ଦାଦାବଟି ଆଦାୟ ଅଭିଯୋଗ: ଯୁବ କଂଗ୍ରେସ ନେତା ଗିରଫ

କଟକ ଅଫିସ, ୯ା୧୨: ଖ୍ରୀଷ୍ଟ ମହାବିଦ୍ୟାଳୟ ଓ ବକ୍ସିବଜାର ଅଞ୍ଚଳରେ ଆତଙ୍କରାଜ ଚଳାଇବା ଏବଂ ଦାଦାବଟି ଆଦାୟ କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଯୁବ କଂଗ୍ରେସ ନେତା ସେକ୍‌ ଗୁଲଜାର(୩୪)ଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଏହାସହ ତାଙ୍କ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁଲଜାରଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୬.୭ ଏମ୍‌ଏମ୍‌ ଗୁଳି ଜବତ କରିଛି। ଗୁଲ୍‌ଜାର କଟକ ଲୋକ ସଭା ଯୁବ ନିର୍ବାଚନୀମଣ୍ଡଳୀର ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ସେ ଏବେ କଂଗ୍ରେସର କୌଣସି ପଦପଦବୀରେ ନ ଥିବା ନଗର କଂଗ୍ରେସ ସଭାପତି ତଥା ବିଧାୟକ ମହମ୍ମଦ ମୋକିମ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ ଗୁଲଜାର ଖ୍ରୀଷ୍ଟ ମହାବିଦ୍ୟାଳୟ ଛାତ୍ରମାନଙ୍କୁ ଭୟଭୀତ କରି ସେମାନଙ୍କଠାରୁ ଦାଦାବଟି ଆଦାୟ କରୁଥିଲେ। ଶନିବାର ସେଲଟର ଛକ ଅଞ୍ଚଳର ଛାତ୍ର ଅଭିଜିତ ଦାସ ଗୁଲଜାରଙ୍କ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅଭିଜିତ୍‌ଙ୍କ ଅଭିଯୋଗ ମୁତାବକ ଗୁଲଜାର ଓ ତାଙ୍କ ସହଯୋଗୀମାନେ ଆସନ୍ତା ନୂଆବର୍ଷ ପାଳନ ପାଇଁ ତାଙ୍କୁ ଦାଦାବଟି ମାଗିଥିଲେ। ଦାଦାବଟି ଦେବାକୁ ମନା କରିବାରୁ ଗୁଲଜାର ଓ ତାଙ୍କ ସାଥୀ ଅଭିଜିତଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ବକ୍ସିବଜାର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ଫଳରେ ସ୍ଥାନୀୟ ଦୋକାନବଜାର ବନ୍ଦ ହୋଇଯାଇଥିଲା। ଅଭିଜିତଙ୍କ ଅଭିଯୋଗ ପରେ ପୋଲିସ ଗୁଲଜାରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। କିନ୍ତୁ ଜଣେ ମହିଳା ଡିସିପିଙ୍କ ଅଫିସକୁ ଫୋନ କରି ନିଜକୁ କଟକର ଜଣେ ପୂର୍ବତନ ଏମ୍‌ପିଙ୍କ ବୋହୂ ବୋଲି ପରିଚୟ ଦେଇ ଗୁଲଜାରଙ୍କୁ ନ ଧରିବା ପାଇଁ ନାନା ଧମକଚମକ ଦେଇଥିଲେ। ଏ ନେଇ ଡିସିପିଙ୍କ କାର୍ଯ୍ୟାଳୟର କନଷ୍ଟେବଳ ଜ୍ୟୋତିର୍ମୟୀ ପଣ୍ଡାଙ୍କ ଅଭିଯୋଗ କ୍ରମେ ପୋଲିସ ପୁରୀଘାଟ ଥାନା ପୋଲିସ କାଠଗଡ଼ାସାହିର ଗୀତାଞ୍ଜଳି ପଣ୍ଡା(୪୦)ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଲଜାରଙ୍କ ଅନ୍ୟ ୩ଜଣ ସହଯୋଗୀ ଅଭିଜିତଙ୍କ ଭାଇଙ୍କୁ ଧମକ ଦେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଅଭିଜିତ ଏତଲା ପ୍ରତ୍ୟାହାର କରିବା ଓ ଆପୋସ ସମାଧାନ ପାଇଁ ସେମାନେ ତାଙ୍କ ଭାଇଙ୍କୁ ଧମକ ଦେଇଥିଲେ। ଏ ନେଇ ଅଭିଜିତଙ୍କ ଭାଇ ପ୍ରସନ୍ନଜିତ ବିଡ଼ାନାସୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଫିରିଙ୍ଗି ବଜାର ଅଞ୍ଚଳର ସାହିଲ ପରଭେଜ, ବକ୍ସିବଜାର ଅଞ୍ଚଳର ସେକ୍‌ ଇମ୍ରାନ ଅହମ୍ମଦ ଏବଂ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅମରଜିତ୍‌ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଲଜାରଙ୍କ ବିରୋଧରେ କଟକ ସହରର ବିଭିନ୍ନ ଥାନାରେ ୧୭ଟି ଆପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ଟଣାକୁ କେନ୍ଦ୍ର କରି ୨ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୧୪ରୁ ଊର୍ଦ୍ଧ୍ୱ ଆହତ, ଉଭୟ ପକ୍ଷରୁ ଥାନାରେ ଏତଲା

ନିରାକାରପୁର,୮।୩(ଡି.ଏନ୍‌.ଏ.): ସାରା ଦେଶରେ ବୁଧବାର ବହୁ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲାରେ ଏକ ଅଘଟଣ ଘଟିଛି। ମାଛ ଧରା ଜାଲକୁ...

ସୁବର୍ଣ୍ଣ ଲୋକ ମହୋତ୍ସବ: ଲୋକନୃତ୍ୟର ତାଳରେ ଝୁମିଲେ ଦର୍ଶକ

ସୋନପୁର, ୯।୧(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଚାଲିଥିବା ସୁବର୍ଣ୍ଣ ଲୋକ ମହୋତ୍ସବର ବୁଧବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଗାନ୍ଧୀ ପଡିଆସ୍ଥିତ ଫକୀର ପଟ୍ଟନାୟକ...

ହୃଦଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି

ବଅଁରପାଳ,୧।୧୦(ଡି.ଏନ.ଏ.)- ନାଲ୍‌କୋ ସିପିପି ଅପରେସନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

‘କେହି ଦୁଃଖ ଶୁଣିଲେନି’

ଆନନ୍ଦପୁର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ନ୍ୟାୟ ପାଇଁ ଧାରଣା ଦେଇଥିଲେ। ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ଆନନ୍ଦପୁର...

ବୃତ୍ତି ବଦଳାଇଛି କରୋନା: ଟମାଟୋ ବିକି ପେଟ ପୋଷୁଛନ୍ତି ବାଦ୍ୟ କଳାକାର

ଲାଠୋର, ୨୨ା୬(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ବାଦ୍ୟ କଳାକାର ବିନୋଦ ସୁନା। କରୋନା ତାଙ୍କ ଜୀବନ ଜୀବିକା...

ପୁଣି ଆଉ ୨ ଗେଟ୍‌ ଖୋଲିଲା ହୀରାକୁଦ: ୧୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ପୂର୍ବାହ୍ନରେ ୩ଟି ଗେଟ୍‌ ଖୋଲାଯାଇଥିବା ବେଳେ...

ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା...

ସାର ପାଇଁ ଆଧାର: ଚାଷୀଙ୍କ ଆକାଉଣ୍ଟକୁ ଯିବ ସବ୍‌ସିଡି ଟଙ୍କା; ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ଡିବିଟି

ଭୁବନେଶ୍ୱର,୨୨। ୯(ବ୍ୟୁରୋ): ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ନେବା ଏବଂ ଧାନ ବିକିବା ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ...

Advertisement
Archives

Model This Week