ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା ହଇରାଣ ହରକତ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏମିତି ଜଣେ ଯୁବକ ଗାୈତମ ଜୁଆଙ୍ଗ(୩୩) ଦାଦନ ଖଟିବାକୁ ଯାଇ ଘରକୁ ଫେରୁଥିବାବେଳେ ମହାରାଷ୍ଟ୍ରର ଅହମଦନଗର ଜିଲାର ବେଲାପୁର ଷ୍ଟେଶନ ନିକଟରେ ରେଳରେ କଟି ମୃତ୍ୟୁ ଘଟିଛି। ତାଙ୍କ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଧରାପଡ଼ା ଗ୍ରାମରେ ବୋଲି ଜଣାପଡିଛି। ଏନେଇ ଖବର ପାଇବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିବା ବେଳେ ସହାୟତା ପାଇଁ ଶନିବାର ଜିଲା ଶ୍ରମ ବିଭାଗର ସହାୟତା ଲୋଡ଼ିଛନ୍ତି। ତାଙ୍କ ଭାଇ ଟୁକୁନା ଜୁଆଙ୍ଗଙ୍କ କହିବାନୁଯାୟୀ, ଗୌତମ ୪ ବର୍ଷ ହେଲା କାମ କରିବାକୁ ଯାଇଥିଲେ। ତେବେ ଏକ ଫୋନ୍‌ରେ ମୁମ୍ବାଇ ପୋଲିସଠାରୁ ତାଙ୍କର ମୃତ୍ୟୁ ଖବର ପାଇଥିଲେ। ସେ ଘରକୁ ଫେରିବାର ଥିଲା। ଏଣୁ ଟ୍ରେନରେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ତାଙ୍କର ସ୍ତ୍ରୀ ଓ ୮ ବର୍ଷର ପୁଅ, ୬ ବର୍ଷର ଝିଅ ଅଛନ୍ତି। ଶ୍ରମ ବିଭାଗ ପକ୍ଷରୁ ମୃତଦେହ ଆଣିବାକୁ ପଦକ୍ଷେପ ନିଆଯାଉଛି। ତାଙ୍କ ସମ୍ପର୍କୀୟ ସହିତ ସାମାଜିକ କର୍ମୀ ଉକ୍ତ ସ୍ଥାନକୁ ଯାଉଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା କରାଯାଉଛି। ମୃତଦେହ ଆସିବା ପରେ ସବୁ ଜଣାପଡ଼ିବ ବୋଲି ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ...

ସିଏଏ ସପକ୍ଷରେ ଶୋଭାଯାତ୍ରା

ବାଲେଶ୍ୱର ଅଫିସ,୧୦।୨: ବାଲେଶ୍ୱର ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ସୋମବାର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଗୋପାଳଗାଁର...

ବୋରିଂ ହେବାର ବର୍ଷେ ବିତିଲାଣି: ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ବାହାନଗା, ୩।୬(ଅରୂପ କୁମାର ଦାସ)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତରଫରୁ ଏକ ବୋରିଂ କରାଯାଇଥିଲା।...

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ସଜନାଗଡ,୩୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଚାଷୀମାନେ ଧାରଣା ଦେଇଛନ୍ତି। ଚଳିତବର୍ଷ ଧାନ ବିକ୍ରି ପାଇଁ ନୀଳଗିରି...

ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ...

ପାଣି ଚିନ୍ତା: ୭ ଦିନ ମଧ୍ୟରେ ବୈଠକ ଡାକିବାକୁ ନିର୍ଦ୍ଦେଶ

ଜଳେଶ୍ୱର,୧୨ା୩(ଡି.ଏନ.ଏ.): ଜଳେଶ୍ୱର ପଞ୍ଚାୟତ ସମିତିର ୩ୟ ବୈଠକ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ମାନସ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଗାଁ ଛାଡ଼ି ଯାଉନାହାନ୍ତି ହାତୀପଲ

ଔପଦା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି। ଗତ ୪/୫ଦିନ ହେବ କୁଲଡ଼ିହା...

ବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର

ଭଦ୍ରକ ଅଫିସ, ୨୫।୭ – ଆଧୁନିକତା ଦୌଡ଼ରେ ଛାତ୍ରୀଛାତ୍ରଙ୍କୁ ତାଳ ଦେଇ ସାମିଲ କରାଇବା ପାଇଁ କମ୍ପ୍ୟୁଟର ପ୍ରଶିକ୍ଷଣ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ...

Advertisement
Archives

Model This Week