ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍‌ ୯ ଇଞ୍ଚ୍‌ ତଳେ ବନ୍ୟାଜଳ ପ୍ରବାହିତ

ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍‌ ୯ଇଞ୍ଚ୍‌ ତଳେ ପ୍ରବାହିତ ହେଉଛି। ଅର୍ଥାତ୍‌ ସନ୍ଧ୍ୟାରେ ୫୨ ଫୁଟ୍‌ ୩ ଇଞ୍ଚ ରହିଛି। ଏଣୁ ଆଗକୁ ବନ୍ୟାଜଳ ବଢ଼ିବା ଆଶଙ୍କା କରାଯାଉଛି। ଏଥିପାଇଁ ଜଳସମ୍ପଦ ବିଭାଗ ଅଭିଜ୍ଞ ଅଧୀକ୍ଷଣଯନ୍ତ୍ରୀ ବିଜୟ କୁମାର ସାମଲଙ୍କୁ ଜଳସମ୍ପଦ ବିଭାଗ ଦଳେଇଘାଇ ସମେତ ଜଗତ୍‌ସିଂହପୁର ଡିଭିଜନରେ ଯେପରି ବନ୍ୟା ନ ହେବ ସେଥିପ୍ରତି ନଜର ରଖିବାକୁ ପଠାଇଛନ୍ତି। ଅଧୀକ୍ଷଣ ଯନ୍ତ୍ରୀ ସାମଲ ଦଳେଇ ଘାଇ ଗେଜ ପାଖରେ ପହଞ୍ଚି ବନ୍ୟାଜଳକୁ ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ଜଗତ୍‌ସିଂହପୁର ନିର୍ବାହୀଯନ୍ତ୍ରୀ ଉମାକାନ୍ତ ମହାନ୍ତି ଓ ବିଲୁଆଖାଇ କେନାଲ ସବ୍‌ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଦଳପତି ମଣ୍ଡଳଙ୍କୁ ସଜାଗ ରହିବା ପାଇଁ କହିଛନ୍ତି। ଦଳେଇଘାଇଠାରେ ବିପଦ ସଙ୍କେତ ୫୭ଫୁଟ ରହିଛି। ଏହି ଘାଇ ୧୯୫୫ ଓ ୧୯୮୨ ମସିହାରେ ବନ୍ଧ ଭାଙ୍ଗି ସାରା ଜିଲାକୁ ବନ୍ୟା ପ୍ଳାବିତ କରିଥିଲା। ଯଦି ପୁନର୍ବାର ବନ୍ୟାହୁଏ ତେବେ ସାରାଜିଲା ବନ୍ୟା ପ୍ଳାବିତ ହୋଇଯିବ। ଏଥିପାଇଁ ବୁଧବାର ରାତିରେ ଦଳେଇଘାଇ ନଦୀବନ୍ଧରେ ପହରା ବ୍ୟବସ୍ତା କରାଯାଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ମଣ୍ଡଳ କହିଛନ୍ତି। ତେବେ ଦଳେଇଘାଇ ସେକ୍‌ଶନ୍‌ରେ ୧୫ ହଜାର, ବାଲିଆରେ ୧୫ ହଜାର ଓ ୨୨ ମୌଜାରେ ୧୦ ହଜାର ଖାଲି ବସ୍ତା ରଖାଯିବା ସହ କେବଳ ୧ ହଜାର ୭୫ ଘନମିଟର ବାଲି ମହଜୁଦ ଥିବା ଯନ୍ତ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିମାଙ୍କ ବଡ ପୁଅଙ୍କୁ ସାଙ୍ଗରେ ନେଲା ସିବିଆଇ

କଟକ ଅଫିସ,୪।୮: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଗୁରୁବାର ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ପରେ ସିବିଆଇ ଅଧିକାରୀମାନେ ମହିମାଙ୍କ ବଡ ପୁଅଙ୍କୁ କଟକ...

ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଆଶଙ୍କା

ଭୁବନେଶ୍ୱର(ବ୍ୟୁରୋ)/ବେଗୁନିଆ,୯ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କୋତଳାଙ୍ଗ ଗ୍ରାମରେ ମଙ୍ଗଳବାର କାଉ ମଡ଼କ ଦେଖାଯାଇଛି। ଅଚାନକ କାଉ ମରୁଥିବା ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା...

ପୁରୀରୁ ଆଉ ୧୬ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ଛୁଇଁଲା ୮୧

ପୁରୀ ଅଫିସ,୨୪।୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶନିବାର ୧୭ ଆକ୍ରାନ୍ତ ଚିହ୍ନଟ ପରେ ଜିଲାର ମୋଟ...

ହୋଟେଲରୁ ଭଦ୍ରକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିିଳିବା ଘଟଣା: ସିସିଟିଭି କ୍ୟାମେରାରେ ଲୁଚିଛି ସତ

ଭୁବନେଶ୍ୱର,୭।୮(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଥିବା ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରୁ ଭଦ୍ରକ ଯୁବତୀ ଶୁଭଲକ୍ଷ୍ମୀ ସାହୁ...

ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇଆଲର୍ଟରେ ୭ ଜିଲାର ମେରାଇନ ଥାନା, ପାଟ୍ରୋଲିଂ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇଛି। ଭାରତ ସହ କୂଟନୈତିକ, ବାଣିଜି୍ୟକ ଆଦି ସମ୍ପର୍କ ଛିନ୍ନ କରିବା ସହ...

ମୃତ୍ୟୁ ପୂର୍ବରୁ ବାଣ୍ଟିଥିଲେ କେକ୍‌, ମିଠା

କୁଆଁରମୁଣ୍ଡା,୧୦।୩(ଡି.ଏନ୍‌.ଏ.): ମୃତ୍ୟୁର କିଛି ଘଣ୍ଟା ଆଗରୁ ସାଙ୍ଗସାଥୀ, ସମ୍ପର୍କୀୟଙ୍କୁ ମିଠା, କେକ୍‌, ଆଇସ୍‌କ୍ରିମ ଆଦି ବାଣ୍ଟିବା ଘଟଣା ସାଧାରଣତଃ ବିରଳ। ହେଲେ ଏଭଳି ଏକ ଘଟଣା...

ଆଜିଠାରୁ କଳିଙ୍ଗରେ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର, ୨୪।୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ଜୁନିୟର ହକି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ବୁଧବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ଡିସେମ୍ବର ୫ ପର୍ଯ୍ୟନ୍ତ...

ମାଟ୍ରିକ ପରୀକ୍ଷା: ୬ରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୨।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆସନ୍ତା ୧୯ରୁ...

Advertisement
Archives

Model This Week