ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ କରିବେ ଅଙ୍ଗନୱାଡ଼ି କର୍ମୀ

ବୁଗୁଡ଼ା,୨୯ା୫(ଡି.ଏନ.ଏ.)- ଅଙ୍ଗନୱାଡ଼ି କର୍ମୀଙ୍କର ଦାବି ମେ ୩୧ ସୁଦ୍ଧା ପୂରଣ ନ ହେଲେ ଜୁନ ୧ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଶୁକ୍ରବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟରେ ଅଧିକାରୀ ରଞ୍ଜିତା ତ୍ରିପାଠୀଙ୍କୁ ଲିଖିତ ଆକାରରେ ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍‌ ସ୍ବାର୍କର୍ସ ଆସୋସିଏସନ ବୁଗୁଡ଼ା ଶାଖା ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଅଭିଯୋଗ, ବ୍ଲକର ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀମାନେ ସରକାରଙ୍କ ନିର୍ଦ୍ଦେଶିତ ଆଇନ ଅନୁଯାୟୀ ସୂଚାରୁ ରୂପେ ଶୁଖିଲା ଖାଦ୍ୟ ସହ ଅଣ୍ଡା ବଣ୍ଟନ କରୁଥିଲେ। କିନ୍ତୁ ବର୍ତ୍ତମାନ ଏସ୍‌ଏଚଜି ମାଧ୍ୟମରେ ଅଣ୍ଡା ବଣ୍ଟନ ହେଉଥିବା ଯୋଗୁ କର୍ମୀମାନେ ଏହାକୁ ବିରୋଧ କରୁଛନ୍ତି। ସରକାରଙ୍କ ବିଭିନ୍ନ ନିୟମ ମାନି ବର୍ତ୍ତମାନ କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେଉଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସେମାନଙ୍କୁ ଏପ୍ରିଲ୍‌ ଓ ମେ ମାସର ବିଲ୍‌ ମଧ୍ୟ ବନ୍ଦ କରିବାକୁ ଧମକ ଦିଆଯାଇଛି। ବର୍ତ୍ତମାନ ଅଙ୍ଗନୱାଡ଼ି କର୍ମୀଙ୍କୁ ପୂର୍ବପରି ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ ସହ ଅଣ୍ଡା ବାଣ୍ଟିବାକୁ ସୁବିଧା ମିଳିବା ଓ ବକେୟା ୨ ମାସ ବିଲ ପ୍ରଦାନ କରାଯାଉ। ଅନ୍ୟଥା ଏସଏଚଜିଙ୍କୁ ସମସ୍ତ ଅଣ୍ଡା ବାଣ୍ଟିବା ସହ ରନ୍ଧା ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବାଣ୍ଟିବା ଦାୟିତ୍ୱ ଦିଆଯାଉ ବୋଲି ସଂଘ ପକ୍ଷରୁ ସଭାପତି ବାସନ୍ତୀ କୁମାରୀ ପ୍ରଧାନ, ସମ୍ପାଦିକା ଅନିତା ମିଶ୍ର ପ୍ରମୁଖ କର୍ମକର୍ତ୍ତାମାନେ ଅଧିକାରୀଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର...

ଶେଷ୍‌ ନିଶାସ୍‌ ଗନୁଛେ ଶୀତଲଭଣ୍ଡାର

  ବରପାଲି, ୭।୧ (ଡି.ଏନ.ଏ)- ବରଗଡ଼ ଜିଲା ବରପାଲିରେ ୧୯୬୨ରୁ ୧୯୬୬ ସାଲ ଭିତରେ ସେବେଲର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକକଁର ଚେଷ୍‌ଟାରେ ଇଠାନେ ବହୁତ୍‌ କଲକାରଖାନା...

ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ...

କରୋନା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ୱାର୍ଡ

ଭଦ୍ରକ ଅଫିସ, ୨।୨- ଦେଶ ଓ ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ଜନିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରଠାରୁ ଭଦ୍ରକ ଜିଲା ଚିକିତ୍ସାଳୟ ପକ୍ଷରୁ...

ସାରସ୍ବତ ସମ୍ମାନରେ ସମ୍ମାନିତ ହେଲେ କବି ହୁସେନ୍‌ ରବି ଗାନ୍ଧୀ

ଛତ୍ରପୁର,୧୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସଂସ୍କୃତି ଭବନ ପାଠାଗାରରେ ରବିବାର ଓଡ଼ିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ପକ୍ଷରୁ କବି ଡ. ହୁସନେ୍‌...

ଅକ୍ଷୟଙ୍କ କଣ୍ଠଶ୍ୱରକୁ ଜୀବିତ କରିଛନ୍ତି ପ୍ରଦୀପ  

ନୟାଗଡ ଅଫିସ,୨୮ା୬: ଆଧୁନିକ ସଙ୍ଗୀତର ବାଦ୍‌ଶାହା ଅକ୍ଷୟ ମହାନ୍ତି ସିନା ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କର ପ୍ରତ୍ୟେକଟି ଗୀତ ଆଜିବି ଶ୍ରୋତାଙ୍କ ମନରେ ଗୁଞ୍ଜରଣ...

କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ,...

ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଲେ ଅଭିଯୁକ୍ତ

ପଟ୍ଟାମୁଣ୍ଡାଇ,୧୫।୧୦(ସ୍ବ.ପ୍ର.): ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଛନ୍ତି ଅଭିଯୁକ୍ତ। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମଙ୍ଗଳବାର ସକାଳ ୯ଟାବେଳେ ସ୍ଥାନୀୟ ଚୂନଢିଅ ପ୍ରକଳ୍ପ ପ୍ରାଥମିକ...

Advertisement
Archives

Model This Week