ଦିନକର କାହାଣୀ: ଆଇସ୍‌କ୍ରିମ୍‌ ବେପାରରେ ବେଶ୍‌ ଖୁସୀ

ଢେଙ୍କାନାଳ-ଯୋରନ୍ଦା ରାସ୍ତା ପାର୍ଶ୍ୱରେ ଏକ ଛୋଟିଆ ଗ୍ରାମରେ ରୁହନ୍ତି ମଣିଆ ଭୋଇ (୩୨)। ସ୍ତ୍ରୀ ମହରଗି ଏବଂ ୧୦ମ ପଢୁଆ ପୁଅ ମହେଶ୍ୱରଙ୍କୁ ନେଇ ତାଙ୍କ ପରିବାର। ବର୍ଷର ୮ମାସ ଆଇସ୍‌କ୍ରିମ୍‌ ଏବଂ ଅନ୍ୟ ୪ ମାସ ଚାଷବାସ କରି ସଂସାର ରଥକୁ ବାଟ କଢ଼ାଉ ନେଉଛନ୍ତି ମଣିଆ। ଏଥିରେ ସେ ବେଶ୍‌ ଖୁସୀ ଥିବା କହିଛନ୍ତି।
ମଣିଆଙ୍କ ସୁଆଦିଆ ଆଇସ୍‌କ୍ରିମର ଚାହିଦା କାହିଁରେ କେତେ। ସେ ୫ବର୍ଷ ହେଲା ଏହି ବେପାର କରି ଆସୁଛନ୍ତି। ଏଥିରୁ ଦୈନିକ ୪୦୦ ଟଙ୍କା ଯାଏ ରୋଜଗାର ହେଉଥିବା ସେ କହିଛନ୍ତି। ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଣିଆ କୁହନ୍ତି, ବ୍ୟବସାୟ ପାଇଁ ସେ ସଅଳ ବିଛଣା ଛାଡ଼ନ୍ତି। ପ୍ରାତଃ ସାଢ଼େ ୪ଟା ସୁଦ୍ଧା ନିତ୍ୟକର୍ମ ସହ ସାରିଦିଅନ୍ତି ଠାକୁର ପୂଜା। ଏହାପରେ କ’ଣ ଦିଟା ଖାଇ ୮ଟା ସୁଦ୍ଧା ଆଇସ୍‌କ୍ରିମ୍‌ ଡବା ଧରି ବାହାରି ପଡ଼ନ୍ତି। ସିମିଳିଆ, ସରଖିଆ, କନ୍ଧପଡା, ଜଙ୍ଖିରା, ବେଲଟିକିରି, ଦୁର୍ଗାପ୍ରସାଦ, ବନ୍ଧନୂଆଗାଁ, ଦାନ୍ଦରନାଳି, ପାଟିଆ, ଚନ୍ଦ୍ରଶେଖରପୁର, ନେଉଳପୋଇ ଅଞ୍ଚଳର ଗଳିକନ୍ଦି ସହ ଗ୍ରାମର ସ୍କୁଲ ପାଖରେ ଡମ୍ବରୁ ବଜାଇ ସେ ଆଇସ୍‌କ୍ରିମ୍‌ ବିକିଥାନ୍ତି। ମଧ୍ୟାହ୍ନରେ ଯେଉଁଠି ସୁବିଧା ହୁଏ ସେଠି ଖାଇଦିଅନ୍ତି। ବେଳେବେଳେ ଘରକୁ ମଧ୍ୟ ଆସନ୍ତି। ଅପରାହ୍ନ ୪ଟା ଯାଏ ବିକ୍ରିବଟା ଚାଲେ। ସନ୍ଧ୍ୟାରେ ଘରକୁ ଫେରିଲେ ସଫାସୁତରା ହୋଇ ହନୁମାନଚାଳିଶା ପଢ଼ନ୍ତି। ଏହାପରେ ରାତି ଭୋଜନ କରି ୯ଟାରେ ବିଛଣାକୁ ଯାଆନ୍ତି। ପୁଅ ଏବଂ ସ୍ତ୍ରୀ ଘରକାମ, ଚାଷବାସ କଥା ବୁଝନ୍ତି। ନିଜର ରୁଚି ସମ୍ପର୍କରେ ସେ କୁହନ୍ତି, ତାଙ୍କର ଗୀତ ଗାଇବାରେ ଦୁର୍ବଳତା ଅଛି। ଗଁା କୀର୍ତ୍ତନମଣ୍ଡଳୀର ସେ ଜଣେ ସଦସ୍ୟ। କର୍ମ ହିଁ ଭଗବାନ। ନିଷ୍ଠାପର ଭାବରେ କାମ କରିଚାଲିଲେ ଭଗବାନ ନିଶ୍ଚିତ ଭଲ ଫଳ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ପରଜଙ୍ଗ,୨୬।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଜକା ଗ୍ରାମର ବିଜୟ ସାହୁଙ୍କ ପ୍ରଥମ ସ୍ତ୍ରୀ ଅଞ୍ଜନା ସାହୁ (୩୯) ଶୁକ୍ରବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି।...

ମଦ ଚାଲାଣବେଳେ ଗୋଡ଼ାଇଲେ ଅବକାରୀ କର୍ମଚାରୀ: ବ୍ରାହ୍ମଣୀକୁ ଡେଇଁ ଯୁବକ ମୃତ

ପରଜଙ୍ଗ, ୩।୭ (ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ମଦଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ...

ସୁସ୍ଥ ରଖିଛି ଶୂନଗାଡ଼ି

ଭୁବନ, ୩।୬ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧୫ନଂ. ଓ୍ବାର୍ଡରେ ରୁହନ୍ତି ରଥ ସେଠୀ। ଜଣେ ନିଷ୍ଠାପର ସ୍ବାସ୍ଥ୍ୟକର୍ମୀ ଭାବେ ସେ ଯେତିକି ପରିଚିତ,...

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଅଳଙ୍କାର

ପରଜଙ୍ଗ,୩।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ୍‌ ହୋଇଛି। ୪...

ଆସନ୍ତା ବର୍ଷ ବାଘଗଣନା

ଢେଙ୍କାନାଳ ଅଫିସ, ୯।୧୨: ଆସନ୍ତା ବର୍ଷ ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ହେବ ବାଘଗଣନା। ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ। ବାଘଗଣନା ଲାଗି ପ୍ରାଥମିକ...

ସମୃଦ୍ଧ ହେବ ଡୋକ୍ରା ହସ୍ତଶିଳ୍ପ

ଢେଙ୍କାନାଳ ଅଫିସ, ୧୪।୬ ଢେଙ୍କାନାଳ ହେବ ଡୋକ୍ରା ହସ୍ତକଳାର ହବ୍‌। ଏଠାରୁ ପ୍ରସ୍ତୁତ ସାମଗ୍ରୀ ଦେଶବିଦେଶରେ ପହଞ୍ଚତ୍ବ। ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା ଶିଳ୍ପୀଙ୍କ...

ଜଙ୍ଗଲକୁ ଗଲା ମାଖନା ହାତୀ

ଢେଙ୍କାନାଳ ଅଫିସ, ୯।୧୨: ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ରେସ୍‌କ୍ୟୁ ସେଣ୍ଟର କ୍ରଲ୍‌ରେ ପାଖାପାଖି ମାସେ ବିତାଇବା ପରେ ଜଙ୍ଗଲକୁ ଯାଇଛି ମାଖନା ହାତୀ। ହାତୀର...

ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ବାରଣ

ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ପ୍ରତିହତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଦେଶାଗତଙ୍କୁ...

Advertisement
Archives

Model This Week