Posted inଖେଳ

ଦଳ ୨୭-୦ ଗୋଲରେ ଜିତିବାରୁ ବିଦା ହେଲେ କୋଚ୍‌

ତୁସକାନି,୧୮।୧୧- ଇଟାଲୀରେ ଶନିବାର ଖେଳାଯାଇଥିବା ୧୮ ବର୍ଷରୁ କମ୍‌ ବୟସ ବର୍ଗର ଏକ ମ୍ୟାଚ୍‌ରେ ୨୭-୦ ଗୋଲର ବୃହତ୍‌ ବ୍ୟବଧାନରେ ଜିତିବା ପରେ ବିଜୟୀ ଦଳର କୋଚ୍‌ଙ୍କୁ ବହିଷ୍କୃତ କରାଯାଇଛି। ପ୍ରତିପକ୍ଷ ଦଳକୁ ଅସମ୍ମାନିତ କରିବା ଉକ୍ତ କୋଚ୍‌ଙ୍କ ଲାଗି ଭାରି ପଡ଼ିଛି। ଇନ୍‌ଭିକ୍ଟାସାଉରୋ ୨୭-୦ ଗୋଲରେ ମାରିନା କାଲସିଓକୁ ହରାଇ ଦେଇଥିଲା। ମ୍ୟାଚ୍‌ ପରେ ପରାସ୍ତ ହୋଇଥିବା କ୍ଲବ କାଲସିଓର ଡିରେକ୍ଟର ତିବେରିଓ ପ୍ରାଟେସି ଇନଭିକ୍ଟାସାଉରୋ ତାଙ୍କ ଦଳକୁ ଅସମ୍ମାନିତ କରିଥିବା ଅଭିଯୋଗ କରିଥିଲେ। ଦଳର ବହୁ ଖେଳାଳି ଆହତ ଥିବାରୁ କାଲସିଓକୁ ଅଣଗୋଲକିପରଙ୍କୁ ଗୋଲପୋଷ୍ଟରେ ମୁତୟନ କରିବାକୁ ପଡ଼ିଥିଲା। ଏହାର ଫାଇଦା ଉଠାଇ ଇନଭିକ୍ଟାସାଉରୋ ଦଳର ଦୁଇଜଣ ୬ଟି ଲେଖାଏ ଓ ଜଣେ ୭ଟି ଗୋଲ ସ୍କୋର କରିଥିଲେ। ପ୍ରାଟେସିଙ୍କ ଅଭିଯୋଗ ପରେ ଇନଭିକ୍ଟାସାଉରୋ କ୍ଷମାପ୍ରାର୍ଥନା କରିବା ସହ କୋଚ୍‌ ମାସିମିଲିଆନୋ ରିକିନିଙ୍କୁ ମ୍ୟାନେଜର ପଦରୁ ବିଦା କରିଛି। ଏ ଘଟଣା ସମ୍ପର୍କରେ ଇନଭିକ୍ଟାସାଉରୋ କ୍ଲବର ସଭାପତି ପାଓଲୋ ବ୍ରୋଗେଲି କହିଛନ୍ତି, ପ୍ରତିପକ୍ଷ ଦଳକୁ ସର୍ବଦା ସମ୍ମାନ ଦେବା ଉଚିତ, ଯାହାକି ଏହି ମ୍ୟାଚ୍‌ରେ ଘଟି ନ ଥିଲା। ସଭାପତି ଭାବେ ମୁଁ ଏଥିନେଇ କ୍ଷମା ପ୍ରାର୍ଥନା କରୁଛି। ଏଥିସହିତ କ୍ଲବ କୋଚ୍‌ଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଆମ କୋଚ୍‌ଙ୍କ ଦାୟିତ୍ୱ ଖେଳାଳିଙ୍କୁ ଟ୍ରେନିଂ ଦେବା ସହ ସେମାନଙ୍କୁ ଶିକ୍ଷିତ କରାଇବା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟୋଇନିସ୍‌ଙ୍କୁ ପଣ୍ଟିଂଙ୍କ ପ୍ରଶଂସା

ମେଲବୋର୍ନ, ୨୪ା୧୧:ଅଷ୍ଟ୍ରେଲିଆର ବ୍ୟାଟିଂ କିମ୍ବଦନ୍ତୀ ରିକି ପଣ୍ଟିଂ ତାଙ୍କ ଦେଶର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଷ୍ଟୋଇନିସ ବର୍ଷକ ପୂର୍ବେ ଯେପରି ଖେଳୁଥିଲେ...

ଯାହା ସ୍ବପ୍ନ ଦେଖିଥିଲି, ଆଜି ପୂରଣ କରିଦେଲି: ପନ୍ତ

ନୂଆଦିଲ୍ଲୀ,୧୯।୧: ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆ ନିଷ୍ଠା ଏବଂ ସାହସ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ଦଳ ଗାବା ଭଳି ଏକ କଠିନ ପିଚରେ...

ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ଆଣ୍ଡରସନ

ଲଣ୍ଡନ, ୨୩।୭ (ଏଏଫ୍‌ପି)- ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ...

ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କୁ ସ୍ତ୍ରୀ ମାଗିଲେ କ୍ଷମା; କହିଲେ ‘ସରି ରୋ’; ଜାଣନ୍ତୁ ଏପରି…

ନୂଆଦିଲ୍ଲୀ,୩୦।୬: ଭାରତୀୟ ଟିମ୍‌ର ଓପନର ରୋହିତ ଶର୍ମାଙ୍କୁ ସ୍ତ୍ରୀ ରୀତିକା ସଜଦେହ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଏକ ମଜାଳିଆ ଭିଡିଓ ଶେୟାର କରି ସ୍ବାମୀଙ୍କଠାରୁ...

ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ହକି ଇଣ୍ଡିଆର ୨ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ଓ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକର...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର,୯।୬(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସରେ ଏସିଆନ୍‌ ଗେମ୍ସ ଚାମ୍ପିୟନ ଜାପାନ ପୁଲ୍‌ ବି’ରେ କ୍ରମାଗତ ଦ୍ୱିତୀୟ ବିଜୟ...

ବାଂଲାଦେଶ ହାତରୁ ବିଜୟ ଛଡାଇ ଆଣିଲା ଭାରତ

ଆଡିଲେଡ,୨।୧୧: ଆଡିଲେଡ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ତମ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୫ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ...

‘ଅନ୍ୟ ଏକ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର’

ଇସଲାମାବାଦ,୭।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ରେ ସେ ଏଯାବତ ୫ ମ୍ୟାଚ୍‌ରେ...

Advertisement
Archives

Model This Week