ଆସିକା,୧ା୨(ଡି.ଏନ୍.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଚଳିତ ବର୍ଷ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ଆଖୁପେଡା ଆରମ୍ଭ ହୋଇଛି। ଶୁଭ ମୂହୁର୍ତ୍ତ ଦିନ ପ୍ରାୟ ୧ଟାବେଳେ କାରଖାନା ଆଖୁ ନାଳିରେ ଆଖୁପକାଯାଇ ଆନୁଷ୍ଠାନିକ ଭାବେ ଆଖୁପେଡା ଆରମ୍ଭ କରାଯାଇଥିଲା। ତେବେ ଆଖୁଚାଷୀଙ୍କୁ ସେମାନଙ୍କ ଆଖୁ କାଟିବା ଲାଗି ବିଧିବଦ୍ଧ କଟିଂ ଅର୍ଡର ଦେଇ କାରଖାନାକୁ ସ୍ବାଭାବିକ ଆଖୁପେଡା ଲାଗି ଆହୁରି ୪ ଦିନ ଲାଗିଯିବ ବୋଲି ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଏହି କାରଖାନା ପରିସରଭୁକ୍ତ ଜିଲାର ବିଭିନ୍ନ ସ୍ଥାନରେ ୪ହଜାର ୨୫୦ ଏକର ଜମିରେ ଆଖୁଚାଷ କରାଯାଇଥିବାବେଳେ ସମୁଦାୟ ୮୬ ହଜାର ୩ଶହ ମେଟ୍ରିକ୍ ଟନ୍ ଆଖୁ ପେଡିବା ଲାଗି କାରଖାନା ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦୈନିକ ୧୫ଶହ ଟନ୍ ହିସାବରେ ଆଖୁ ପେଡା ଗଲେ ସମୁଦାୟ ଆଖୁ ପେଡିବା ଲାଗି ପ୍ରାୟ ଅଢେଇ ମାସ ଲାଗିଯିବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ଏହି ଆଖୁପେଡା ଉତ୍ସବରେ କାରଖାନାକୁ ଆଖୁ ଯୋଗାଉଥିବା ଆଖୁଚାଷୀ ସଂଘ ନିଜକୁ ଦୂରେଇ ରଖିଛି। ଆଖୁଚାଷ ଲାଗି ମଜୁରି ଓ ଉପତ୍ାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଆଖୁଦର ବୃଦ୍ଧି ନିମନ୍ତେ ଚାଷୀ ଦାବି କରୁଛନ୍ତି। ଏଥିପ୍ରତି କାରଖାନା କର୍ତ୍ତୃପକ୍ଷ ଉଦାସିନ ମନୋଭାବ ପୋଷଣ କରିଥିବାରୁ ଆଖୁଚାଷୀମାନେ ଏହାର ପ୍ରତିବାଦରେ ଉତ୍ସବରେ ଯୋଗଦେଇ ନ ଥିବା ସଂଘର ସଭାପତି ସମୀର ପ୍ରଧାନ ପ୍ରକାଶ କରିଛନ୍ତି। ଏପରିକି ଆଖୁ ଦର ବୃଦ୍ଧି କରା ନ ଗଲେ ଆଖୁଚାଷୀମାନେ କାରଖାନା ପକ୍ଷରୁ ଦିଆଯାଉଥିବା କଟିଂ ଅର୍ଡର ଗ୍ରହଣ କରିବେ ନାହିଁ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି।
ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ
ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…
ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା
ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…
ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…
ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା
ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…
ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ
ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍ ପରେ…
ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…
ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…
ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା
ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…
Archives

