Posted inଜାତୀୟ

ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ବ୍ଲେଡ୍‌ରେ କାଟି ଦେଲେ ସହପାଠୀ

ମଦୁରାଇ,୧୪।୧୦: ତାମିଲ୍‌ନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦୁରାଇର ଏକ ସ୍କୁଲରେ ଜଣେ ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ଜଣେ ସହପାଠୀ ବ୍ଲେଡ୍‌ରେ କାଟି ଦେଇଛନ୍ତି। ୯ମରେ ପଢୁଥିବା ଦଳିତ ଛାତ୍ରଙ୍କ ସ୍କୁଲ୍‌ ବ୍ୟାଗ୍‌ ଜଣେ ସହପାଠୀ ଲୁଚାଇ ଦେଇଥିଲେ। ସେ ସମ୍ପୃକ୍ତ ସହପାଠୀଙ୍କୁ ବ୍ୟାଗ୍‌ ମାଗିବାରୁ ସେ ଦଳିତ ଛାତ୍ରଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ସହିତ ଉତ୍‌କ୍ଷିପ୍ତ ହୋଇ ବ୍ଲେଡ୍‌ରେ ଏଭଳି କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଛାତ୍ର ଜଣକ ସ୍ବାସ୍ଥ୍ୟାବସ୍ଥା ସମାନ୍ୟ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପିଚନ୍ଦ ନାରଙ୍ଗଙ୍କ ପରଲୋକ

ନୂଆଦିଲ୍ଲୀ/ୱାଶିଂଟନ,୧୬ ।୬: ପ୍ରତିଷ୍ଠିତ ଉଦ୍ଧ୍ୱୁର୍ ସାହିତ୍ୟିକ ଗୋପିଚନ୍ଦ ନାରଙ୍ଗଙ୍କର ପରଲୋକ ହୋଇଛି । କୁହାଯାଉଛି କି କିଛି ଦିନ ଦିନ ହେବ ସେ ଅସୁସ୍ଥ ଥାଇ...

କରୋନା ରୋଗୀଙ୍କ ନିକଟରେ ବଢୁଛି ଫଙ୍ଗାଲ ଇନଫେକ୍ସନର ଭୟ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪ ।୯: କରୋନା ସଂକ୍ରମଣ ପାଇଁ ଦାୟୀ ମ୍ୟୁଟେଣ୍ଟ ବାରମ୍ବାର ତା’ର ରୂପ ବଦଳାଉଛି । ସେଥିପାଇଁ କରୋନାର ଔଷଧ ଓ ଟିକା ନିଜ ନିଜର...

ଆଜି ଇସ୍ତଫା ଦେଇପାରନ୍ତି ଚନ୍ନି

ଅମୃତସର,୧୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଇସ୍ତଫା ଦେଇପାରନ୍ତି। ଗୋଟିଏ ପଟେ ଗୁରୁବାର ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା...

ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି।...

ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍‌ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ...

ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତ ରତ୍ନ ପାଇଁ ଦାବି କଲେ କେଜରିୱାଲ

ନୂଆଦିଲ୍ଲୀ,୧୭ ।୭: ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେଠାରୁ କିନ୍ତୁ ସବୁ ରାଜନୈତିକ ଦଳ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ...

ମହାରାଷ୍ଟ୍ରରେ ୧,୨୦୬ ପୋଲିସ କରୋନା ପଜିଟିଭ: ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ମୁମ୍ବାଇ,୧୭।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ପୋଲିସଙ୍କ ରିପୋର୍ଟ ପଜିଟିଭ ଆସିବା ସମସ୍ତଙ୍କୁ...

ହୋଟେଲରେ ନାବାଳିକାଙ୍କୁ ନିଶା ଦେଇ ବଳାତ୍କାର

ଭୋପାଳ,୧୮।୧୨: ଭୋପାଳର ଆନନ୍ଦନଗରରେ ଥିବା ଏକ ହୋଟେଲରେ ଜଣେ ୧୬ ବର୍ଷୀୟା ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ନାବାଳିକାଙ୍କ ଅଶ୍ଳୀଳ...

Advertisement
Archives

Model This Week