ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ

ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ ଜଣେ ଦଳିତ ସମ୍ପ୍ରଦାୟର ବର ଘୋଡା ଚଢି ବିବାହ ପାଇଁ ଯିବାକୁ ବାହାରିବାରୁ ଏହାକୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଫଥର ଫିଙ୍ଗା ପର୍ଯ୍ୟନ୍ତ କଥା ଯାଇଥିବା ସୂଚନା ମିଳିଛି। ସନ୍ଦିପାଡା ଗାଁର ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଘୋଡା ଚଢି ବରଯାତ୍ରୀ ସହ ବିବାହ ମଣ୍ଡପ ଯିବା ସମୟରେ ଅନ୍ୟ ସମ୍ପ୍ରଦାୟର କେତେକ ଲୋକେ ଏମାନଙ୍କ ଉପରକୁ ପଥରମାଡ କରିଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ପରେ ପୋଲିସ ସହାୟତାରେ ବର ଘୋଡା ଚଢି ବିବାହ ମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ଜଣାପଡିଛି। ବନାସକାଂଠା ଜିଲାର ଦଳିତ ସମାଜର ଅଧ୍ୟକ୍ଷ ଥିବା ଦଳପତଭାଇ ଭାଟିଆ କହିଛନ୍ତି ଏହା ସନ୍ଦିପାଡା ଗାଁର। ସେନାରେ କାର୍ଯ୍ୟରତ ଜଣେ ଯବାନ ଛୁଟି ନେଇ ନିଜ ବୈତୃକ ଗ୍ରାମରେ ବିବାହ କରିବାକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଡ଼ ଡେଇଁବେ ରାଜକୁମାର ସିଂ !

ପାଟନା, ୨୬/୧: ଏଲ୍‌ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର...

ବିବାହିତା ଭଉଣୀଙ୍କୁ ୪୦ ହଜାର ଟଙ୍କାରେ ବିକି ଦେଲେ ଭାଇ

ପାଟଣା,୬।୩: ବିହାରର ଭାଗଲପୁର ନାଥନଗର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ନିଜ ଭାଇ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ମହିଳା ଜଣକ...

୬୦ ଦିନରେ ବଦଳି ଗଲା ଜ୍ୟୋତିଙ୍କ ଜୀବନ

ପାଟନା, ୧୬।୭: ବିହାରର ଜ୍ୟୋତି କୁମାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ଜୀବନ ଗତ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ୧୨୦୦ କିମି...

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ

ଅଯୋଧ୍ୟା,୮।୭: କଳା ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ୧୨ ବର୍ଷର ବାଳକ ୧୩୫ଟି ବହି ରଚନା କରି ସାରିଲେଣି। ଉତ୍ତର ପ୍ରଦେଶର ମ୍ରିଗେନ୍ଦ୍ର ରାଜ...

ତେଜସ୍ବୀ ଭଲ ପିଲା, କିନ୍ତୁ…

ନୂଆଦିଲ୍ଲୀ,୧୩।୧୧:ତେଜସ୍ବୀ ଜଣେ ଭଲ ପିଲା। କିନ୍ତୁ ସେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ବିହାରକୁ ଚଳାଇପାରି ନ ଥାନ୍ତେ ବୋଲି ବରିଷ୍ଠ ଭାଜପା ନେତ୍ରୀ ଉମା...

କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ

ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦...

‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’

ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍‌ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା...

ବସ୍‌ ଭିତରେ ଭୋ ଭୋ ହୋଇ କାନ୍ଦୁଥିଲେ ଜଣେ ଶିଶୁ, ଡ୍ରାଇଭର୍‌, କଣ୍ଡକ୍ଟର ପଚାରିବାରୁ…

ନୋଏଡା,୧୦।୮: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବସ୍‌ରୁ ଅପହରଣ ହୋଇଥିବା ଏକ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗ୍ରେଟର ନୋଏଡାର ବସ୍‌ ଡିପୋରୁ...

Advertisement


Archives

Model This Week