Posted inଖେଳ

ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ କୋହଲି, ବୁମ୍‌ରା

ଲଣ୍ଡନ, ୩୦।୧୨(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଅନ୍ୟ କୌଣସି ଭାରତୀୟ ଖେଳାଳି ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ ଏହି ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ଅନ୍ୟ ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଶେନ ଓ୍ବାଟସନ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦୁଇ ଇଂଲଣ୍ଡ କ୍ରିକେଟର ଜୋସ ବଟଲର ଓ ଡେଭିଡ ଓ୍ବିଲି , ଦୁଇ ଆଫଗାନିସ୍ତାନ ଅଲ୍‌ରାଉଣ୍ଡର ମହମ୍ମଦ ନବୀ ଓ ରସିଦ ଖାଁ, ନ୍ୟୁଜିଲାଣ୍ଡର କଲିନ ମୁନରୋ ଓ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଅନ୍ତର୍ଜାତୀୟ ଟି୨୦ରେ କୋହଲି ଅସାଧାରଣ ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବିସଡେନ ତରଫରୁ କୁହାଯାଇଛି। କୋହଲିଙ୍କ ହାରାହାରି ରନ୍‌ ସଂଗ୍ରହ ୫୩ ରହିଛି। ଉଭୟ ପେସ୍‌ ଓ ସ୍ପିନ୍‌ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଆସିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସେ ୩ ନମ୍ବରରେ ବ୍ୟାଟିଂ କରି ସ୍ଥିତି ସମ୍ଭାଳିବା ସହ ଏକାଧିକ ବାର ଦଳକୁ ଜିତାଇଛନ୍ତି ବୋଲି ଓ୍ବିସଡେନ ଓ୍ବେବସାଇଟ୍‌ ତରଫରୁ କୁହାଯାଇଛି। କୋହଲି ମଧ୍ୟ ଦଶନ୍ଧିର ଓ୍ବିସ୍‌ଡନ ଶ୍ରେଷ୍ଠ ୫ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଷ୍ଟିଭ୍‌ ସ୍ମିଥ୍‌, ଡେଲ ଷ୍ଟେଇନ, ଏବି ଡିଭିଲର୍ସ ଓ ଏଲିସ ପେରୀ ସ୍ଥାନ ପାଇଛନ୍ତି।
ସେହିପରି ଯଶପ୍ରୀତ ବୁମ୍‌ରା ମଧ୍ୟ ଦ୍ରୁତ ବୋଲିଂରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ଟି୨୦ରେ ୫୧ଟି ଉଇକେଟ ନେବା ସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୨୧୬ଟି ଉଇକେଟ ଅକ୍ତିଆର କରିଛନ୍ତି ବୋଲି ଓ୍ବିସ୍‌ଡନ ତରଫରୁ କୁହାଯାଇଛି। ତେବେ ୨୦୦୭ରେ ନେତୃତ୍ୱ ନେଇ ଭାରତକୁ ପ୍ରଥମ ଟି୨୦ ବିଶ୍ୱକପ୍‌ରେ ଚାମ୍ପିୟନ କରାଇଥିବା ଧୋନୀଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ।
ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), କଳିନ ମୁନରୋ, ବିରାଟ କୋହଲି, ଶେନ ଓ୍ବାଟସନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜୋସ ବଟଲର, ମହମ୍ମଦ ନବୀ, ଡେଭିଡ ଓ୍ବିଲି, ରସିଦ ଖାଁ, ଯଶପ୍ରୀତ ବୁମ୍‌ରା ଓ ଲାସିଥ ମାଲିଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଂହକୁ କ୍ଷୀର ପିଆଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଆଇପିଏଲ୍‌ର ୧୩ ତମ ସିଜନ ଶେଷ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପରିବାର ଏବଂ କିଛି ସାଙ୍ଗମାନଙ୍କ...

ଉଭୟ ଭାରତ, ଇଂଲଣ୍ଡ ପକ୍ଷରୁ ଖେଳିଛନ୍ତି ଏହି କ୍ରିକେଟର

ବର୍ତ୍ତମାନ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍‌ରେ ଅନେକ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ଦେଶକୁ ଜିତାଇବା ପାଇଁ...

ଧୋନୀଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ମୁମ୍ବାଇ,୨୦।୪ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରରେ ସୋମବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଓ୍ବାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ...

ମୁଁ କାର୍ତ୍ତିକଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ରଖିବି ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୫।୬: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଫିନିଶର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଦୀନେଶ କାର୍ତ୍ତିକ। ଏହାକୁ ନେଇ ତାଙ୍କୁ ଟି-୨୦...

ପଦାର୍ପଣରେ ବେପରୁଆ ବ୍ୟାଟିଂ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ୩ୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଦିନିକିଆରେ ପଦାର୍ପଣ କରିଛନ୍ତି ସଞ୍ଜୁ ସାମସନ। ଟି୨୦ ପଦାର୍ପଣର ୬ ବର୍ଷ ପରେ ମିଳିଥିଲା...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ...

ଫଟୋଗ୍ରାଫର ଆହତ ହେବାରୁ ଖେଳ ବାଧାପ୍ରାପ୍ତ

ସେଞ୍ଚୁରିୟାନ,୨୬।୧୨(ଏଏଫ୍‌ପି)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଭିନ୍ନ କାରଣ ଯୋଗୁ ବିଳମ୍ଭରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌ବେଳେ ସାଇଟ୍‌...

୪ ବଲରେ ନେଲେ ୪ ଉଇକେଟ

ଆବୁଧାବି,୧୮।୧୦: ଆୟର୍ଲାଣ୍ଡ ପେସର କର୍ଟିସ କାମଫେର ସୋମବାର ନେଦରଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ୪ ବଲରେ ୪ ଉଇକେଟ ନେଇଛନ୍ତି। ୧୦ମ ଓଭରରେ କାମଫେର କ୍ରମାଗତ...

Advertisement
Archives

Model This Week