ଦିନକରେ ୩୮ ହଜାର ନୂଆ ମାମଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ, ୩।୫: କରୋନା ମହାମାରୀ ଯୋଗୁ ବିଶ୍ୱ ଏବେ ଥରହର। ୨୧୨ ଦେଶରେ ଏହି ଭୂତାଣୁ ରାଜୁତି କରୁଥିବା ବେଳେ ଅନାୟାସରେ ଗୋଟିକ ପରେ ଗୋଟିଏ ଜୀବନ ଯାଉଛି। ଶନିବାର ସୁଦ୍ଧା ବିଶ୍ୱରେ ୩୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨.୪୧ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଏଥିରେ ପ୍ରାଣ ହରାଇଲେଣି। ସବୁଠାରୁ ବଡ଼କଥା ହେଲା ଗୋଟିଏ ଦିନରେ ୨ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୩୮ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ଶନିବାର କେବଳ ଆମେରିକାରେ ୬ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଦେଖିବାକୁ ମିଳିଛି।
ଆମେରିକାରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୧.୩୮ ଲକ୍ଷରେ ପହଞ୍ଚିଛି। ଏଠାରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୬୬ ହଜାର ଟପିଛି। ସେହିଭଳି ସ୍ପେନ୍‌ରେ ୨.୪୫ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବାବେଳେ ୨୫ ହଜାର ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ୨୮,୭୧୦ ବ୍ୟକ୍ତି ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବଢ଼ି ୨.୦୯ ଲକ୍ଷରେ ପହଞ୍ଚିଲାଣି। ସେହିଭଳି ଫ୍ରାନ୍ସରେ ୨୪,୫୯୬ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୬୭ ଲକ୍ଷ ଟପିଛି। ବ୍ରିଟେନରେ ୧.୭୭ ଲକ୍ଷ କରୋନା ରୋଗୀ ଥିବାବେଳେ ୨୭,୫୧୦ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଅନୁରୂପ ଭାବେ ଜର୍ମାନୀ, ରୁଷିଆ, ତୁର୍କୀରେ ଲକ୍ଷାଧିକ ସଂକ୍ରମିତ ଅଛନ୍ତି, ଯାହାକି ଆଗାମୀ ଦିନ ପାଇଁ ଚିନ୍ତା ବଢ଼ାଇଛି। ଜର୍ମାନୀରେ ୬,୭୩୬, ରୁଷିଆରେ ୧,୨୨୨, ତୁର୍କୀରେ ୩,୨୫୮, ଇରାନରେ ୬,୧୫୬, ବ୍ରାଜିଲରେ ୬,୪୩୪, ଚାଇନାରେ ୪,୬୩୩, ବେଲଜିୟମରେ ୭,୭୬୫, ନେଦରଲାଣ୍ଡ୍ସ୍‌ରେ ୪,୯୮୭ ବ୍ୟକ୍ତି ପ୍ରାଣ ହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ବଡ଼ଭାଇ ପଣିଆ, ତାଲିବାନ୍‌ ସରକାରକୁ ମାନ୍ୟତା ଦେବାକୁ ଜୋର୍‌ସୋର୍‌ ଉଦ୍ୟମ…

ବେଜିଂ,୨୩।୯: ଆଫଗାନିସ୍ତାନର ତାଲିବାନ୍‌ ସରକାରକୁ ଅର୍ନ୍ତଜାତୀୟ ମାନ୍ୟତା ଦେବାକୁ ଚାଇନା ବଡ଼ଭାଇ ପଣିଆ ଦେଖାଇବା ଆରମ୍ଭ କରିଛି। ଏନେଇ ଚାଇନା ପକ୍ଷରୁ ଜୋର୍‌ସୋର୍‌ ଉଦ୍ୟମ ଜାରି...

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଏକ୍‌ମୋ ମେଶିନ

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍‌ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ...

କୋଭାକ୍ସିନ୍‌କୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ: ଜୁନ୍‌ ୨୩ରେ ବୈଠକ…

ଜେନେଭା,୧୭।୬: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍‌ କୋଭାକ୍ସିନ୍‌କୁ ବିଶ୍ୱସ୍ତରରେ ବ୍ୟବହାର କରାଯିବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ମଞ୍ଜୁରୀ ପାଇଁ ଜୁନ୍‌ ୨୩ରେ...

୨୦୩୦ ସୁଦ୍ଧା ଅମର ହୋଇପାରେ ମଣିଷ

ଓ୍ବାଶିଂଟନ୍‌, ୪।୪: ଦୁନିଆରେ ଜନ୍ମ ଓ ମୃତ୍ୟୁ ଏକମାତ୍ର ସତ ବୋଲି କୁହାଯାଏ, ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ବିଜ୍ଞାନ ତଥା ଚିକିତ୍ସା...

ଯୁଦ୍ଧର ସମାପ୍ତି ଏବେ ଜରୁରୀ: ପୁଟିନଙ୍କୁ କହିଲେ ରାମାଫୋସା…

ମସ୍କୋ,୧୮।୬ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ୟୁକ୍ରେନ-ରୁଷିଆ ଯୁଦ୍ଧ ଏବେ ଶେଷ ହେବା ଉଚିତ। ଏକ...

ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍‌ ସଂକ୍ରମଣ ଆଶଙ୍କା…

ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ...

ଅକ୍ଷୟ କୁମାର କରୋନା ପଜିଟିଭ୍‌

ମୁମ୍ବାଇ,୪।୪: ବଲିଉଡ୍‌ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେି ଅକ୍ଷୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌...

କରାଚିରେ ବଡ ଧରଣର ବିସ୍ଫୋରଣ: ୧୦ ମୃତ, ଆହତଙ୍କ ମଧ୍ୟରେ ୪ ଗୁରୁତର

କରାଚି,୧୮ ।୧୨: ପାକିସ୍ତାନ କରାଚିରେ ଶେରଶାହ ପାରାଚା ଚୌକ ଅଞ୍ଚଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଶନିବାର ଦ୍ୱିପ୍ରହରରେ ଏକ ଅଟ୍ଟାଳିକାରେ ହୋଇଥିବା...

Advertisement
Archives

Model This Week