ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମାଫୋସା

ଜୋହାନ୍ସବର୍ଗ,୨୬ା୫(ପି.ଟି.): ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍‌ସି) ମୁଖ୍ୟ ସିରିଲ୍‌ ରାମାଫୋସା ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଷଷ୍ଠ ସାଧାରଣ ନିର୍ବାଚନ ପରେ ପାର୍ଲାମେଣ୍ଟ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ରାଷ୍ଟ୍ରପତି ନିର୍ବାଚିତ କରିଥିଲା। ରାଜଧାନୀ ପ୍ରେଟୋରିଆର ଲୋଫଟସ୍‌ ଭର୍ସଫେଲ୍ଡ ଷ୍ଟାଡିୟମ୍‌ରେ ହଜାର ହଜାର ବିଶିଷ୍ଟ ବ୍ୟକ୍ତି ଓ ନାଗରିକଙ୍କ ଉପସ୍ଥିତିରେ ସମ୍ବିଧାନ ପ୍ରତି ନିଷ୍ଠା ରଖି କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ। ବିଭିନ୍ନ ବିଭାଗର ମୁଖ୍ୟ, ପୂର୍ବତନ ମୁଖ୍ୟ, ବିଭିନ୍ନ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ସଂଗଠନର ମୁଖ୍ୟମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। ମେ ୮ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାମାଫୋସାଙ୍କ ଏଏନ୍‌ସିକୁ ୫୭.୫ ପ୍ରତିଶତ ଭୋଟ ମିଳିଥିଲା। ୪୦୦ ସଦସ୍ୟ ବିଶିଷ୍ଟ ଦକ୍ଷିଣ ଆଫ୍ରିକା ପାର୍ଲାମେଣ୍ଟରେ ଏଏନ୍‌ସିକୁ ୨୩୦ ଆସନ ମିଳିଥିବାବେଳେ ବିରୋଧୀ ଦଳ ଡିଏକୁ ୮୪ ଆସନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ନ୍ୟୁ-ଜର୍ସିରେ ଗୁଳିକାଣ୍ଡ, ଜଣେ ପୋଲିସ କର୍ମୀଙ୍କ ସମେତ ୬ ମୃତ

ଓ୍ବାଶିଂଟନ୍‌,୧୧।୧୨: ଆମେରିକା ନ୍ୟୁ ଜର୍ସିରେ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଲୋକ ଭିଡ ଥିବା...

ବିବାହ ଉତ୍ସବ ପାଲଟିଲା ଶ୍ମଶାନ

କାବୁଲ, ୧୮।୮: ଆଫଗାନିସ୍ତାନରେ ଏକ ବିବାହ ଉତ୍ସବରେ ବିସ୍ଫୋରଣ ଘଟି ୬୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଶହେ ୮୨ରୁ ଅଧିକ ଲୋକ ଆହତ...

ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ

ରିୟାଦ,୨୩।୪: ସୌଦି ଆରବର ଶିକ୍ଷା କ୍ଷେତ୍ରରେ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନୂଆ ଭିଜନର ଏକ ଅଂଶ ଭାବେ, ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଦେଶର ସଂସ୍କୃତି ବିଷୟରେ...

ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା...

କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ...

ମିସୋରିରେ ଚାଇନା ବିରୋଧରେ ମାମଲା

ଓ୍ବାଶିଂଟନ,୨୪ା୪: ଆମେରିକୀୟ ରାଜ୍ୟ ମିସୋରି ଚାଇନା ବିରୋଧରେ ମାମଲା ରୁଜୁ କରିଛି। ଚାଇନା ସତକୁ ଚପାଇ, ହ୍ବିସିଲ୍‌ବ୍ଲୋୟରଙ୍କୁ ଗିରଫ କରିବା ସହ କରୋନା ଭାଇରସ୍‌ର ସଂକ୍ରାମକତାକୁ...

ରନଓ୍ବେରେ ଝିଙ୍କକୁ ଦେଖି ଉଡ଼ିଲାନି ବିମାନ

ଏଡିନବର୍ଗ,୩୦।୯: ଜରୁରୀ ପରିସ୍ଥିତିରେ ବିମାନର ଅବତରଣ କରାଯିବା କଥା ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଏକ ଝିଙ୍କ ପାଇଁ ବିମାନର ଉଡ଼ାଣ ବନ୍ଦ କରିଦିଆଯାଇଥିବା...

ହେଡ୍‌ଫୋନରେ ଲୁଚିଥିଲା ବୁଢ଼ିଆଣୀ, ଗୀତ ଶୁଣିବା ପାଇଁ କାନରେ ଲଗାଇଲେ ମହିଳା, ଆଉ ତାପରେ…

କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ...

Advertisement


Archives

Model This Week