ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ହୋହଲ୍ଲା କରିଥିଲେ। ଏଥିସହ ସେମାନେ ବହୁ ସମୟଧରି ଘରୁ ବାହାରେ ସମୟ ବିତାଇଥିଲେ ା ଦାରିଙ୍ଗବାଡ଼ି ଅଞ୍ଚଳରେ ଏଭଳି ମୃଦୁ ଭୂମିକମ୍ପ ବାରମ୍ବାର ହେଉଥିଲେ ସୁଦ୍ଧା କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଭୂମିକମ୍ପର ତିବ୍ରତା ଜାଣିବା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନ ଥିବାରୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ମଧ୍ୟରେ ହୋଇଥିବା ଭୂମକମ୍ପର ତିବ୍ରତା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ା ଏଣୁ ଏହି ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ପ୍ରଦାନ କରାଗଲେ ଲୋକେ ସତର୍କତା ଅବଲମ୍ବନ କରିବେ ବୋଲି ସାମାଜିକ କର୍ମୀ ସୁରେଶ ବଳିଆରସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରକୃତି ବଞ୍ଚାଇବାକୁ ଉଦ୍ୟମ, ସାମୁହିକ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବନାଞ୍ଚଳର ସାରିଙ୍ଗିଇର୍ପି ପାହାଡ଼ ନିକଟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ...

ନିର୍ଦ୍ୱନ୍ଦ୍ୱ ସମିତିସଭ୍ୟା ଅପହରଣ ପ୍ରସଙ୍ଗ: ସୁରକ୍ଷିତ ଥିବା ଭିଡିଓ ଭାଇରାଲ

ଗଞ୍ଜାମ,୧୨ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ୍ୱ ସମିତି ସଭ୍ୟା ମାମି ଦାସ ଗତ ତିନିଦିନ ହେବ ନିଖୋଜ ଅଛନ୍ତି। ତାଙ୍କୁ କେହି ଅପହରଣ କରିଥିବା...

ଠିକାଦାରଙ୍କ ଘରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ରାଜିଙ୍କ ସମେତ ୩ ଗିରଫ, ବୋମା ଜବତ

ବ୍ରହ୍ମପୁର ଅଫିସ,୧୮ା୬-ବ୍ରହ୍ମପୁର ବଡ଼ବଜାର ପୋଲିସ ଜଣେ ଠିକାଦାରଙ୍କ ଘର ଉପରକୁ ବୋମା ମାଡ଼ କରିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ରାଜି ଗୌଡ଼ଙ୍କ ସମେତ ୩ ଜଣଙ୍କୁ ରବିବାର...

୮ ଘଣ୍ଟା ମୃତଦେହ ପକାଇ ରଖିଲେ ପରିବାର: ଶୁଭେନ୍ଦୁ ହତ୍ୟାକାରୀଙ୍କ ଗିରଫ ପ୍ରତିଶ୍ରୁତି ମିଳିଲା

ରାଇକିଆ,୬ା୨(ଡ଼ି.ଏନ.ଏ)-ଗତ ଜାନୁୟାରୀ ୧୫ରୁ ନିଖୋଜ ଥିବା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା...

ଘରକୁ ଯାଇ ପିଡିଏସ୍‌ ସାମଗ୍ରୀ ବଣ୍ଟନ

ଶେରଗଡ଼,୨୯ା୩(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ବିଭିନ୍ନ ପଞ୍ଚୟତରେ ପିଡ଼ିଏସ୍‌ ସାମଗ୍ରୀ ଘରକୁ ଘର ଯାଇ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଓ କରୋନା ସଂକ୍ରମଣକୁ ଆଖି...

ଆର୍ମି ଏଡି କଲେଜ ଦୀକ୍ଷାନ୍ତ ସମାରୋହ ଆଜି : ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗୋପାଳପୁର,୨୮ା୯-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆର୍ମି ଏଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଶୁକ୍ରବାର ବାୟୁସେନାରେ ସ୍ବତନ୍ତ୍ର ବିମାନରେ...

ତେଲୁଗୁ ଅଞ୍ଚଳରେ ବଢ଼ିବ ଓଡ଼ିଆର ଆଗ୍ରହ

ବ୍ରହ୍ମପୁର ଅଫିସ,୧୨ା୮-ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଗଞ୍ଜାମ କଳା...

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍‌: ସ୍ତ୍ରୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ନେଲେ ୧୨ ଭରି ସୁନା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା

ବ୍ରହ୍ମପୁର ଅଫିସ,୩୦।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଶଟ୍‌ଡାଉନ୍‌ ଜାରିରହିଛି । ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି। ଏହାସତ୍ତ୍ୱେ ଡକାୟତ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି।...

Advertisement
Archives

Model This Week