Posted inଖେଳ

ଦକ୍ଷିଣ ଆଫ୍ରିକା କ୍ରିକେଟର ପାର୍ଟନର ହେଲା ‘ଅମୁଲ’

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଭାରତ ଚଳିତ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଭାରତର ପ୍ରମୁଖ ଡାଏରୀ କମ୍ପାନୀ ‘ଅମୁଲ‘ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ପାର୍ଟନର ହୋଇଛି। ଏନେଇ ସୋମବାର ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଟି୨୦ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନଙ୍କ ଶାର୍ଟରେ ବିଶ୍ୱର ୭୩ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ‘ଅମୁଲ’ ଛାପା ସ୍ଥାନ ପାଇବ। ବର୍ଷା ଯୋଗୁ ଧର୍ମଶାଳାରେ ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି। ଦ୍ୱିତୀୟ ମ୍ୟାଚ ବୁଧବାର ମୋହଲିଠାରେ ଖେଳାଯିବାକୁ ଥିବାବେଳେ ସେପ୍ଟେମ୍ବର ୨୨ରେ ତୃତୀୟ ତଥା ଅନ୍ତିମ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ। ସିଏସଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଥବଙ୍ଗ ମୋରୋ କହିଛନ୍ତି, ଆମର ଇଣ୍ଟରନ୍ୟାଶନାଲ ମାର୍କେଟିଂ ପାର୍ଟନର ଆଇଟିଡବ୍ଲ୍ୟୁର ଉଦ୍ୟମକ୍ରମେ ଅମୁଲ କମ୍ପାନୀ ସହିତ ଚୁକ୍ତି ହୋଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ସନ୍‌ଡେରେ ୩ ସୁପର ଓଭର

ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସୁପର ସନ୍‌ଡେରେ ୩ ସୁପର ଓଭର ଦେଖିବାକୁ ମିଳିଛି। ୨ଟି ଯାକ ମ୍ୟାଚ ସୁପର ଓଭରରେ ସମାପ୍ତ ହୋଇଥିବାବେଳେ...

ନୌକା ଚାଳକ ଭୋକନାଲଙ୍କ ନାମରେ ମାମଲା

ନାଶିକ,୧୮।୫- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନୌକା ଚାଳକ ଦତ୍ତୁ ଭୋକାନାଲଙ୍କ ବିରୋଧରେ ନାଶିକର ଜଣେ ମହିଳା କନଷ୍ଟେବଳ ଠକାମି ଓ ଉତ୍ପୀଡନା ମାମଲା ଦାଏର କରିଛନ୍ତି। ଉକ୍ତ...

ପୂର୍ବତନ ଖେଳାଳିଙ୍କ ଦାବି ଦୁଇ ଥର ୧୬୦ କିମିରୁ ଅଧିକ ବେଗରେ ବୋଲିଂ କରିଛି

କରାଚୀ,୧।୫ : ପୂର୍ବତନ ପାକିସ୍ତାନ ପେସର ମହମ୍ମଦ ସାମି କ୍ୟାରିୟର ଆରମ୍ଭରୁ ଦ୍ରୁତଗତିରେ ବୋଲିଂ କରିବା ପାଇଁ ଜଣାଯାଉଥିଲେ। ସେ ଘଣ୍ଟା ପ୍ରତି ୧୪୫ରୁ ୧୫୦...

ୟୁରୋ ଟି୨୦ ସ୍ଲାମ୍‌ ପାଇଁ ଆଫ୍ରିଦୀ ଆଇକନ ଖେଳାଳି

ମୁମ୍ବାଇ, ୨୨ା୫ (ପି.ଟି.)-ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ୟୁରୋ ଟି୨୦ ସ୍ଲାମ୍‌ରେ ଆଇକନ ଖେଳାଳି ଭାବେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ୬ ଜଣ ମାର୍କି...

ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଏହି ମାମଲାରେ ସବୁଠୁ ଆଗରେ ଧୋନୀଙ୍କ ଦଳ

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏଥର ପ୍ଲେ ଅଫ ଦୌଡରୁ ବାଦ୍‌ ପଡିଥିଲା। ପ୍ଲେ...

ଅଷ୍ଟ୍ରେଲିଆ ଓପନରୁ ଓହରିଲେ ସାନିଆ ମିର୍ଜା

ମେଲବୋର୍ନ,୨୩।୧- ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଆହତ ସମସ୍ୟା ଯୋଗୁ ସେ ମହିଳା ଡବଲ୍ସ...

ଡବ୍ଲୁଟିସି ଫାଇନାଲ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...

ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଜିତିଲା ଥୋମାସ୍‌ କପ୍‌…

ନୂଆଦିଲ୍ଲୀ, ୧୫।୫ : ଥୋମାସ କପ୍‌ର ଅନ୍ତିମ ମ୍ୟାଚରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ୧୪ ଥର ଜିତିଥିବା...

Advertisement
Archives

Model This Week