ଦଣ୍ଡ ଭୟ

ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ ଦେବଦେବୀଙ୍କ ଫଟୋଟିଏ ଲାଗିଗଲେ ଛେପ ପକାଇବା ବନ୍ଦ ହୋଇଯାଏ। କାରଣ ପାପ ଲାଗିବ, ଠାକୁର ଦଣ୍ଡ ଦେବେ। ଧର୍ମ ଦଣ୍ଡ ହେଉ କି, ଆର୍ଥିକ ଦଣ୍ଡ କିମ୍ବା ଜେଲ ଦଣ୍ଡର ଭୟ, ଲୋକେ ଏହାଦ୍ୱାରା ସୁଧୁରିଯିବାର ଉଦାହରଣ ଅନେକ ରହିଛି। ତେଣୁ କୁହାଯାଇପାରେ, ଦଣ୍ଡ ଦ୍ୱାରା ବିଶୃଙ୍ଖଳିତ ଆଚରଣ ନିୟନ୍ତ୍ରଣରେ ରହେ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ବହୁ ଦଶନ୍ଧି ହେଲା ସରକାର କେବଳ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ତଥାପି ଫରକ୍‌ ପଡ଼ୁ ନ ଥିଲା। ଗତବର୍ଷ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ ହେଲା। ଏହି ଆଇନରେ ବଡ଼ଧରଣର ଜରିମାନାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା। ଅନେକେ ସମାଲୋଚନା କରିଥିଲେ ମଧ୍ୟ ବଡ଼ଧରଣର ଜରିମାନା ଭୟରେ ଟ୍ରାଫିକ୍‌ ନିୟମ ମାନିବାକୁ ବାଧ୍ୟ ହେଲେ, ଯାହାର ପରିଣାମ ମଧ୍ୟ ଭଲ ଦେଖିବାକୁ ମିଳିଛି। କଟକସ୍ଥିତ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)ର ତଥ୍ୟ କହୁଛି, ନୂଆ ଆଇନ ଲାଗୁହେବା ପରେ ଓଡ଼ିଶାରେ କେବଳ ସଡ଼କ ଦୁର୍ଘଟଣା କମିଛି ତାହା ନୁହଁ, ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ସଡ଼କ ଦୁର୍ଘଟଣା ଯୋଗୁ ୨୦୧୮ ସେପ୍ଟେମ୍ବରରେ ରାଜ୍ୟରେ ୩୬୭ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ୨୦୧୯ ସେପ୍ଟେମ୍ବରରେ ମୃତ୍ୟୁସଂଖ୍ୟା ୩୨୩କୁ କମିଆସିଥିଲା। ସେହିଭଳି ୨୦୧୮ ଅକ୍ଟୋବରରେ ୪୪୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ ଅକ୍ଟୋବରରେ ୩୬୧କୁ ଖସିଆସିଥିଲା। ୨୦୧୮ନଭେମ୍ବରରେ ୪୫୭ ଜୀବନହାନି ହୋଇଥିବାବେଳେ ୨୦୧୯ ନଭେମ୍ବରରେ ୪୨୭ରେ ରହିଥିଲା। ୨୦୧୮ ଡିସେମ୍ବରରେ ୫୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ ଡିସେମ୍ବରରେ ମୃତକଙ୍କ ସଂଖ୍ୟା ୪୩୦କୁ ଖସିଛି। ସବୁ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଯେମିତି କି ପୂର୍ବ ଅପେକ୍ଷା ହେଲ୍‌ମେଟ୍‌ ପିନ୍ଧୁଥିବା ଦୁଇଚକିଆ ଚାଳକଙ୍କ ସଂଖ୍ୟା ବଢ଼ିଛି। ଜେବ୍ରା କ୍ରସିଂ ପଛରେ ଗାଡ଼ି ରଖିବା ଅଭ୍ୟାସରେ ପରିଣତ ହେଲାଣି। ନାଲି ଲାଇଟ୍‌ ଦେଖିଲେ ତୁରନ୍ତ ଅଟକି ଯିବାର ମନୋଭାବ ପ୍ରାୟତଃ ଅଧିକାଂଶଙ୍କ ମଧ୍ୟରେ ସୃଷ୍ଟି ହେଲାଣି। ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଅନୁମେୟ ଯେ, ଲୋକମାନେ ଦଣ୍ଡ ଭୟରେ ଆଇନ ବା ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି। ସରକାର ଯଦି ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବେ, ତେବେ ନିୟମ ଭାଙ୍ଗୁଥିବା ବ୍ୟକ୍ତିମାନେ ସୁଧୁରିଯିବେ। ଦୁର୍ଘଟଣା କମିବା ସହ ଆମେ ପ୍ରିୟଜନଙ୍କ ଜୀବନ ବଞ୍ଚାଇ ପାରିବା, ଏଥିରେ ସନ୍ଦେହ ନାହିଁ।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରାଣୀ ଯାତ୍ରାରେ ପୋଲିସ ନିଷ୍କ୍ରିୟତାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର, ୩୧।୫(ଡିଏନଏ): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳ ହୋଇ ମା’...

ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ, ୩ା୧:କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା...

ମୋବାଇଲ୍‌ ଗେମ୍‌ ପାଇଁ ଗଲା ଛାତ୍ରଙ୍କ ଜୀବନ

ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍‌ ଖେଳିବାକୁ ମନା କରିବାରୁ ଜଣେ ନବମ...

ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍‌ତରଖାନା

ସୋହେଲା,୨୬ା୬ (ଡି.ଏନ୍‌.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍‌ ସରକାର ଇ...

ହାଉସିଂ ବୋର୍ଡ ଘର ଅକ୍ତିଆର କରିପାରୁନି ପୌରପାଳିକା

ପାରାଦୀପ,୩୦ା୫(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଭିଆଇପି ଅଞ୍ଚଳ ମଧୁବନସ୍ଥ ହାଉସିଂ ବୋର୍ଡକୁ କୁହାଯାଏ। ସେଠାରେ ଥିବା ୫୮ଟି ଘରକୁ ପୁଞ୍ଜିପତି, ଶିଳ୍ପପତି, ରାଜନେତା, କମ୍ପାନୀ ନେଇଛନ୍ତି। ସେହି...

୮ ବର୍ଷ ହେଲା ଆସୁନି ବିଦ୍ୟୁତ୍‌

ବନ୍ତଳା,୧୫ା୧: ଜଙ୍ଗଲ ମଧ୍ୟରେ ଗାଁ। ଯୋଗାଯୋଗ ପାଇଁ ରାସ୍ତାଟିଏ ନାହିଁ। ତେଣୁ ମୌଳିକ ସୁବିଧା ପାଇବା ଏହି ଆଦିବାସୀ ମହ୍ଲାର ସମ୍ପ୍ରଦାୟଙ୍କ ପାଇଁ ସାତସପନ ହୋଇଛି।...

ଜନ୍ମାଷ୍ଟମୀ ଲାଗି ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ

ସାକ୍ଷୀଗୋପାଳ, ୨୨।୮(ଡି.ଏନ୍‌.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମୋତ୍ସବ ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପରମ୍ପରା କ୍ରମେ ମନ୍ଦିରରେ ଶିଶୁ...

ଧନେଇ ଡ୍ୟାମ୍‌ରେ ବୁଡ଼ି ନାବାଳକ ମୃତ

ପୋଲସରା/ହାତୀଓଟ,୩୦ା୯-ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପିହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର...

Advertisement
Archives

Model This Week