ଆସିକା,୧ା୨(ଡି.ଏନ୍.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଚଳିତ ବର୍ଷ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ଆଖୁପେଡା ଆରମ୍ଭ ହୋଇଛି। ଶୁଭ ମୂହୁର୍ତ୍ତ ଦିନ ପ୍ରାୟ ୧ଟାବେଳେ କାରଖାନା ଆଖୁ ନାଳିରେ ଆଖୁପକାଯାଇ ଆନୁଷ୍ଠାନିକ ଭାବେ ଆଖୁପେଡା ଆରମ୍ଭ କରାଯାଇଥିଲା। ତେବେ ଆଖୁଚାଷୀଙ୍କୁ ସେମାନଙ୍କ ଆଖୁ କାଟିବା ଲାଗି ବିଧିବଦ୍ଧ କଟିଂ ଅର୍ଡର ଦେଇ କାରଖାନାକୁ ସ୍ବାଭାବିକ ଆଖୁପେଡା ଲାଗି ଆହୁରି ୪ ଦିନ ଲାଗିଯିବ ବୋଲି ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଏହି କାରଖାନା ପରିସରଭୁକ୍ତ ଜିଲାର ବିଭିନ୍ନ ସ୍ଥାନରେ ୪ହଜାର ୨୫୦ ଏକର ଜମିରେ ଆଖୁଚାଷ କରାଯାଇଥିବାବେଳେ ସମୁଦାୟ ୮୬ ହଜାର ୩ଶହ ମେଟ୍ରିକ୍ ଟନ୍ ଆଖୁ ପେଡିବା ଲାଗି କାରଖାନା ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦୈନିକ ୧୫ଶହ ଟନ୍ ହିସାବରେ ଆଖୁ ପେଡା ଗଲେ ସମୁଦାୟ ଆଖୁ ପେଡିବା ଲାଗି ପ୍ରାୟ ଅଢେଇ ମାସ ଲାଗିଯିବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ଏହି ଆଖୁପେଡା ଉତ୍ସବରେ କାରଖାନାକୁ ଆଖୁ ଯୋଗାଉଥିବା ଆଖୁଚାଷୀ ସଂଘ ନିଜକୁ ଦୂରେଇ ରଖିଛି। ଆଖୁଚାଷ ଲାଗି ମଜୁରି ଓ ଉପତ୍ାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଆଖୁଦର ବୃଦ୍ଧି ନିମନ୍ତେ ଚାଷୀ ଦାବି କରୁଛନ୍ତି। ଏଥିପ୍ରତି କାରଖାନା କର୍ତ୍ତୃପକ୍ଷ ଉଦାସିନ ମନୋଭାବ ପୋଷଣ କରିଥିବାରୁ ଆଖୁଚାଷୀମାନେ ଏହାର ପ୍ରତିବାଦରେ ଉତ୍ସବରେ ଯୋଗଦେଇ ନ ଥିବା ସଂଘର ସଭାପତି ସମୀର ପ୍ରଧାନ ପ୍ରକାଶ କରିଛନ୍ତି। ଏପରିକି ଆଖୁ ଦର ବୃଦ୍ଧି କରା ନ ଗଲେ ଆଖୁଚାଷୀମାନେ କାରଖାନା ପକ୍ଷରୁ ଦିଆଯାଉଥିବା କଟିଂ ଅର୍ଡର ଗ୍ରହଣ କରିବେ ନାହିଁ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି।

୬୩ କଳାକାରଙ୍କୁ ମିଳିଲା ୪ ମାସର ଅଗ୍ରୀମ ଭତ୍ତା
ଦିଗପହଣ୍ଡି,୧୭ା୪(ଡି.ଏନ୍.ଏ.): କରୋନା ଲକ୍ଡାଉନ୍ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ୬୩ କଳାକାରଙ୍କୁ ୪ ମାସର ଅଗ୍ରୀମ କଳାକାର ଭତ୍ତା...

ପୌର ନିର୍ବାଚନ: ରାସ୍ତାରେ ମଦ ପିଇଲେ ଜରିମାନା
ବ୍ରହ୍ମପୁର ଅଫିସ,୭।୩: ରାସ୍ତାରେ କିମ୍ବା ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ବ୍ରହ୍ମପୁର ପୋଲିସ ପକ୍ଷରୁ କଟକଣା କରାଯାଇଛି। ଏହି କଟକଣା ସୋମବାରଠାରୁ ଲାଗୁ କରାଯାଇଛି।...

କାଜୁ ଗଛରେ ପୋକ: ଦୁର୍ଦ୍ଦିନରେ ୬୫୦ ଆଦିବାସୀ ପରିବାର
ଛତ୍ରପୁର,୨୨ା୪(ଡି.ଏନ୍.ଏ.)-ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ କାଳିମେଘି, ଚନ୍ଦନପୁର ଓ ଘୋଡାପଡା ପଞ୍ଚାୟତର ୧୯ ଖଣ୍ଡ ଆଦିବାସୀ ଗାଁର ୬୫୦ ପରିବାର ଦୁର୍ଦ୍ଦିନରେ ଗତି କରୁଛନ୍ତି। ଏମାନେ...

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ
ଫୁଲବାଣୀ ଅଫିସ, ୨୦ା୫-କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁପତ୍ର ଫଡିରେ...

ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା, ୨ ଗିରଫ
ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ କଇମ ନିକଟସ୍ଥ କୁବେରେଶ୍ୱର ମନ୍ଦିରରେ ଏପ୍ରିଲ୍ ୪ରେ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ବୁଗୁଡ଼ା ପୋଲିସ ଶନିବାର ଏହି ଘଟଣାରେ...

ଲକ୍ ଡାଉନ୍ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ
ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍ ଡାଉନ୍ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର...

ବୁଗୁଡ଼ା ବ୍ଲକର ଏହି ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା
ବୁଗୁଡ଼ା,୨୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଆପଟ ଜିଲାପାଳ କ୍ଷମତା ପ୍ରଯୋଗ କରି ସୋମବାର ୩ ଗାଁକୁ...

ଗଞ୍ଜାମର ୩୩୯ ଗଁ। କୁ ଯାଇପାରୁନି ଆମ୍ବୁଲାନ୍ସ : ଗର୍ଭବତୀ, ଶିଶୁଙ୍କୁ ମିଳୁଛି ୧ ହଜାର ଟଙ୍କା
ଛତ୍ରପୁର,୨୫ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ୩୩୯ ଗଁ।କୁ ଆମ୍ବୁଲାନ୍ସ ଯାଇପାରୁ ନ ଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ ପରେ ଚିହ୍ନଟ ହୋଇଛି। ଆମ୍ବୁଲାନ୍ସ ଉକ୍ତ ଗଁ।ଗୁଡିକୁ...