ଦିନେ ଯାତ୍ରା ଦେଖୁ ନ ଥିଲେ, ଏବେ ଯାତ୍ରା କଳାକାର

ଓଡ଼ିଆ ଯାତ୍ରା ଜଗତର ଜଣେ ଆଗଧାଡ଼ିର ଯୁବ କଳାକାର ହେଉଛନ୍ତି ଅରୁଣ କୁମାର ଲେଙ୍କା। ଲୋକପ୍ରିୟ ନାଟକ ‘ଗୁପ୍ତ ସମ୍ପର୍କ’ରେ ଜନଜାତି ଚରିତ୍ରରେ ଅଭିନୟ କରି ସେ ଲୋକଲୋଚନକୁ ଆସିଥିଲେ। ନାଟକର ବଡ଼ଭାଇ ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ ଅରୁଣ। ଢେଙ୍କାନାଳ ଜିଲାର ସରଦେଈପୁର ଗଁାରେ ଜୟକୃଷ୍ଣ ଲେଙ୍କା ଏବଂ ଅମୂଲ୍ୟ ଲେଙ୍କାଙ୍କ କୋଳରେ ଜନ୍ମଗ୍ରହଣ କରିଥିବା ଅରୁଣ ୧୯୯୭ ମସିହାରେ ଆସିଲେ ଯାତ୍ରାକୁ। ତେବେ ଯାତ୍ରାକୁ ଆସିବା ନେଇ ତାଙ୍କର କୌଣସି ଯୋଜନା ନ ଥିଲା। ଏପରି କି ନା ସେ ଯାତ୍ରା କରିଥିଲେ ନା ଯାତ୍ରା ଦେଖୁଥିଲେ। ଓଲଟି ଯେତେବେଳେ ସାଙ୍ଗମାନେ କହୁଥିଲେ, ଚାଲ ଅମୁକ ଜାଗାରେ ଯାତ୍ରା ହେଉଛି ଦେଖିବାକୁ ଯିବା ସେତେବେଳେ ସେ ହସି ଉଡ଼େଇ ଦେଉଥିଲେ। କହୁଥିଲେ ରାତିରେ ନ ଶୋଇ କିଏ ଯିବ ଯାତ୍ରା ଦେଖିବାକୁ। ମାତ୍ର ଭାଗ୍ୟ ତାଙ୍କୁ ଯାତ୍ରାକୁ ଆଣିବା ପାଇଁ ହିଁ ଯୋଜନା କରିଥିଲା। ସେଥିଲାଗି ଗୋଟେ ଝୁଙ୍କ୍‌ରେ ଅରୁଣ ଆସି ଯୋଗଦେଲେ ଭାରତ ଗଣନାଟ୍ୟରେ। ତେବେ ଯାତ୍ରାକୁ ଆସିବା ପରେ ଆରମ୍ଭ ହେଲା ତାଙ୍କର ଅସଲ ସଂଘର୍ଷ। ପାର୍ଟ ତ ମିଳିଲା ନାହିଁ; ସେ ପାର୍ଟିର ପେଟି, ଚେୟାର ବୋହି ନିଜର ଗୁଜୁରାଣ ମେଣ୍ଟେଇଲେ। କଦବା କ୍ୱଚିତ ଗୁଣ୍ଡା ହୋଇ ନ ହେଲେ କନ୍‌ଷ୍ଟେବଳ ହେଇ ମଞ୍ଚକୁ ଯିବାର ସୁଯୋଗ ମିଳୁଥିଲା। ସେଥିରେ ପୁଣି ନା ଥିଲା ଡାଏଲଗ ନା ଥିଲା ଆକ୍ଟିଂ। କେବଳ ପୋଷାକ ପିନ୍ଧି ମଞ୍ଚକୁ ଯିବା ଆଉ ଆସିବା। ଏମିତିରେ ଗୋଟିଏ ବର୍ଷ ବିତିଲା। ସେ ଭାରତ ଗଣନାଟ୍ୟ ଛାଡ଼ି ଜଗଦ୍ଧାତ୍ରୀ ଗଣନାଟ୍ୟରେ ଯୋଗଦେଲେ। ଏଇ ଜଗଦ୍ଧାତ୍ରୀରେ ହିଁ ସେ ଜଣେ ଆକ୍ଟର ଭାବରେ ଯୋଗଦେଲେ। ଅନୁଷ୍ଠାନର ନାଟକ ମାଣିକ, ମହାପାତ୍ର ଘର ବଡ଼ବୋହୂ, ଅଗଷ୍ଟ ପନ୍ଦର ଭାରତ ବନ୍ଦ ଆଦି ନାଟକରେ ତାଙ୍କୁ ରୋଲ୍‌ ମିଳିଲା। ଭଲ ଚେହେରା ସାଙ୍ଗକୁ ମୁଣ୍ଡରେ ମେଞ୍ଚେ ଚୁଟି ରଖିଥିଲେ। ତେଣୁ ତାଙ୍କୁ ନେଗେଟିଭ୍‌ ଭୂମିକା ପାଇଁ ବଛାଗଲା। ଆଉ ତାହା ବି ତାଙ୍କର ପସନ୍ଦ ଥିଲା। ଇତିମଧ୍ୟରେ ସେ ଯାତ୍ରାରେ ୨୨ବର୍ଷ ଅତିକ୍ରାନ୍ତ କରି ସାରିଲେଣି। ଦୁର୍ଗାଶ୍ରୀ, ତାରପୁର ଅପେରା, ଉତ୍ତରାୟଣୀ ଅପେରା ସାତଶଙ୍ଖ, ଶିବମ୍‌ ଗଣନାଟ୍ୟ, ଅପେରା ମା’ ତାରିଣୀ, ଚିନ୍ମୟୀ ଗଣନାଟ୍ୟ, ବାଣେଶ୍ୱରୀ ଆଦି ଅନୁଷ୍ଠାନରେ ଅଭିନୟ କରି ଏବେ ତିନିବର୍ଷ ଧରି ଯାତ୍ରାଶ୍ରୀ ବିଶ୍ୱଦରବାରରେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ଓଏମ୍‌ପି ଛକରେ ଝିଅଟି କିଏ, ନାଲି ସୁଇଟର ନେପାଳି ଝିଅ, ଗୋଲାପି ଦିଦି, କହିବାକୁ ମୋତେ ଲାଜ ଲାଗୁଛି, ଚନ୍ଦ୍ରମଣି ତୁ ମରିଯା, ମିଛ କହିବାକୁ କିଅଁା ଡରିବି, ଦୁନିଆ କହିବ କିଏ ମୋ ସ୍ବାମୀ, ଗୁପ୍ତ ସମ୍ପର୍କ, ଆକାଶ କଇଁଆ ଚିଲିକା ମାଛ, ତମ କଥା ଭାରି ମନେପଡୁଛି ଏବଂ ଆହୁରି ଅନେକ। ଗୋଟେ ସମୟରେ ସେ ଯାତ୍ରାକୁ ଆସିବା କଥା ଘରେ ଜାଣି ନ ଥିଲେ। ଜାଣିବା ପରେ ମନଊଣା ବି କରିଥିଲେ। ହେଲେ ଏବେ ତାଙ୍କୁ ନେଇ ପରିବାର ବେଶ ଖୁସି। ବାପା ଓ ମା’ଙ୍କ ଆଶୀର୍ବାଦ ତଥା ପତ୍ନୀ ସବିତା ଲେକାଙ୍କ ପ୍ରେରଣା ତାଙ୍କୁ ଆଗକୁ ଆଗେଇଯିବାରେ ସହାୟକ ହେଉଛି ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ମଧୁମେହରୁ ମୁକ୍ତି ଚାହୁଁଥିଲେ…

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ...

ଆଜ୍‌ମାର ଘରୋଇ ଉପଚାର

ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ...

ମ୍ୟାଲେରିଆ : କାରଣ, ପ୍ରତିକାର

ମ୍ୟାଲେରିଆ ଜ୍ୱର ‘ମାଈଏନ୍‌ଫିଲିସ ମଶା’ କାମୁଡ଼ିବା ଦ୍ୱାରା ହୋଇଥାଏ। ସର୍ବପ୍ରଥମେ ୧୯୩୪ରେ ରୋନାଲ୍‌ଡ ରସ୍‌ ନାମକ ଜଣେ ବୈଜ୍ଞାନିକ ମ୍ୟାଲେରିଆ ପାରାସାଇଟର ବ୍ୟତୀତ ଆଣ୍ଟି ମ୍ୟାଲେରିଆ...

ମଙ୍ଗଳରେ ହେଲିକପ୍ଟର

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତା କ୍ରମରେ ସୌରଜଗତର ଚତୁର୍ଥ ଏବଂ ପୃଥିବୀର ଅନ୍ୟତମ ପଡୋଶୀ ଗ୍ରହ। ଅନେକ ବର୍ଷରୁ ଏହାକୁ ନେଇ ପୃଥିବୀବାସୀଙ୍କ ମନରେ ଅହେତୁକ...

ଲଙ୍କା କାଟିବା ପରେ…

ଲଙ୍କା କାଟିବା କିମ୍ବା ଚକଟିବା ପରେ ସାଧାରଣତଃ ହାତ ପୋଡ଼ାଜଳା କରିଥାଏ। କିନ୍ତୁ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ଏହି କଷ୍ଟରୁ ମୁକ୍ତି ମିଳିପାରିବ। ତେଣୁ...

ଦୃଷ୍ଟିଶକ୍ତି ପ୍ରଖର କରେ ମର୍ନିଂ ଓ୍ବାକ୍‌

ଆଜିକାଲି ଅନେକେ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରୁଛନ୍ତି। ପ୍ରତିଦିନ ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲିଲେ ତାହାର କେତେ ସୁଫଳ ମିଳେ...

ଓଜନ କମାଇବ ବ୍ରେକ୍‌ଫାଷ୍ଟ

ସାଧାରଣତଃ ସକାଳ ଜଳଖିଆ ନ ଖାଇଲେ ଶରୀରରେ ନାନା ସମସ୍ୟା ଉପୁଜିଥାଏ ବୋଲି ଡାକ୍ତରମାନେ କହିଥାଆନ୍ତି। ହେଲେ ସାମାନ୍ୟ ବିଳମ୍ବରେ ଯଦି ସକାଳର ଜଳଖିଆ ଗ୍ରହଣ...

ସତେଜତା ଅନୁଭବ ପାଇଁ…

ଉତ୍ତର ଗୋଲାର୍ଦ୍ଧରେ ଜୁଲାଇ ମାସରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥାଏ। ଉତ୍ତାପଜନିତ କାରଣରୁ ବ୍ୟତିବ୍ୟସ୍ତ ଲାଗିଥାଏ। ସତେଜତା ଅନୁଭବ ପାଇଁ ସମସ୍ତେ ବ୍ୟାକୁଳ ହୋଇ ଉଠନ୍ତି।...

Advertisement
Archives

Model This Week