ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ ନେତା ଓ ଖଣି ଅଧିକାରୀଙ୍କ ଆକ୍ରମଣ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣ ଅଭାବରୁ ଯାଜପୁର ରୋଡ୍ ଅତିରିକ୍ତ ଜିଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର ୩ ଜଣ ଅଭିଯୁକ୍ତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ପ୍ରବୀର କୁମାର ରାୟ ପରିଚାଳନା କରିଥିଲେ।
କି, ୨୦୦୯ ନଭେମ୍ବର ୯ ତାରିଖରେ ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ କାଳିଆପାଣି ଖଣି ଅଞ୍ଚଳର କେତେଜଣ ଶ୍ରମିକ ନେତା ଓ ସମର୍ଥକ ଆକ୍ରମଣ କରିଥିଲେ। ଏ ନେଇ ସେ ତକତ୍ାଳୀନ ଏସ୍ପି, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦରଖାସ୍ତ ପ୍ରେରଣ କରିଥିଲେ। ଏହାର ତଦନ୍ତ ପାଇଁ ତତ୍କାଳୀନ ଏସ୍ପି କାଳିଆପାଣି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଖଣି ନିଗମ ପକ୍ଷରୁ ଅନୁଷ୍ଠିତ ଜନଶୁଣାଣି ସଭାରେ ନିଗମ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ କରା ନଯିବା ଓ ବହୁ ପରିମାଣର ପରିବେଶ ପ୍ରଦୂଷଣ ସମ୍ପର୍କରେ ଦଳିତ ନେତା ପାତ୍ର ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତି ପ୍ରମୁଖ ତାଙ୍କୁ ଧମକ ଦେବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ। ସର୍ବସାଧାରଣରେ ମାଡ ମାରିବା ଓ ଜାତିକୁ ଆକ୍ଷେପ କରିଥିବା ନେଇ ପାତ୍ର ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଇବା ସହିତ ଶ୍ରମିକ ନେତା ସମ୍ରାଟ ଗୁପ୍ତା ଓ ଖଣି ନିଗମର ସାଧାରଣ ପରିଚାଳକଙ୍କ ନାମରେ ମଧ୍ୟ ଅଭିଯୋଗ କରିଥିଲେ। କଳିଙ୍ଗନଗର ଥାନା ଅଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ନଂ. ୫୧/୨୦୦୯ ଓ ହରିଜନ ଆଦିବାସୀ ନିର୍ଯାତନା ଆଇନ୍ ଅନୁଯାୟୀ ମାମଲା ରୁଜୁ କରିଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

