍ଲିଷ୍ଟ ୪ ବର୍ଷ ବାସନ୍ଦ

ପ୍ୟାରିସ୍‌,୨୧।୫(ଏଏଫପି): କଲମ୍ବିଆର ତାରକା ସାଇକ୍ଲିଷ୍ଟ ପାଣ୍ଟାନୋ ଡୋପିଂ କାରଣରୁ ୪ ବର୍ଷ ବାସନ୍ଦାଦେଶର ସମ୍ମୁଖୀନ ହୋଇଛନ୍ତି। ଗତ ବର୍ଷ ହୋଇଥିବା ଡୋପ୍‌ ଟେଷ୍ଟରେ ସେ ବିଫଳ...

ଭାରତ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟ ବ୍ରିଜ,୭।୮: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଭାରତୀୟ ଦଳ ଆଗରେ ଧାର୍ଯ୍ୟ ହୋଇଛି ୨୦୯ ରନ୍‌ର ବିଜୟ ଲକ୍ଷ୍ୟ। ପ୍ରଥମ ଇନିଂସରେ...

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ପ୍ଲିସ୍‌କୋଭା-ସାବାଲେଙ୍କା ସେମିଫାଇନାଲ

ଲଣ୍ଡନ, ୭।୭- ଚେକ୍‌ ରିପବ୍ଲିକର କାରୋଲିନ ପ୍ଲିସ୍‌କୋଭା ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର...

ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାପରେ ଟ୍ରୋଲ ହୋଇଥିଲେ କୋହଲି, ଏବେ ଫଟୋ ଶେୟାର କରି ଦେଲେ କଡା ଜବାବ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବହୁତ ଦିନର ଅପେକ୍ଷା ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ୨୦୨୧ ଜାନୁୟାରୀରେ ସେ ପିତା ହେବେ...

Advertisement
Archives

Model This Week