ଦଇତାପତିଙ୍କର ହେବ କରୋନା ଟେଷ୍ଟ: ୨୭, ୨୮ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୬ା୫: ଦଇତାପତିମାନେ ସର୍ବଦା ମହାପ୍ରଭୁଙ୍କୁ ମିଳିତ ଭାବେ ସେବା ଯୋଗାଇ ଦେଇଥାନ୍ତି। ତେଣୁ ସେମାନଙ୍କର ସେବା ହେଉଛି ଗୋଷ୍ଠୀଗତ ସେବା। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ମୁତାବକ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡିରେ କେତେ ଦଇତାପତି ସାମିଲ ହେବେ ତାହା ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ବୈଠକ ହୋଇ ସବିଶେଷ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଶ୍ରୀଜଗନ୍ନାଥଙ୍କ ପହଣ୍ଡିରେ ୬୦, ଶ୍ରୀବଳଭଦ୍ରଙ୍କ ୫୦, ଦେବୀ ସୁଭଦ୍ରାଙ୍କ ୩୦ ଏବଂ ଶ୍ରୀସୁଦର୍ଶନଙ୍କ ପହଣ୍ଡିରେ ୧୦ ଦଇତାପତି ସାମିଲ ହେବେ। ସ୍ନାନପୂର୍ଣ୍ଣିମା ଦିନ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ସରି ରୁନ୍ଧା ହେବା ପରେ ସ୍ନାନମଣ୍ଡରେ ସୀମିତ ସଂଖ୍ୟକ ସେବାୟତ ରହିବେ। କୋଭିଡ୍‌ ଗାଇଡ୍‌ଲାଇନକୁ ପାଳନ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ମହାପ୍ରଭୁଙ୍କ ନୀତି କରାଯିବ ବୋଲି ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର କହିଛନ୍ତି। ସେହିପରି ଦଇତାପତି ସେବକମାନେ ହୋମ୍‌ କ୍ବାରାଣ୍ଟାଇନରେ ରହିବେ। ଏଥିସହ ଯେଉଁମାନେ ମହାପ୍ରଭୁଙ୍କ ନୀତିରେ ସାମିଲ ହେବେ ସେମାନଙ୍କର କରୋନା ଟେଷ୍ଟ ହେବ। ଏଥିପାଇଁ ଆସନ୍ତା ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯିବ। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଜଙ୍ଗଲ ସମ୍ପଦ: ଜବରଦଖଲକାରୀଙ୍କ କବ୍‌ଜାରେ ୩୩ ହଜାର ହେକ୍ଟର

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରେ ବହୁମୂଲ୍ୟ ଜଙ୍ଗଲ ସମ୍ପଦ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଦୀର୍ଘ ବର୍ଷ ପରେ ମଧ୍ୟ ସେହି ଜମି ସରକାରଙ୍କ ନିକଟକୁ ଫେରିପାରୁ ନାହିଁ। ଜଙ୍ଗଲ...

ଆନନ୍ଦପୁର ବ୍ୟାରେଜରେ ଭାରିଯାନ ଚଳାଚଳରେ ରୋକ୍‌

ଆନନ୍ଦପୁର,୨୯।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ ଉପରେ ଭାରିଯାନ ଚଳାଚଳ ଦିଗରେ ରୋକ ଲାଗିଛି। ଆନନ୍ଦପୁର ବ୍ୟାରେଜ ଡିଭିଜନ୍‌, ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଚିଠି...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୯୨୩୫୨ ମେଟ୍ରିକ ଟନ୍‌ ସଂଗ୍ରହ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୮।୧୧-ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ...

ଯୁବ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ତିରୋଧାନ ଦିବସ

ଫୁଲବାଣୀ ଅଫିସ, ୩୦ା୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଫୁଲବାଣୀରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଗାନ୍ଧି ଛକରେ ଥିବା...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ...

ହେଡ୍‌କ୍ୱାର୍ଟର ଛାଡିବା ମହଙ୍ଗା ପଡିଲା, ୮୭ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୧ା୫ (ଡି.ଏନ.ଏ)- କରୋନା ପାଇଁ ଲକ୍‌ଡାଉନ ଘୋଷଣା ପରେ ବିଦ୍ୟାଳୟ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ ସରକାରୀ ନିର୍ଦ୍ଦେଶ...

ଭାରତ ବନ୍ଦକୁ ସମର୍ଥନ ଜଣାଇ କେସିଙ୍ଗାରେ ୫ଘଣ୍ଟିଆ ରାସ୍ତାରୋକୋ

କେସିଙ୍ଗା,୨୫।୫(ଡି.ଏନ୍‌.ଏ): ଅଲ୍‌ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ୫ଘଣ୍ଟିଆ ବନ୍ଦ...

ଅନ୍ନଦାତା ହେବେ ଊର୍ଜାଦାତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୪-୯(ବ୍ୟୁରୋ):ଦେଶର ଅନ୍ନଦାତାମାନେ ଊର୍ଜାଦାତା ହେବେ। ଏହି ନୀତି ଆଧାରରେ ମୋଦି ସରକାର କାମ କରୁଛନ୍ତି ା ତେଣୁ ଲୋକଙ୍କ ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି...

Advertisement
Archives

Model This Week