ଦାଦାବଟି ଆଦାୟ ଅଭିଯୋଗ: ଯୁବ କଂଗ୍ରେସ ନେତା ଗିରଫ

କଟକ ଅଫିସ, ୯ା୧୨: ଖ୍ରୀଷ୍ଟ ମହାବିଦ୍ୟାଳୟ ଓ ବକ୍ସିବଜାର ଅଞ୍ଚଳରେ ଆତଙ୍କରାଜ ଚଳାଇବା ଏବଂ ଦାଦାବଟି ଆଦାୟ କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଯୁବ କଂଗ୍ରେସ ନେତା ସେକ୍‌ ଗୁଲଜାର(୩୪)ଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଏହାସହ ତାଙ୍କ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁଲଜାରଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୬.୭ ଏମ୍‌ଏମ୍‌ ଗୁଳି ଜବତ କରିଛି। ଗୁଲ୍‌ଜାର କଟକ ଲୋକ ସଭା ଯୁବ ନିର୍ବାଚନୀମଣ୍ଡଳୀର ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ସେ ଏବେ କଂଗ୍ରେସର କୌଣସି ପଦପଦବୀରେ ନ ଥିବା ନଗର କଂଗ୍ରେସ ସଭାପତି ତଥା ବିଧାୟକ ମହମ୍ମଦ ମୋକିମ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ ଗୁଲଜାର ଖ୍ରୀଷ୍ଟ ମହାବିଦ୍ୟାଳୟ ଛାତ୍ରମାନଙ୍କୁ ଭୟଭୀତ କରି ସେମାନଙ୍କଠାରୁ ଦାଦାବଟି ଆଦାୟ କରୁଥିଲେ। ଶନିବାର ସେଲଟର ଛକ ଅଞ୍ଚଳର ଛାତ୍ର ଅଭିଜିତ ଦାସ ଗୁଲଜାରଙ୍କ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅଭିଜିତ୍‌ଙ୍କ ଅଭିଯୋଗ ମୁତାବକ ଗୁଲଜାର ଓ ତାଙ୍କ ସହଯୋଗୀମାନେ ଆସନ୍ତା ନୂଆବର୍ଷ ପାଳନ ପାଇଁ ତାଙ୍କୁ ଦାଦାବଟି ମାଗିଥିଲେ। ଦାଦାବଟି ଦେବାକୁ ମନା କରିବାରୁ ଗୁଲଜାର ଓ ତାଙ୍କ ସାଥୀ ଅଭିଜିତଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ବକ୍ସିବଜାର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ଫଳରେ ସ୍ଥାନୀୟ ଦୋକାନବଜାର ବନ୍ଦ ହୋଇଯାଇଥିଲା। ଅଭିଜିତଙ୍କ ଅଭିଯୋଗ ପରେ ପୋଲିସ ଗୁଲଜାରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। କିନ୍ତୁ ଜଣେ ମହିଳା ଡିସିପିଙ୍କ ଅଫିସକୁ ଫୋନ କରି ନିଜକୁ କଟକର ଜଣେ ପୂର୍ବତନ ଏମ୍‌ପିଙ୍କ ବୋହୂ ବୋଲି ପରିଚୟ ଦେଇ ଗୁଲଜାରଙ୍କୁ ନ ଧରିବା ପାଇଁ ନାନା ଧମକଚମକ ଦେଇଥିଲେ। ଏ ନେଇ ଡିସିପିଙ୍କ କାର୍ଯ୍ୟାଳୟର କନଷ୍ଟେବଳ ଜ୍ୟୋତିର୍ମୟୀ ପଣ୍ଡାଙ୍କ ଅଭିଯୋଗ କ୍ରମେ ପୋଲିସ ପୁରୀଘାଟ ଥାନା ପୋଲିସ କାଠଗଡ଼ାସାହିର ଗୀତାଞ୍ଜଳି ପଣ୍ଡା(୪୦)ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଲଜାରଙ୍କ ଅନ୍ୟ ୩ଜଣ ସହଯୋଗୀ ଅଭିଜିତଙ୍କ ଭାଇଙ୍କୁ ଧମକ ଦେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଅଭିଜିତ ଏତଲା ପ୍ରତ୍ୟାହାର କରିବା ଓ ଆପୋସ ସମାଧାନ ପାଇଁ ସେମାନେ ତାଙ୍କ ଭାଇଙ୍କୁ ଧମକ ଦେଇଥିଲେ। ଏ ନେଇ ଅଭିଜିତଙ୍କ ଭାଇ ପ୍ରସନ୍ନଜିତ ବିଡ଼ାନାସୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଫିରିଙ୍ଗି ବଜାର ଅଞ୍ଚଳର ସାହିଲ ପରଭେଜ, ବକ୍ସିବଜାର ଅଞ୍ଚଳର ସେକ୍‌ ଇମ୍ରାନ ଅହମ୍ମଦ ଏବଂ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅମରଜିତ୍‌ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଲଜାରଙ୍କ ବିରୋଧରେ କଟକ ସହରର ବିଭିନ୍ନ ଥାନାରେ ୧୭ଟି ଆପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri