ଦାନା ଯୋଗାଉଛି ଖଲିପତ୍ର

ଯୋଡ଼ା, ୧୪।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସାଧାରଣତଃ ଖଣିଖାଦାନ ତଥା ଜଙ୍ଗଲଭରା ଅଞ୍ଚଳ। ଏଠାକାର ଅଧିବାସୀ ପୂର୍ବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି, ବିକି ନିଜର ଜୀବିକା ନିର୍ବାହ କରୁଥିଲେ। ଖଣି ଅଞ୍ଚଳ ହୋଇଥିବାରୁ ଲୋକଙ୍କ ପାଖରେ କୃଷିକାର୍ଯ୍ୟ ପାଇଁ ସେପରି ଜମି ଉପଲବ୍ଧ ନାହିଁ। ଯୋଡ଼ା ପୌରପାଳିକାର ୨ନଂ. ଓ୍ବାର୍ଡ ତଥା ବନେଇକଳା ଭୂୟାଁ ବସ୍ତିରେ ରହୁଥିବା ୧୦୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟଙ୍କ ଖାଲିପେଟକୁ ଦାନା ଦେଉଛି ଏହି ଖଲିପତ୍ର ା ଖଲିପତ୍ର ତିଆରି କରିବା ଏବଂ ଦାନ୍ତକାଠି ସଂଗ୍ରହ କରିବା ଏମାନଙ୍କର ମୁଖ୍ୟ ବୃତ୍ତି। ଏହି କାର୍ଯ୍ୟକୁ ଦୀର୍ଘ ୬ ପୁରୁଷ ଧରି କରିଆସୁଥିବା ବସ୍ତିର ମହିଳା ଉପାସୀ ନାଏକ, ନିରାଶ ନାଏକ, ମାଣିକ ନାଏକ, ପଞ୍ଚମୀ ନାଏକ, ଲିଚୁ ନାଏକ, ସୁଲୋଚନା ନାଏକ, ଦମୟନ୍ତୀ ନାଏକ ଓ ସଞ୍ଜୁ ନାଏକ ପ୍ରମୁଖ କହିଛନ୍ତି।
ସେମାନେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ଦିନ ବଡ଼ିଭୋର୍‌ରୁ ଉଠି ସେମାନେ ଶାଳପତ୍ର ଓ ଦାନ୍ତକାଠି ସଂଗ୍ରହ ପାଇଁ ବସ୍ତିଠାରୁ ୬ କି.ମି. ଦୂର ଘଞ୍ଚ ଜଙ୍ଗଲକୁ ଚାଲି ଚାଲି ଯାଇଥାନ୍ତି। ପରେ ଘରକୁ ଫେରି ଶାଳପତ୍ରକୁ ବାଉଁଶ କାଠି ମାଧ୍ୟମରେ ସିଲେଇ କରି ଖଲି ଓ ଚଉପଦି ପ୍ରସ୍ତୁତ କରିଥାନ୍ତି। ଶାଳପତ୍ର ସିଲେଇ ପାଇଁ ଆବଶ୍ୟକ ବାଉଁଶ କାଠି ସେମାନେ ଅନ୍ୟ ସ୍ଥାନରୁ କିଣି ଆଣିଥାନ୍ତି ବୋଲି ଭୂୟାଁ ବସ୍ତିର ମହିଳା ଉପାସୀ ନାଏକ କହିଛନ୍ତି। ସେହିପରି ନିରାଶ ନାଏକ କହିଛନ୍ତି ଯେ, ବସ୍ତିର ମହିଳାମାନେ ପ୍ରତିଦିନ ଜଣକା ୪୦ରୁ ୫୦ଟି ଖଲି ଚଉପଦି ପ୍ରସ୍ତୁତ କରି ଗ୍ରାହକଙ୍କୁ ୧ ଶହ ଖଲିକୁ ୬୦ରୁ ୭୦ ଟଙ୍କା ଓ ଦାନ୍ତକାଠି ବିଡ଼ା ୧୦ ଟଙ୍କାରେ ବିକ୍ରି କରିଥାନ୍ତି। ଏହାସତ୍ତ୍ୱେ ଗ୍ରାହକମାନେ ସେମାନଙ୍କ ସହିତ ମୂଲଚାଲ କରୁଥିବାରୁ ଏହା ସେମାନଙ୍କୁ ବ୍ୟଥିତ କରିଥାଏ। ଖଲିର ଚାହିଦା ଥିବା ସତ୍ତ୍ୱେ ପ୍ରୋତ୍ସାହନ ଅଭାବ ହେତୁ ଏହାକୁ ଠିକ୍‌ ଭାବେ ବଜାର ପରିଚାଳନା କରାଯାଇପାରୁନାହିଁ। ଖଲି ଓ ଚଉପଦିର ଚାହିଦା ସ୍ଥାନୀୟ ବଜାରରେ କମ୍‌ ଥିବାରୁ ଗୁଜରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଖଣିଖାଦାନ ଲାଗି ବ୍ୟାପକ ଗଛ କଟାଯାଉଥିବାରୁ ଶାଳପତ୍ରର ଅଭାବ ଯୋଗୁ ସେମାନଙ୍କୁ ଏଥିପାଇଁ ଅଧିକ ଦୂର ଯିବାକୁ ପଡୁଛି ା ଏହା ଦ୍ୱାରା ସେମାନଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡୁଛି। ବର୍ତ୍ତମାନ ମେଶିନ ସିଲେଇ ଓ ପ୍ଲାଷ୍ଟିକ୍‌ ନିର୍ମିତ ଖଲି ଚଉପଦିର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକେ ଶାଳପତ୍ର ଖଲି ଚଉପଦିକୁ କ୍ରୟ କରୁନାହାନ୍ତି। ଫଳରେ ହାତତିଆରି ଖଲି ଚଉପଦିର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ା ତଥାପି ଭାଗ୍ୟକୁ ଆଦରି ନିଜ କୌଳିକ ବୃତ୍ତିକୁ ଛାଡ଼ିପାରି ନ ଥିବା ସେମାନେ କୋହଭରା କଣ୍ଠରେ କହିଛନ୍ତି।
ବିପିଏଲ୍‌ କାର୍ଡ ଥିବାରୁ ଚାଉଳ ଗଣ୍ଡେ ମିଳିଯାଉଛି। ହେଲେ ତେଲଲୁଣ ଓ ପରିବା ପାଇଁ ପଇସା ଅଣ୍ଟୁ ନାହିଁ ବୋଲି ସେମାନେ କହିଛନ୍ତି। ଦେଶୀ ଜିନିଷ ବ୍ୟବହାର ପାଇଁ ସରକାର ପ୍ରଚାର ପ୍ରସାର କରୁଥିବା ବେଳେ ଏବେ ବି ପରିବେଶକୁ ପ୍ରଦୂଷିତ କରୁଥିବା ତଥା ନଷ୍ଟ ହୋଇପାରୁ ନ ଥିବା ପ୍ଲାଷ୍ଟିକ ଓ ଥର୍ମୋକୁଲ ଖଲି, କାଗଜ ପଟି ଖଲିର ବହୁଳ ବ୍ୟବହାର ହେଉଛି। ଯୋଡ଼ାର ପୂର୍ବତନ ଶିକ୍ଷକ ତଥା ବୁଦ୍ଧିଜୀବୀ ସୋମନାଥ ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପ୍ରାୟ ୪୦ ବର୍ଷ ଧରି ସେ ଏହି ଖଲିପତ୍ର ସିଲେଇ କରି ବ୍ୟବସାୟ କରୁଥିବା ଭୂୟାଁ ବସ୍ତିକୁ ଯାଆନ୍ତି ଏବଂ ବିଭିନ୍ନ ସମୟରେ ସେଠାରୁ ଖଲିପତ୍ର କ୍ରୟ କରନ୍ତି। ଖଲିପତ୍ରର ଚାହିଦା ଯୋଡ଼ା ଏବଂ ଆଖପାଖ ଅଞ୍ଚଳରେ ଥିବା ସତ୍ତ୍ୱେ ଏମାନଙ୍କ ବ୍ୟବସାୟକୁ ପ୍ଲାଷ୍ଟିକ ନଷ୍ଟ କରିଦେଇଛି। ଏଣୁ ଯଦି ପ୍ରଶାସନିକସ୍ତରରେ ଏମାନଙ୍କୁ ପ୍ରୋତ୍ସାହନ ଦିଆଯାଆନ୍ତା ତେବେ ଗରିବ ମହିଳାମାନେ ଏହି ବ୍ୟବସାୟରୁ କିଛି ଅଧିକ ଆୟ କରିପାରନ୍ତେ ବୋଲି ସେ କହିଥିଲେ। ଯୁବ ସଂଗଠକ ତଥା ବିଜେଡି ଦଳ ଯୁବମୋର୍ଚ୍ଚାର ସଭାପତି ମାନସ ଦାସ କହନ୍ତି, ପିଲାବେଳୁ ଏହି ଖଲି ଚଉପଦିରେ ଆମେ ଖାଇଆସୁଥିଲୁ। କାଳକ୍ରମେ ଏହାର ସ୍ଥାନ ପ୍ଲାଷ୍ଟିକ୍‌, ଥର୍ମୋକୁଲ ନେବା ଫଳରେ ବ୍ୟବସାୟ କମିଲା। ପ୍ରଶାସନିକ ପ୍ରୋତ୍ସାହନ ମିଳିଲେ ଏମାନେ ଏହି କୌଳିକ ବୃତ୍ତିକୁ ବ୍ୟାପକ କରିପାରନ୍ତେ। ତେଣେ ଖଣିଖାଦନ ପାଇଁ ଶାଳଗଛ କମୁଛି। ଶାଳପତ୍ର ମିଳୁ ନ ଥିବାରୁ ଏମାନଙ୍କୁ ବହୁ ଦୂର ଅତିକ୍ରମ କରିବାକୁ ପଡୁଛି ା ଏ ସଂକ୍ରାନ୍ତରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ, ଏଣିକି ପୌରପାଳିକାରେ ହେଉଥିବା ସଭାସମିତିରେ ଏହି ହାତତିଆରି ଖଲିପତ୍ରର ବ୍ୟବହାର କରାଯିବ ଏବଂ ଏମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ପ୍ରୋତ୍ସାହନ ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri