ଦର୍ଶକଙ୍କ ମନର କଥାକୁ ନାଟକରେ ପ୍ରତିଫଳିତ କରିଥାଏ

ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ ପାଲଟି ଯାଇଥିଲା। ନାଟକଟିଏ ଦେଖି ଫେରିବା ପରେ ସେ ଘରକୁ ଆସି ଠିକ୍‌ ସେହିପରି ଅଭିନୟ କରୁଥିଲେ। ଏହାଦେଖି ତାଙ୍କ ବୁଢ଼ୀମା ଦିନେ କହିଥିଲେ ‘ଏ ଟୋକା ଦିନେ ନାଟୁଆ ହେବ’। ଆଉ ଆଜି ତାହା ସତରେ ପରିଣତ ହୋଇଛି। ସେ ହେଲେ ବର୍ତ୍ତମାନ ଥିଏଟର ଜଗତର ଅନ୍ୟତମ ନାମୀ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ୍‌ ବିଶ୍ୱାଳ। ୧୯୬୩ ଏପ୍ରିଲ ୩୦ରେ ପୁରୀ ଜିଲା କୋଣାର୍କ ଅନ୍ତର୍ଗତ ଖନ୍ଦୋଳ ଗଁ।ରେ ଜନ୍ମିତ ଏହି ବ୍ୟକ୍ତିତ୍ୱଙ୍କର ପେସାଦାର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ୧୯୮୪ରେ। ଦୀର୍ଘ ୨୫ ବର୍ଷର ଅଭିନୟ ଅଭିଜ୍ଞତାକୁ ପାଥେୟ କରି ସେ ୨୦୦୯ରେ ନାଟକ ରଚନା (ନିର୍ଦ୍ଦେଶନା ୨୦୧୪ରୁ) ଆରମ୍ଭ କଲେ। ଏ ସମ୍ପର୍କରେ ସେ କହନ୍ତି, ‘ଅଭିନୟ କରିବା ଭିତରେ ଅନେକ ନାଟକ ଲେଖିଛି, ହେଲେ ତାହା ଏତେ ସହଜ ନ ଥିଲା। ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ‘ପର୍ଶୁରାମ’ ନାଟକରେ ଅଭିନୟ କରିବା ପରେ ଜଣେ ନାଟୁଆ ହେବାର ନିଶା ମୋର ଦ୍ୱିଗୁଣିତ ହୋଇଯାଇଥିଲା। ନାଟକ ରଚନା ପଛରେ ଏକ ମଜାଦାର କାହାଣୀ ରହିଛି। ଥରେ ମୁଁ ରହୁଥିବା ଭୁବନେଶ୍ୱରସ୍ଥ ବୀର ସୁରେନ୍ଦ୍ରସାଏ ନଗରରେ ମୋ ନେତୃତ୍ୱରେ ଏକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଥାଏ। ଯେହେତୁ ପ୍ରଥମ ଦିନ କୌଣସି ଯାତ୍ରାନୁଷ୍ଠାନ ଆସିଲେ ନାହିଁ ତେଣୁ ମାତ୍ର ୪ ଦିନ ଭିତରେ ମୁଁ ଏକ ୩୦ ପୃଷ୍ଠାବିଶିଷ୍ଟ ନାଟକ ‘ଆଜି ବି ମନେପଡ଼େ’ ଲେଖିଥିଲି ଏବଂ ତାହା ସଫଳତାର ସହ ମଞ୍ଚସ୍ଥ ହୋଇଥିଲା। ଏ ପର୍ଯ୍ୟନ୍ତ ମୁଁ ଲେଖିଥିବା ପ୍ରାୟ ୮୦ଟି ନାଟକରେ ଗୋଟିଏ ହେଲେ ଖଳନାୟକ ଚରିତ୍ର ନାହିଁ। କାରଣ ମୁଁ ସବୁବେଳେ ଦର୍ଶକଙ୍କ ମନର କଥାକୁ ମୋ ନାଟକରେ ପ୍ରତିଫଳିତ କରିଥାଏ। ଜୀବନରେ ଶୃଙ୍ଖଳା, ସିଷ୍ଟତା ମୋତେ ଜଣେ ସଫଳ ନାଟ୍ୟକାର ଭାବେ ଗଢ଼ିତୋଳିଛି।’ ଥିଏଟର ନାଟକର ପ୍ରଚାର ପ୍ରସାର ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ୱେତପଦ୍ମା ସାଂସ୍କୃତିକ ପରିବାର, ଭୁବନେଶ୍ୱର ଆଜି ଅନ୍ୟତମ ଥିଏଟର ଅନୁଷ୍ଠାନ ଭାବେ ପରିଚିତ। ଦୀର୍ଘ ୩୫ ବର୍ଷ କଳାକାର ଜୀବନରେ ସୁଖଦୁଃଖଭରା ସ୍ମୃତି ତାଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଆଉ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଦେବାକୁ ଦୃଢ଼ ମନରେ ଆଗେଇ ଚାଲିଛନ୍ତି ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ପ୍ରଦୀପ।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମ କରେ ଭଲ ବ୍ୟବସାୟ

ମୁମ୍ବାଇ: ପ୍ରାୟ ପ୍ରତିବର୍ଷ ବଲିଉଡରେ ଇଦ୍‌ ଖାଲିଥାଏ ସଲମାନଙ୍କ ପାଇଁ। କାରଣ ସେ ଇଦ୍‌ରେ ଭେଟି ଦିଅନ୍ତି ଜବରଦସ୍ତ ଏଣ୍ଟଟେନମେଣ୍ଟ। ଏଥର ମଧ୍ୟ ସଲମାନଙ୍କ ଅଭିନୀତ...

ସ୍ତ୍ରୀଙ୍କ ପାଇଁ ହ୍ୟାଣ୍ଡ୍‌ବ୍ୟାଗ୍‌ କିଣୁଛନ୍ତି ରଣବୀର

ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବେ ନିଜ ଆଗାମୀ ଫିଲ୍ମ ‘ଛପାକ୍‌’ରେ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏପଟେ ସ୍ବାମୀ ରଣବୀର ସିଂ ବଜାରରୁ ଦୀପିକାଙ୍କ ପାଇଁ...

ପୁଣି ଏକ ତାମିଲ୍‌ ରିମେକ୍‌ରେ ଶାହିଦ: ‘ଜର୍ସି’ରେ ହେବେ କ୍ରିକେଟର୍‌

ମୁମ୍ବାଇ: ଚଳଚ୍ଚିତ୍ର ‘କବିର ସିଂ’ର ସଫଳତା ପରେ ଏବେ ପୁଣି ଏକ ତାମିଲ ରିମେକ୍‌ ‘ଜର୍ସି’ରେ କାମ କରିବାକୁ ଯାଉଛନ୍ତି ଶାହିଦ୍‌ କପୁର। ଏଥିରେ ସେ...

ଗୁରୁପୂର୍ଣ୍ଣିମାରେ ବାପାଙ୍କୁ ମନେ ପକାଇଲେ ଏହି ଅଭିନେତା

ଆଜି ପବିତ୍ର ଗୁରୁପୂର୍ଣ୍ଣିମା । ଏହି ଦିନରେ ଜୀବନରେ ଶିକ୍ଷା ଦେଇଥିବା ଗୁରୁଙ୍କୁ ସ୍ମରଣ କରାଯାଇଥାଏ। ଗୁରୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ...

ବିବାହ ବିଚ୍ଛେଦର ୧୪ବର୍ଷ ପରେ ପ୍ରଥମ ପତ୍ନୀଙ୍କ ପ୍ରେମରେ ପଡ଼ିଲେ ଏହି ସୁପରଷ୍ଟାର

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା ସାଧାରଣ କଥା। ବହୁଥର ଆମ ପସନ୍ଦର ପ୍ରତିଷ୍ଠିତ କଳାକାରଙ୍କ ସମ୍ପର୍କ ଗଢ଼ୁ ଗଢ଼ୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥାଏ।...

‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ

ମୁମ୍ବାଇ,୧୫।୧୨: ବଲିଉଡ୍‌ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍‌ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

ବିଗ୍‌ ବିଙ୍କୁ ଫିଲ୍ମରେ ନେବା ସହଜ ନୁହେଁ, ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଥାନ୍ତି ନିର୍ଦ୍ଦେଶକ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ଫିଲ୍ମ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *