ଦର୍ଶକଙ୍କୁ ଡରାଇ ପାରିଲାନି ‘ଭୂତ’: ୩ ଦିନରେ ୧୬.୩୬ କୋଟି ବ୍ୟବସାୟ

ମୁମ୍ବାଇ: ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୂତ’ ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ପରେ ଦର୍ଶକେ ଯାହା ଆଶା କରୁଥିଲେ କିନ୍ତୁ ସେମିତି କିଛି କମାଲ କରିପାରିଲାନି ଏହି ଫିଲ୍ମ। ଲଗାତର ୩ ଦିନ ଫିଲ୍ମର କଲେକ୍ସନ ପ୍ରାୟ ସମାନ ରହିଲା। ଶନିବାର ଏବଂ ରବିବାର ମଧ୍ୟ ଭଲ ବ୍ୟବସାୟ କଲାନାହିଁ। ଟ୍ରେଲରରୁ ଦର୍ଶକେ ଭାବୁଥିଲେ ‘ଭୂତ’ ନିଶ୍ଚିତ ଡରାଇବ। ଅର୍ଥାତ ଦର୍ଶକଙ୍କ ମନକୁ ଛୁଇଁବ। ମାତ୍ର ବକ୍ସ ଅଫିସରେ ସେମିତି କିଛି ଏହାର ପ୍ରଭାବ ପଡ଼ିଲା ନାହିଁ। ଶୁକ୍ରବାର ଏହି ଫିଲ୍ମ ୫.୧୦ କୋଟି, ଶନିବାର ୫.୫୨ କୋଟି ଏବଂ ରବିବାର ୫.୭୪ କୋଟି ମୋଟ ୧୬.୩୬ କୋଟି ବ୍ୟବସାୟ କରିଛି। ଫିଲ୍ମଟି ମେଟ୍ରୋ ସିଟିରେ ଠିକ୍‌ଠାକ୍‌ ପ୍ରଦର୍ଶନ କରିଛି। କିନ୍ତୁ ଛୋଟ ସହରରେ ବହୁ କମ୍‌ ବ୍ୟବସାୟ କରିଛି। ସୋମବାର ଆଶା ରହିଛି କିଛି ଭଲ ବ୍ୟବସାୟ କରିବ। ତେବେ ଦେଖାଯାଉ ଏହା ଆଜି କେମିତି ବ୍ୟବସାୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ...

ମୁଁ ସିଙ୍ଗଲ୍‌, ହେଲେ ବିବାହ କରିବାକୁ ଚାହୁଁଛି: ସୋନାକ୍ଷୀ

ବମ୍ବେ: ସିଙ୍ଗିଲ୍‌ ଅଛି। ହେଲେ ବିବାହ କରିବାକୁ ଚାହୁଁଛୁ। ଏଥିପାଇଁ ମୁଁ ଅପେକ୍ଷା କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। ଏହା କହିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ...

ଫିଲ୍ମରେ ଖଳନାୟକ ସାଜି ଦର୍ଶକଙ୍କୁ ଡରାଉଥିବା ପ୍ରେମ୍‌ ନିଜେ ଡରନ୍ତି ଭୂତକୁ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ଅଭିନୟକରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଳାକାର ହେଉଛନ୍ତି ପ୍ରେମ୍‌ ଚୋପ୍ରା। ୧୯୬୦ ମସିହାରେ ପଞ୍ଜାବୀ ଫିଲ୍ମରୁ...

ଫିଲ୍ମରୁ ଦୂରେଇଲେ ଅମିତାଭ୍‌ ବଚ୍ଚନ୍‌

ମୁମ୍ବାଇ: ଯିଏ ବଲିଉଡ୍‌ର ଫ୍ୟାନ୍‌, ସେ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ଙ୍କ ଫ୍ୟାନ୍‌ ହୋଇଥିବ ନିଶ୍ଚୟ। ଏଣୁ ଆମ ସମସ୍ତଙ୍କ ପାଇଁ ଏକ ଦୁଃଖ ଖବର।...

ସେଲିବ୍ରିଟି ହେବା ପରେ ବଦଳିଗଲେଣି ରାନୁ ମଣ୍ଡଳ, ଛୁଇଁଦେବା ଯୋଗୁ ପ୍ରଶଂସକଙ୍କ ଉପରେ ରାଗିଲେ

ମୁମ୍ବାଇ: ରାଣାଘାଟ ଷ୍ଟେଶନ ବସି ଗାଉଥିବା ଜଣେ ସାଧାରଣ ମହିଳାରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ନୂଆ ଏକ ଚର୍ଚ୍ଚା। ସେଇଟି ପୁଣି...

ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ...

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

ଲିଜାଙ୍କ ପସନ୍ଦ ପଜିଟିଭ୍‌ ଭୂମିକା

ଲିଜା ପଣ୍ଡା ଓରଫ ଲିଜା ଓଡ଼ିଆ ଯାତ୍ରା ଜଗତରେ ବେଶ୍‌ ଜଣାଶୁଣା। ଚଳିତ ବର୍ଷ ଅପେରା ସୂର୍ଯ୍ୟମନ୍ଦିରରେ ସେ ନିଜ ଅଭିନୟର ଯାଦୁ ବିତରଣ କରି...

Coronavirus Update


Archives

Model This Week

Why Dharitri