ଦରମା ମିଳିବାରେ ବିଳମ୍ବ : ଶିକ୍ଷକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ଦରମା ମିଳୁ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଇଓ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୩୨୪ ଜଣ ଜେଡିପି ଶିକ୍ଷକଙ୍କ ସମେତ ୧୫୬ ପ୍ରାଥମିକ ଶିକ୍ଷକ, ୪୪ ମଧ୍ୟଇଂରାଜୀ ଏବଂ ଜୁଲାଇରେ ରେଗୁଲାର ହୋଇଥିବା ୨୫ଜଣ ଶିକ୍ଷକଙ୍କ ସମେତ ଅନ୍ୟ ୪ ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୪୯ ଜଣଙ୍କ ଦରମା ସବ୍‌ ଟ୍ରେଜେରୀରୁ ବିଲ୍‌ ପାସ୍‌ କରାଯାଇ ଦରମା ମଞ୍ଜୁର କରାଯାଇଛି। ତେବେ ଅଦ୍ୟାବଧି ସେମାନଙ୍କ ଦରମା ମିଳି ନ ଥିବା ନେଇ ଅଭିଯୋଗ ହୋଇଛି। ଦରମା ବିଲ୍‌ ଟ୍ରେଜେରୀକୁ ପଠାଯାଇଥିବା କୁହାଯାଉଥିଲେ ସୁଦ୍ଧା ଦରମା କାହିଁକି ମିଳୁନି ବୋଲି ଶିକ୍ଷକ ସଂଘ ପ୍ରଶ୍ନ କରିଛି। ଅନ୍ୟପକ୍ଷରେ ବିଇଓ ବ୍ରହ୍ମାନନ୍ଦ ରାଉତ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ନିକଟରେ ୬ କୋଟି ୯୦ ଲକ୍ଷ ଟଙ୍କା ଦରମା ଦେବାକୁ ଆର୍ଥିକ ଅନୁଦାନ ରାଶି ରହିଛି କିନ୍ତୁ କୌଣସି ଟେକ୍‌ନିକାଲ ସମସ୍ୟା ପାଇଁ ଟ୍ରେଜେରୀ କାର୍ଯ୍ୟାଳୟରେ ଏହା ଅଟକି ରହିଛି ା ୧ ତାରିଖରୁ ଡାଇରେକ୍ଟରଙ୍କ କାର୍ଯ୍ୟାଳୟରୁ ସବ୍‌ଟ୍ରେଜରୀକୁ ଶିକ୍ଷକଙ୍କ ଦରମା ପ୍ରଦାନ ପାଇଁ ଆର୍ଥିକ ଅନୁଦାନ ଆସିସାରିଛି ବୋଲି ସେ କହିଛନ୍ତି । ତେଣୁ ୬ ତାରିଖରେ ବିଇଓଙ୍କ କାର୍ଯ୍ୟାଳୟରୁ ବିଲ୍‌ କରି ଟ୍ରେଜେରୀ ପଠାଯାଇଥିବା କାଯର୍ର୍‌ୟାଳୟର ବରିଷ୍ଠ କିରାଣି ଚିତ୍ତରଞ୍ଜନ ସିଂ କହିଛନ୍ତି। ଏହାକୁ ବିଇଓ ରାଉତ ସ୍ବୀକାର କରିବା ସହ ଶୀଘ୍ର ତାଙ୍କ ଦରମା ମିଳିଯିବ ଏବଂ ବଳକା ୪ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ସର୍ବଶିକ୍ଷା ଅଭିଯାନର ଜିଲା କାର୍ଯ୍ୟାଳୟରୁ ଆର୍ଥିକ ଅନୁଦାନ ଆସିଲେ ଦରମା ମିଳିବ ବୋଲି କହିଛନ୍ତି। ତେବେ ବିଇଓ କାର୍ଯ୍ୟାଳୟର ବିଇଓ ଏବଂ ଅନ୍ୟ କର୍ମଚାରୀଙ୍କ ଦକ୍ଷତା ଉପରେ ଶିକ୍ଷକ ସଂଘ ପ୍ରଶ୍ନ କରିଛି। ବିଇଓ କାର୍ଯ୍ୟାଳୟରେ ଏଭଳି ଶିକ୍ଷକଙ୍କ ପ୍ରତି ଅଣଦେଖା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଏନେଇ ବିଇଓ ରାଉତ କହିଛନ୍ତି ଯେ, ବରିଷ୍ଠ କିରାଣିଙ୍କୁ ଭୁବନେଶ୍ୱର ପଠାଯାଇଛି।କେଉଁଠି ସମସ୍ୟା ରହିଛି ତାହା ଜଣାପଡ଼ିବ। ଏନେଇ ସବ୍‌ ଟ୍ରେଜେରୀର ଅଧିକାରୀ ରଜନୀକାନ୍ତ ଭୋଇଙ୍କ ସହ ଯୋଗାଯୋଗ କରାଯିବାରୁ ଆର୍ଥିକ ଅନୁଦାନ ଆସିନାହିଁ। ଯାହା ଆସିଥିଲା ତାହା ଗତ ମଙ୍ଗଳବାର ଏବଂ ଶୁକ୍ରବାର କିଛି ବିଲ୍‌ ପାସ କରାଯାଇଛି।
ସୂଚନାଯୋଗ୍ୟ, ସବ୍‌ଟ୍ରେଜେରୀ କାର୍ଯ୍ୟାଳୟ ସହ ବିଇଓ କାର୍ଯ୍ୟାଳୟର ମତାମତରେ କୌଣସି ତାଳମେଳ ରହୁନଥିବାରୁ ଶିକ୍ଷକମାନଙ୍କ ଦରମା ମିଳିବା ନେଇ ଅନିଶ୍ଚିତତା ଦେଖାଯାଇଛି। ଫଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଶିକ୍ଷକ ସଂଘ ଏବଂ ବିଇଓଙ୍କ କାର୍ଯ୍ୟ ମଧ୍ୟରେ ତିକ୍ତତା ବୃଦ୍ଧିପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri