Posted inଖେଳ

ଦକ୍ଷିଣ ଏସୀୟ କ୍ରୀଡ଼ା ଝିଲ୍ଲୀ, ସ୍ନେହାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ନେପାଳର ପୋଖରାଠାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ା ଭାରୋତ୍ତୋଳନ ଇଭେଣ୍ଟର ପ୍ରଥମ ଦିବସରେ ଏହି ଓଡ଼ିଆ ଭାରୋତ୍ତୋଳିକା ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ପାଇଥିବା ଝିଲ୍ଲୀ ନେପାଳରେ ୪୫ କେଜି କାଟେଗୋରିରେ ୧୫୧ କେଜି ଭାରୋତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେ ସ୍ନାଚ୍‌ରେ ୬୬ କେଜି ଓ କ୍ଲିନ୍‌ ଆଣ୍ଡ ଜର୍କରେ ୮୫ କେଜି ଭାର ଉଠାଇଥିଲେ। ଶ୍ରୀଲଙ୍କାର ସମରକୁନ ଶ୍ରୀମାଲି(୧୩୯ କେଜି) ରୌପ୍ୟ ଓ ନେପାଳର ସଙ୍ଗିତା ରାୟ(୧୨୭ କେଜି) ବ୍ରୋଞ୍ଜ ପଦକ ପାଇଥିଲେ। ମହିଳା ୪୯ କେଜିରୁ କମ୍‌ ଇଭେଣ୍ଟରେ ୧୮ ବର୍ଷୀୟା ସ୍ନେହା ମୋଟ ୧୫୭ କେଜି ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେ ସ୍ନାଚ୍‌ରେ ୬୮ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୮୯ କେଜି ଭାର ଉଠାଇଥିଲେ। ଶ୍ରୀଲଙ୍କାର ଗୋମାସ ହାନସାନି(୧୫୫ କେଜି) ଓ ବାଂଲାଦେଶର ଶବିରା ମୋଲ୍ଲା(୧୩୦ କେଜି) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ଭାରତ ଗୁରୁବାର ରେକର୍ଡ ସଂଖ୍ୟକ ୨୬ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ମିଳିଛି। ଫଳରେ ପଦକ ତାଲିକାରେ ନେପାଳକୁ ହଟାଇ ଶୀର୍ଷସ୍ଥାନ ଅଧିକାର କରିଛି। ଏବେ ଭାରତର ମୋଟ ପଦକ ସଂଖ୍ୟା ୫୮ ସ୍ବର୍ଣ୍ଣ, ୪୧ ରୌପ୍ୟ ଓ ୧୯ ବ୍ରୋଞ୍ଜ ଥିବାବେଳେ ନେପାଳ ୩୬ ସ୍ବର୍ଣ୍ଣ, ୨୬ ରୌପ୍ୟ ଓ ୩୪ ବ୍ରୋଞ୍ଜ ପଦକ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୃଦୟ ଜିତିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଢାକା,୮।୧୨: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ବିଜୟ ସହିତ ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ...

୫-୦ ଗୋଲରେ ଦକ୍ଷିଣ କୋରିଆକୂ ହରାଇଲା ବେଲଜିୟମ୍‌…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଦକ୍ଷିଣ କୋରିଆ ଏବଂ ବେଲଜିୟମ୍‌ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବେଲଜିୟମ୍‌ ୫-୦ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ଶେଫାଳି

ଦୁବାଇ, ୨୪ା୩ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତର ସ୍ବଳ୍ପ ବୟସ୍କା ବିସ୍ଫୋରକ ବ୍ୟାଟ୍ସଓମ୍ୟାନ ଶେଫାଳି...

୫୫ ଖେଳାଳିଙ୍କୁ ଟ୍ରେନିଂ ପାଇଁ ନିର୍ଦ୍ଦେଶ ଦେଲା ଇସିବି

ଲଣ୍ଡନ, ୩୦।୫ (ପି.ଟି.):କୋଭିଡ୍‌-୧୯ ସଂକ୍ରମଣ ପାଇଁ ରୁଦ୍ଧଦ୍ୱାରରେ କ୍ରିକେଟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି)। ଏଥିପାଇଁ ବୋର୍ଡ ବିଶ୍ୱକପ୍‌...

‘ମୁଁ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଦେବି’

ମୁମ୍ବାଇ,୧୬।୫: ରାଜସ୍ଥାନ ରୟାଲ୍ସର ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ ସବୁବେଳେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି । ନିକଟରେ ସେ ଏପରି ଏକ ଥଟ୍ଟା ସହିତ ସମସ୍ତଙ୍କ ଦୃଷ୍ଟି...

ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଧୋନୀ ଯିବେନି

ମୁମ୍ବାଇ,୧୮।୭- ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହ ଯିବେନାହିଁ। ଏହି ଗସ୍ତରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ୩ଟି...

ସାର୍‌ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ୍‌

ସିଡନୀ,୫।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ...

ଏଟିକେର କ୍ରମାଗତ ଦ୍ୱିତୀୟ ବିଜୟ

ଚେନ୍ନାଇ, ୩୧।୧୦- ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଚେନ୍ନାଇନ ଏଫସିକୁ ୧-୦ ଗୋଲରେ ହରାଇ...

Advertisement
Archives

Model This Week