ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍‌ ୯ ଇଞ୍ଚ୍‌ ତଳେ ବନ୍ୟାଜଳ ପ୍ରବାହିତ

ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍‌ ୯ଇଞ୍ଚ୍‌ ତଳେ ପ୍ରବାହିତ ହେଉଛି। ଅର୍ଥାତ୍‌ ସନ୍ଧ୍ୟାରେ ୫୨ ଫୁଟ୍‌ ୩ ଇଞ୍ଚ ରହିଛି। ଏଣୁ ଆଗକୁ ବନ୍ୟାଜଳ ବଢ଼ିବା ଆଶଙ୍କା କରାଯାଉଛି। ଏଥିପାଇଁ ଜଳସମ୍ପଦ ବିଭାଗ ଅଭିଜ୍ଞ ଅଧୀକ୍ଷଣଯନ୍ତ୍ରୀ ବିଜୟ କୁମାର ସାମଲଙ୍କୁ ଜଳସମ୍ପଦ ବିଭାଗ ଦଳେଇଘାଇ ସମେତ ଜଗତ୍‌ସିଂହପୁର ଡିଭିଜନରେ ଯେପରି ବନ୍ୟା ନ ହେବ ସେଥିପ୍ରତି ନଜର ରଖିବାକୁ ପଠାଇଛନ୍ତି। ଅଧୀକ୍ଷଣ ଯନ୍ତ୍ରୀ ସାମଲ ଦଳେଇ ଘାଇ ଗେଜ ପାଖରେ ପହଞ୍ଚି ବନ୍ୟାଜଳକୁ ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ଜଗତ୍‌ସିଂହପୁର ନିର୍ବାହୀଯନ୍ତ୍ରୀ ଉମାକାନ୍ତ ମହାନ୍ତି ଓ ବିଲୁଆଖାଇ କେନାଲ ସବ୍‌ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଦଳପତି ମଣ୍ଡଳଙ୍କୁ ସଜାଗ ରହିବା ପାଇଁ କହିଛନ୍ତି। ଦଳେଇଘାଇଠାରେ ବିପଦ ସଙ୍କେତ ୫୭ଫୁଟ ରହିଛି। ଏହି ଘାଇ ୧୯୫୫ ଓ ୧୯୮୨ ମସିହାରେ ବନ୍ଧ ଭାଙ୍ଗି ସାରା ଜିଲାକୁ ବନ୍ୟା ପ୍ଳାବିତ କରିଥିଲା। ଯଦି ପୁନର୍ବାର ବନ୍ୟାହୁଏ ତେବେ ସାରାଜିଲା ବନ୍ୟା ପ୍ଳାବିତ ହୋଇଯିବ। ଏଥିପାଇଁ ବୁଧବାର ରାତିରେ ଦଳେଇଘାଇ ନଦୀବନ୍ଧରେ ପହରା ବ୍ୟବସ୍ତା କରାଯାଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ମଣ୍ଡଳ କହିଛନ୍ତି। ତେବେ ଦଳେଇଘାଇ ସେକ୍‌ଶନ୍‌ରେ ୧୫ ହଜାର, ବାଲିଆରେ ୧୫ ହଜାର ଓ ୨୨ ମୌଜାରେ ୧୦ ହଜାର ଖାଲି ବସ୍ତା ରଖାଯିବା ସହ କେବଳ ୧ ହଜାର ୭୫ ଘନମିଟର ବାଲି ମହଜୁଦ ଥିବା ଯନ୍ତ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri