Advertisement

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୪।୧୦: ଗଞ୍ଜାମ ଜିଲା ବଡ଼ବଜାରର ଝରଣାନଗରରେ ରବିବାର ରାତିରେ ୨ ଜଣ ଅପରାଧୀ ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ଜଣଙ୍କ ରାଧାକାନ୍ତ ସାହିର ତୋଫାନ ଗୌଡ଼ ଓରଫ କାମିନୀ (୨୨)। ଏନେଇ ଅଭିଯୋଗ ପରେ ବଡ଼ବଜାର ଥାନା ପୋଲିସ ୧୭୪/୧୯ ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି। ଆହତ ତୋଫାନ ମଧ୍ୟ ଏକ ଅପରାଧୀ ଗ୍ୟାଙ୍ଗର ସଦସ୍ୟ ଅଟନ୍ତି। ତାଙ୍କ ନାମରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।
ସୂଚନାଯୋଗ୍ୟ, ତୋଫାନ ରବିବାର ରାତିରେ ତାଙ୍କ ପିଉସୀ ରହୁଥିବା ଝରଣାନଗରକୁ ଯାଉଥିଲେ। ସେଠାରେ ତୋଫାନଙ୍କୁୁ ଦୁର୍ଦ୍ଦାନ୍ତ ଅପରାଧୀ ଜଳନ୍ଧର ଦାସଙ୍କ ଭଣଜା ଶିଶିର ଦାସ ଏବଂ ତାଙ୍କ ସହଯୋଗୀ ଅଜୁ ସାହୁ ପ୍ରଥମେ ଅଟକାଇ ଦାଦାବଟି ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଏକ ଖଣ୍ଡାରେ ସେମାନେ ଆକ୍ରମଣ କରିଥିଲେ ବୋଲି ତୋଫାନ ଥାନାରେ ଲିଖିତ ଏତଲା ଦେଇଥିବା ପୋଲିସ କହିଛି। ଅନ୍ୟପଟେ ଅପରାଧୀମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତାହାତୀ। ନନ୍ଦନକାନନ ପଛପଟ ପାଚେରି ଭାଙ୍ଗି ଦନ୍ତା ପରିସରକୁ ପଶିଥିଲା। ଟୟ ଟ୍ରେନ୍‌ ଧାରଣା ଉପରେ ଆସି ବୋଟ୍‌...

୧୫ ବଛର ହେଲା ଖୁଲା ଆକାଶ ତଲେ ଉର୍ମିଳା

  ତଳଗଁ।, ୧୭।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଅନେକ ସରକାରୀ ଯୋଜନା ବାଟ୍‌ବନା ହେଉଥିବାର ଦେଖ୍‌ବାକେ ମିଲିଛେ। ଅଧ୍‌କାରୀ, କରମ୍‌ଚାରୀକଁର ଅଁାତରିକତା ଅଭାବୁ...

ଜଗା ଦର୍ଶନ ଲାଗି ପଦଯାତ୍ରାରେ ବୃଦ୍ଧ

ବାଲେଶ୍ୱର ଅଫିସ,୧୯ ।୬: ବାଲେଶ୍ୱର ଜିଲା ଔପଦା ବ୍ଲକ ସାନପାଟପୁର ଗାଁର ବୃଦ୍ଧ ସୁରେନ୍ଦ୍ର ମଣ୍ଡଳ ଚାଲି ଚାଲି ଜଗା ଦର୍ଶନ ପାଇଁ ବାହାରିଛନ୍ତି। ହାତରେ କିଛି...

ହାଇକୋର୍ଟଙ୍କ ସ୍ଥିତାବସ୍ଥା ବଳବତ୍ତର

କଟକ ଅଫିସ,୨୬।୧: ବଲାରପୁର ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବିକ୍ରି ହେବାକୁ ଥତ୍ବା ଚୌଦ୍ୱାର କାଗଜକଳର ୬୦୦ ଏକର ଜାଗା ଉପରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ସ୍ଥିତାବସ୍ଥାକୁ...

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆରଡି,୯।୮( ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ କୁଳେଇପଦା ନିକଟ ଭଦ୍ରକ – ଆରଡି ରାଜ୍ୟ ରାଜପଥରେ ମଙ୍ଗଳବାର ଏକ...

୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୧।୧(ସ୍ବ.ପ୍ର): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲାରେ ଜମି ହରାଇଥିବା ପ୍ରଜାମାନେ ବଜାର ଦର ଆଧାରରେ କ୍ଷତିପୂରଣ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ...

୨ ଭାଇ ଚଲାଉଥିଲେ ନକଲି ବିଦେଶୀ ମଦ କାରଖାନା

ଝାରସୁଗୁଡ଼ା ଅଫିସ,୧୦ା୧୦: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ଚାଲିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିଥିଲା।...

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଧର୍ମଗଡ଼,୧୮।୮:(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ହରିଜନ ସାହିର ଏକ ଗଛରୁ ରବିବାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉକ୍ତ ସାହିର ଡମ୍ବରୁଧର ବାଗ୍‌।...

Advertisement
Archives

Model This Week