Posted inଖେଳ

ଦକ୍ଷିଣ ଆଫ୍ରିକା ଟି୨୦ ଦଳରେ ପରିବର୍ତ୍ତନ

ଜୋହାନ୍ସବର୍ଗ,୫।୯(ପିଟି): ଆସନ୍ତା ୧୫ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ଘୋଷିତ ଦକ୍ଷିଣ ଆଫ୍ରିକା ଦଳରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ସ୍ଥାନ ପାଇଥିବା ଅଲରାଉଣ୍ଡର ଜନ-ଜନ ଟ୍ରେଭର ସ୍ମୁଟ୍ସ ଦଳରୁ ବାଦ୍‌ ପଡ଼ିଛନ୍ତି। ଦଳରେ ସ୍ଥାନ ପାଇବା ପାଇଁ ସେ ଏବେ ସମ୍ପୂର୍ଣ୍ଣ ଫିଟ୍‌ ନୁହନ୍ତି। ତାଙ୍କ ବଦଳରେ ବର୍ତ୍ତମାନ ଭାରତ ଏ’ ବିପକ୍ଷରେ ଅନ୍‌ଅଫିସିଆଲ ସିରିଜ୍‌ ଖେଳୁଥିବା ଜର୍ଜ ଲିଣ୍ଡେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ବାମହାତୀ ସ୍ପିନର ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରି ନାହାନ୍ତି। ୨୭ ବର୍ଷୀୟ କ୍ରିକେଟର ୫ ମ୍ୟାଚ୍‌ ବିଶିଷ୍ଟ ଅନ୍‌ଅଫିସିଆଲ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମୁକାବିଲାରେ ଦ୍ରୁତ ୫୨ ରନ୍‌ କରିବା ସହ ୩ ମ୍ୟାଚ୍‌ରୁ ସମାନ ସଂଖ୍ୟକ ଉଇକେଟ ନେଇଥିଲେ। ଗତ ମାସରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ସ୍ପିନ କ୍ୟାମ୍ପର ସେ ଅଂଶବିଶେଷ ଥିଲେ। ସେ ଏପର୍ଯ୍ୟନ୍ତ ୭୫ ଟି୨୦ ଖେଳି ୧୩୯.୧୧ ଷ୍ଟ୍ରାଇକରେଟ୍‌ରେ ୬୧୧ ରନ୍‌ କରିବା ସହ ୭୭ ଉଇକେଟ ନେଇସାରିଛନ୍ତି। ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ଶୁକ୍ରବାର ଭାରତ ଆସିବେ। ଦକ୍ଷିଣ ଆଫ୍ରିକା ଦଳ ତା’ର ୩ ମ୍ୟାଚ୍‌ ଟି୨୦ ସିରିଜ୍‌ ୧୫ ତାରିଖରେ ଧର୍ମଶାଳାଠାରୁ ଆରମ୍ଭ କରିବ।
ଦକ୍ଷିଣ ଆଫ୍ରିକା ଦଳ: କୁଇଣ୍ଟନ ଡି’କକ୍‌ (ଅଧିନାୟକ), ରାସି ଭାନ ଡର ଡୁସେନ (ଉପ ଅଧିନାୟକ), ତେମ୍ବା ବାଭୁମା, ଜୁନିଅର ଡାଲା, ବିଜର୍ନ ଫରଚୁନ, ବେରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଆନରିଚ ନର୍ଟଜେ, ଆଣ୍ଡିଲେ ଫେଲୁକ୍ୱାୟୋ, ଡ୍ବେନ ପ୍ରିଟୋରିଅସ, କାଗିସୋ ରବାଡା, ତାବ୍ରିଜ ଶାମ୍‌ସି ଓ ଜର୍ଜ ଲିଣ୍ଡେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri