ଦାରିଙ୍ଗବାଡ଼ିରେ ଶୀତ ବଢ଼ିବା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ବୃଦ୍ଧି ପାଇଛି । ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କୋହଲା ପବନ ସାଙ୍ଗକୁ ଦିନରେ ମଧ୍ୟ ଶୀତ ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଯୋଗୁ ଗାଡ଼ିମଟର ଚଳାଚଳରେ ବାଧାସୃଷ୍ଟି ହୋଇଛି । ଶୀତର ମଜା ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଏକାଧିକ ସ୍ଥାନରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲ୍‌ଭିୟୁ ପାର୍କ ସମେତ ମିଡିୟୁବାନ୍ଦା ଜଳପ୍ରପାତ, କିରିକୁଟି ଲଭର୍ସପଏଣ୍ଟ, ନେଚରପାର୍କ, ଡୁଲୁରୀ ପାଇନ ବଣରେ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଶୀତ ଅନୁଭୁତ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହେବା ଆଶଙ୍କା କରାଯାଇଛି । ପ୍ରବଳ ଶୀତ ଯୋଗୁ ସ୍ଥାନୀୟ ଲୋକେ କାମଧନ୍ଦା ପାଇଁ ବାହାରକୁ ଯିବା କଷ୍ଟକର ହୋଇପଡୁଥିବା ବେଳେ ଗରିବ ଲୋକଙ୍କୁ କମ୍ବଳ ସହ ଶୀତବସ୍ତ୍ର ପ୍ରଦାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ମୁହଁରେ ଗଲା ନାବାଳକଙ୍କ ଜୀବନ

ଚିତ୍ରକୋଣ୍ଡା,୨୮।୬(ଡି.ଏନ୍‌.ଏ.)- କୁମ୍ଭୀର ମୁହଁରେ ଗଲା ନାବାଳକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ଗ୍ରାମ...

ବିବାହରେ ବିଫଳ ହେବାରୁ ଜୀବନ ହାରିଲେ ନାବାଳିକା

ପଦ୍ମପୁର,୨୩।୧୦(ଡି.ଏନ.ଏ): ପ୍ରେମରେ ବିଫଳ ହେବା ପରେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ମାତ୍ର ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ...

ମାତିଲେ ଶିଶୁ ହତ୍ୟାକାରୀ

ପରୀ, ସ୍ବାତୀ, ପିହୁ ପରେ ଗଁା ଦାଣ୍ଡରୁ ନିଖୋଜ ହୋଇଯାଇଥିଲା କାଳିଆ। ଗୁରୁବାର କାଳିଆର ମୃତଦେହ କୂଅରୁ ମିଳିଛି। ହାର୍ଦ୍ଦିକ ହଜିଯାଇଛି। ନୟାଗଡ଼ରୁ ଯାଜପୁର, ବାଲେଶ୍ୱରରୁ...

ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ହଟୁନି, ବଢୁଛି ଦୁର୍ଘଟଣା

ବରୀ,୨୫।୧୦(ଡି.ଏନ.ଏ.): ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟୁନି। ଏଥିଯୋଗୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ...

୩ ବର୍ଷ ଧରି ସିସିଏଙ୍କୁ ମିଳୁନାହିଁ ଦରମା

ଫୁଲବାଣୀ ଅଫିସ, ୧୧ା୭-କନ୍ଧମାଳ ଜିଲାରେ ବିଭିନ୍ନ ସେବାଶ୍ରେମ/ଆଶ୍ରମ ବିଦ୍ୟାଳୟରେ ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କୁ ଦରମା ମିଳୁ ନାହିଁ। ତୁମୁଡ଼ିବନ୍ଧ ବ୍ଲକ ଭାଲିଆପାଣି ସେବାଶ୍ରମ ବିଦ୍ୟାଳୟର ସିସିଏମାନେ...

ଉଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟି ହତ୍ୟା : ଅଭିଯୁକ୍ତ ଅଟକ

କେସିଙ୍ଗା,୧।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଗାଈଗା ପଞ୍ଚାୟତର କେରୋକୁଡ଼ା ଗ୍ରାମର ଶୁକଦେବ ସା(୩୫)ଙ୍କୁ ସେହି ଗ୍ରାମର ବିଭୂତି ବୁଦ୍ଧିଆ (୩୦) ଠେଙ୍ଗାରେ ପିଟି...

ଛିଡା ହୋଇଥିବା ଚିପ୍ସ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ଟ୍ରକ୍‌ ହେଲ୍ପର ମୃତ, ଡ୍ରାଇଭର ଗୁରୁତର

ରେଙ୍ଗାଲି, ୨୬।୪ (ଡି.ଏନ.ଏ.)- ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି...

ରାସ୍ତାରେ ହୁତୁହତୁ ହୋଇ ଜଳିଗଲା ବାଇକ୍‌

ଠାକୁରମୁଣ୍ଡା,୫।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆଠାରେ ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଛି। ହେଲେ ବାଇକ୍‌ ଚାଳକ ଅଳ୍ପକେ...

Advertisement
Archives

Model This Week