ଦନ୍ତା ଆକ୍ରମଣରେ ଦୁଇ ଆହତ

ବଡ଼ସାହି,୫ା୨(ସ୍ବ.ପ୍ର)- ବଡ଼ସାହି ଥାନା ଅଧୀନ ଦେଉଳିଆ ପଞ୍ଚାୟତ ଗଦଗଦି ଗ୍ରାମର ଦୁଇ ମହିଳା ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି ା ମହିଳା ଦ୍ୱୟ ହେଲେ ସେହି ଗ୍ରାମର ଲକ୍ଷ୍ମୀ ଟୁଡୁ ଓ କାପୁରା ହେମ୍ବ୍ରମ ା ବନବିଭାଗ ପକ୍ଷରୁ ଆହତମାନଙ୍କୁ ବାରିପଦା ପିଆର୍‌ଏମ ମେଡିକାଲରେ ଭର୍ତ୍ତି କକରାଯାଇଛି ା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ ଖାଇବାକୁ ଖଳା ମଧ୍ୟକୁ ପଶିଆସିଥିଲା ା ବାରଣ୍ଡାରେ ଶୋଇଥିବା ମହିଳାମାନେ ହାତୀର ଶବ୍ଦ ଶୁଣି ଜୀବନ ବଞ୍ଚାଇବାକୁ ଦୌଡିଥିଲେ ା ମାତ୍ର ଦନ୍ତାଟି ସେମାନଙ୍କୁ ଗୋଡାଇବା ସହ ଶୁଣ୍ଢରେ ଆକ୍ରମଣ କରିଥିଲା ା ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ଖବରପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ା ତେବେ ଦୀର୍ଘ ଦିନ ଧରି ଦନ୍ତାଟି ଗାଁ ଗଣ୍ଡାରେ ପଶି ଉପତ୍ାତ ଚଳାଇ ଆସୁଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଫଳରେ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି ା ଖୁବଶୀଘ୍ର ଦନ୍ତାର ଗତିବିଧିକୁ ଲକ୍ଷ୍ୟ କରି ଶିମିଳିପାଳ ଜଙ୍ଗଲରେ ଛାଡିବାକୁ ଜନସାଧାରଣ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ବାଣିଜ୍ୟ ଦିବସ: ଆଧୁନିକ ଭାରତ ନିର୍ମାଣରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଛତ୍ରପୁର,୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ…

ଲୁଗା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ: ସୁନା ଗହଣା ସବୁ ଲୁଟିନେେଲେ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ର ଲୁଗା ବ୍ୟବସାୟୀ ଅଶୋକ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ…

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

ପାନବରଜରେ ଗୁଳିମାଡ଼ ଘଟଣାର ପର୍ଦ୍ଧାଫାଶ କଲା ପୋଲିସ, ପ୍ଲଟ୍‌ ବ୍ୟବସାୟରୁ ହୋଇଥିଲା ବିବାଦ

ଖୋର୍ଦ୍ଧା,୩।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗ୍ରାମରେ ଗୁଳିକାଣ୍ଡ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା…

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ, ପ୍ରଲୋଭନ ଦେଖାଇ…

ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର…

ଏନ୍‌ଲିନୋ ପାଇଁ ସତର୍କ କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୩।୮: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୋମବାର ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ।…

ଶ୍ରାବଣ ସୋମବାରରେ ତିନି ରାଜ୍ୟରୁ ଆସିଲେ ଭକ୍ତ, ସ୍ଥାନୀୟ ଯୁବକଙ୍କ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ

କଲ୍ୟାଣସିଂହପୁର, ୩।୮(ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଐତିହାସିକ ଦେବଗିରି ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri