Posted inଫୁରସତ

ଦାମୀ ଛତା

ବର୍ଷାର ସାଥୀ ଛତା। ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍‌ର ପ୍ରତୀକ ସାଜିଥାଏ । କାରଣ ସେସବୁର ମୂଲ୍ୟ ହୋଇଥାଏ ଆକାଶଛୁଆଁ । ସେମିତି କିଛି ଦାମୀ ଛତା ସମ୍ପର୍କରେ…
ବିଲିୟନେର୍‌ କୁଚର୍‌ସ କ୍ରୋକୋଡାଇଲ୍‌ ସ୍କିନ୍‌ ଛତା- ପ୍ରସିଦ୍ଧ ବିଲିୟନେର କୁଚର୍‌ କମ୍ପାନୀ ଦ୍ୱାରା ନିର୍ମିତ ଉକ୍ତ ଛତା ଉଚ୍ଚମାନର କଳା ରଙ୍ଗର ଓ୍ବାଟର ରେଜିଷ୍ଟାଣ୍ଟ କୁମ୍ଭୀର ଚମଡାରେ ତିଆରି। ଏହାର ମୂଲ୍ୟ ହେଉଛି ୧୫୦୦୦ ଡଲାର।
ବ୍ରିଲାଣ୍ଟ ଲକ୍ସସ୍‌ ସ୍କ୍ରିମ୍‌ କ୍ରକ୍‌ ଛତା- ଏହି ଛତାର କପଡାଟି ପିୟୋର୍‌ ସିଲ୍କରେ ତିଆରି। ହ୍ୟାଣ୍ଡେଲରେ କଳା ଓ ବାଦାମୀ ରଙ୍ଗର କୁମ୍ଭୀର ଚମଡାର ଆବରଣ ରହିଛି। ଛତାର ମୂଲ୍ୟ ହେଉଛି ୧୬୩୦ ଡଲାର।
ସ୍ବେନ୍‌ ଅଡେନି ବ୍ରିଗ୍‌ ମେନ୍‌ର ମଲାକା ଫ୍ଲାସ୍କ ଛତା- ବ୍ରିଟିଶ କମ୍ପାନୀ ସ୍ବେନ୍‌ ଅଡେନିର ଏହି ଛତାର ପ୍ରବଳ ପବନ ଓ ବର୍ଷା ସହିବାର କ୍ଷମତା ରହିଛି। ଏହାର ହ୍ୟାଣ୍ଡେଲ ଓଭେନ୍‌ ସିଲ୍କରେ ତିଆରି। କଳାରଙ୍ଗର ଏହି ଛତାରେ ରୟାଲ୍‌ କଲାର ଓ୍ବାରେଣ୍ଟ ରହିଛି, ଯାହାକି ରୁପାରେ ତିଆରି। ଉକ୍ତ ଛତାର ମୂଲ୍ୟ ୧୨୭୦ ଡଲାର।
ସ୍କିର୍ମ ଓଏରଟେଲ୍‌ ବ୍ରିଗ୍‌ ଚେରି ରିଅଲ୍‌ ସିଲ୍କ ଛତା- ଏହି ଛତାର କପଡା ବି ପିୟୋର୍‌ ସିଲ୍କରେ ତିଆରି। ଫ୍ରେମ୍‌ଟି ଉଚ୍ଚମାନର ଷ୍ଟିଲରେ ନିର୍ମିତ। ଏହାର ହ୍ୟାଣ୍ଡେଲରେ ଷ୍ଟର୍ଲିଂ ସିଲ୍‌ଭର୍‌ର ରୟାଲ୍‌ ଓ୍ବାରେଣ୍ଟ କଲାର୍‌ ହଲ୍‌ମାର୍କ ରହିଛି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସଙ୍କ ଚିହ୍ନ ରହିଛି। ଏହାର ମୂଲ୍ୟ ହେଉଛି ୯୨୦ ଡଲାର।
ବରବରୀ ନୁବକ୍‌ ଅଷ୍ଟ୍ରିଚ୍‌ ହ୍ୟାଣ୍ଡଲ ଛତା- ଗାଢ଼ ନୀଳ ରଙ୍ଗର ଏହି ଛତାର କପଡ଼ା କଟନ ଓ ପଲିଷ୍ଟର ମିଶ୍ରିତ ଅଟେ। ଆଉ ହ୍ୟାଣ୍ଡେଲରେ ଅଷ୍ଟ୍ରିଚ୍‌ ବା ଓଟପକ୍ଷୀର ଚମଡାର ଆବରଣ ରହିଛି। ଏହି ଛତାର ଷ୍ଟିଚିଂ ବି ଖାସ୍‌ ଅଟେ। ପୁସ୍‌ ବଟନ ଓ ପ୍ରେସ୍‌ ଷ୍ଟଡ ଟ୍ୟାବ କ୍ଲୋଜର୍‌ରେ ବି ଓଟପକ୍ଷୀ ଚମଡାର ଆବରଣ କରାଯାଇଛି। ଏହାର ମୂଲ୍ୟ ହେଉଛି ୮୫୦ ଡଲାର।
ମାରିଓ ଟାଲାରିକୋ ହର୍ନ ଇଗଲ୍‌ ଛତା- ଇଟାଲିର ନାପଲ୍ସରେ ନିର୍ମିତ ଉକ୍ତ ଛତାର ବେଣ୍ଟ ଛଞ୍ଚାଣର ମୁଣ୍ଡ ଭଳି ହୋଇଥାଏ। ଏହା ପଲିସ୍‌ଡ ବୋନ୍‌ରେ ନିର୍ମିତ। ଏହାର ମୂଲ୍ୟ ୬୫୦ ଡଲାର।
ଆଲେକଜାଣ୍ଡର ମାକ୍‌କୁଇନ୍‌ ସ୍କଲ ହ୍ୟାଣ୍ଡେଲ ଛତା- ଏହି ବ୍ରାଣ୍ଡର ଛତା ସାରା ପୃଥିବୀରେ ପରିଚିତ। ଏହା ଷ୍ଟାଇଲିଶ୍‌ ହେବା ସହ ଭଲ କ୍ୱାଲିଟିର ଅଟେ। କଳା ଓ ବାଇଗଣୀ ରଙ୍ଗରେ ଆସୁଥିବା ଉକ୍ତ ଛତାର ବେଣ୍ଟରେ ଖପୁରି ଚିହ୍ନ ଥାଏ। ଏହାର ମୂଲ୍ୟ ୫୬୫ ଡଲାର।
ସ୍ବରଭୋସ୍କି କ୍ରିଷ୍ଟାଲ ଖଚ୍ଚିତ ପସୋତି ଇଟାଲୀୟ ଛତା- ଇଟାଲିର ଏର୍ନେଷ୍ଟା ପସୋତି ହେଉଛନ୍ତି ଏହି ଦାମୀ ବ୍ରାଣ୍ଡ ଛତା କମ୍ପାନୀର ପ୍ରତିଷ୍ଠାତା। ଏଠାରେ ସବୁଠାରୁ ଫାଇନ୍‌ ଇଟାଲୀୟ ଫ୍ୟାବ୍ରିକ୍‌, କାଠ ଓ ପିତ୍ତଳରେ ସୁନ୍ଦର ହାତ ତିଆରି ଛତା କରାଯାଏ। ତେବେ ଏହି ଛତା, ଯାହାର ମୂଲ୍ୟ ୩୬୦ ଡଲାର। ଏଥିରେ ଉଚ୍ଚମାନର ଇଟାଲୀୟ କପଡ଼ା ବ୍ୟବହାର ହୋଇଛି। ତା’ସହ କପଡା ଓ ହ୍ୟାଣ୍ଡେଲକୁ ସ୍ବରଭୋସ୍କି କ୍ରିଷ୍ଟାଲରେ ସଜାଯାଇଛି। ଯଦ୍ଦ୍ବାରା ଛତାଟି ଲାଗେ ବେଶ୍‌ ଆକର୍ଷକ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri