କଡ଼ାକଡ଼ି ହେବ ପ୍ରଥମବର୍ଷ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ରାଜ୍ୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ପ୍ରୟାସ ଚଳାଇଛନ୍ତି। ଏହି କ୍ରମରେ ଯୁକ୍ତ ୨ର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବେ ଏକ ନୂଆ ପଦକ୍ଷେପ ନେଇଛି। ଏଣିକି ଯୁକ୍ତ ୨ର ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ପୂର୍ବଭଳି କରା ନ ଯାଇ କଡ଼ାକଡ଼ି କରାଯିବ। ପୂର୍ବରୁ ଯୁକ୍ତ୨ ପ୍ରଥମ ବର୍ଷର ପିଲାମାନେ ନାମକୁ ମାତ୍ର ପରୀକ୍ଷା ଦେଉଥିଲେ, ମାତ୍ର ଆଉ ଏବେ ସେମିତି ହେବନାହିଁ। ଏପରିକି କଲେଜଗୁଡ଼ିକ ମଧ୍ୟ ନିଜ ସୁବିଧା ଅନୁଯାୟୀ ପରୀକ୍ଷା କରିପାରିବେ ନାହିଁି। ଏହାକୁ ବ୍ୟବସ୍ଥିତ ଢଙ୍ଗରେ କରାଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି। ଯଦି ପ୍ରଥମ ବର୍ଷ ପରୀକ୍ଷାରେ କୌଣସି ପିଲା ଫେଲ୍‌ ହୁଅନ୍ତି ତେବେ ସେମାନଙ୍କ ପାଇଁ ମାଟ୍ରିକ ସପ୍ଲିମେଣ୍ଟାରୀ ଭଳି ଆଉଥରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି।
ଆଗାମୀ ଦିନରେ ଯୁକ୍ତ୨ର ପ୍ରଥମ ବର୍ଷ ପରୀକ୍ଷା ପ୍ରତ୍ୟେକ କଲେଜରେ ନିର୍ଦ୍ଦିଷ୍ଟ ଗୋଟିଏ ସମୟରେ କରାଯିବ। ମନଇଚ୍ଛା କଲେଜଗୁଡିକ ନିଜ ସୁବିଧା ଅନୁଯାୟୀ ଆଉ ପରୀକ୍ଷା କରିପାରିବେ ନାହିଁ। ସେହିପରି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ପୂର୍ବରୁ ଯେଉଁ ଅଲ୍‌ ପାସ୍‌ ବ୍ୟବସ୍ଥା ରହିଥିଲା ସେଥିରେ ପରିବର୍ତ୍ତନ କରାଯିବ। ଯଦି ଯୁକ୍ତ ୨ ପ୍ରଥମ ବର୍ଷର କୌଣସି ପିଲା ଫେଲ୍‌ ହୁଅନ୍ତି ତେବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ। ଫେଲ୍‌ ଛାତ୍ରୀଛାତ୍ରଙ୍କୁ କିଛିଦିନ ମଧ୍ୟରେ ଆଉ ଥରେ ପରୀକ୍ଷା ଦେବାକୁ ପଡିବ ବୋଲି ଜଣାପଡିଛି। ଏଥିପାଇଁ ସମସ୍ତ କଲେଜକୁ ଏକ ସପ୍ତାହ ସମୟ ମିଳିବ। ତା’ ମଧ୍ୟରେ କଲେଜଗୁଡିକୁ ପୁଣିଥରେ ପରୀକ୍ଷା ଶେଷ କରିବାକୁ ପଡ଼ିବ। ଯଦି ଦ୍ୱିତୀୟ ଥର ସେହି ପିଲାମାନେ ଫେଲ୍‌ ହୁଅନ୍ତି ତେବେ ସେ କ୍ଷେତ୍ରରେ କ’ଣ କରାଯିବ ସେନେଇ ଏଯାବତ କୌଣସି ନିଷ୍ପତ୍ତି ହୋଇ ନ ଥିବା ଜଣାପଡିଛି। ଏହି ପ୍ରସ୍ତାବକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ବୀକୃତି ଦେଇସାରିଥିବା ଜଣାପଡ଼ିଛି। ଏପରିକି ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର ପ୍ରକାଶ ପାଇବ ବୋଲି ମଧ୍ୟ ସୂଚନା ମିଳିଛି।
ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଯୁକ୍ତ ୨ ଛାତ୍ରୀଛାତ୍ର ପ୍ରଥମ ବର୍ଷ ପାଠପଢ଼ା ଠିକ୍‌ରେ ନ ପଢ଼ି ଦ୍ୱିତୀୟ ବର୍ଷକୁ ସେମିତି ଉତ୍ତୀର୍ଣ୍ଣ ହୋଇଯାଉଛନ୍ତି, ଯେଉଁଥିପାଇଁ ସେମାନଙ୍କ ପଢ଼ା ଠିକ୍‌ରେ ହୋଇପାରୁନାହିଁ। ଗୋଟିଏ ବର୍ଷ ଅଯଥାରେ ଚାଲିଯାଉଛି। ତେଣୁ ସେମାନଙ୍କ ଦାୟିତ୍ୱବୋଧ ଏବଂ ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri