ଥାନା ଅଧିକାରୀଙ୍କ ଅନୁଭୂତି: ଅଭିଯୁକ୍ତଙ୍କୁ ଧରାଇଲା ସରପଞ୍ଚଙ୍କ ଫୋନ କଲ୍‌

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ୍‌ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁ ଦାୟିତ୍ୱ ସମ୍ପାଦନ ବେଳର ଅନୁଭୂତି ଅନେକ ପୋଲିସ ଅଧିକାରୀଙ୍କ ପାଇଁ ଅପାସୋରା ହୋଇ ରହିଥାଏ। ଏଭଳି ଏକ ଅନୁଭୂତି ସମ୍ପର୍କରେ ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ଯାହା କୁହନ୍ତି….

୨୦୧୫ରେ ମୁଁ ଯାଜପୁର ଜିଲା ଧର୍ମଶାଳା ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟ କରୁଥାଏ। ଚଣ୍ଡିଖୋଲଠୁ ଅଳ୍ପଦୂର ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ହତ୍ୟାକାରୀ କୌଣସି ସୁରାକ ଛାଡି ନ ଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳି ନ ଥିଲା। ତେଣୁ ହତ୍ୟାକାରୀଙ୍କୁ ଖୋଜି ବାହାର କରିବା ପୋଲିସ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା। ମୃତ ଯୁବକଙ୍କ ଫଟୋ ଆମେ ସମସ୍ତ ଥାନାକୁ ପଠାଇଥିଲୁ। କିଛିଦିନ ପରେ ମୃତ ଯୁବକଙ୍କ ମା’ବାପା ଆସି ଯୁବକଙ୍କୁ ଚିହ୍ନଟ କରିଥିଲେ। ଯୁବକ ଜଣକ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ବୋଲି ଜଣାପଡ଼ିଥିଲା। ସେ ଗାଡ଼ି ଡ୍ରାଇଭର ଭାବେ କାମ କରୁଥିଲେ। ଏହାପରେ ଆମେ ନୀଳଗିରି ଯାଇଥିଲୁ। ମୃତକଙ୍କ ଫୋନ କଲ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲୁ। ସିଡିଆର(କଲ୍‌ ରେକର୍ଡ ଡିଟେଲ)ରୁ ୩ଟି ସନ୍ଦେହଜନକ ନମ୍ବର ପାଇଥିଲୁ। ହେଲେ ଟ୍ରାକ୍‌ କରି ନମ୍ବର ମାଲିକଙ୍କ ନିକଟରେ ପହଞ୍ଚିବାରୁ ତାଙ୍କ ପରିଚୟପତ୍ରରେ ଅନ୍ୟ କେହି ସିମ୍‌ କିଣିଥିବା ଜାଣିବାକୁ ମିଳିଥିଲା। ସେତେବେଳେ ଜାଲ ପରିଚୟ ପତ୍ରରେ ସିମ୍‌ ମିଳୁଥିବାରୁ ଅଭିଯୁକ୍ତଙ୍କୁ କଲ୍‌ ଟ୍ରାକ୍‌ କରି ଧରିବାରେ ବାଧା ସୃଷ୍ଟି ହେଉଥିଲା। ଏମିତି ଦିନେ ନୀଳଗିରି ଥାନାରେ ବସିଥିଲି। ଅଭିଯୁକ୍ତଙ୍କୁ କେମିତି ଧରିବି ସେହି କଥା ହିଁ ମନରେ ଚାଲୁଥାଏ। ସେହି ସମୟରେ ଥାନାକୁ ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚ ଆସିଥିଲେ। କ’ଣ ମନକୁ ଆସିଲା ତାଙ୍କୁ ଅଭିଯୁକ୍ତଙ୍କ ନମ୍ବରରେ କଲ୍‌ କରିବାକୁ କହିଲି। ସରପଞ୍ଚ ସେ ନମ୍ବରରେ କଲ କରିବାରୁ ସେହି ଯୁବକ ଅନ୍ୟପଟରୁ କହିଲେ ‘ଭାଇ ଆପଣଙ୍କର କିଛି କାମ ଥିଲା କି’। ତେବେ ମୋ କହିବା ମୁତାବକ ସରପଞ୍ଚ ଯୁବକଙ୍କୁ ଦେଖା କରିବାକୁ ଡାକିଥିଲେ। ଯୁବକ ଜଣକ ଆସିବା ପରେ ମୁଁ ତାଙ୍କୁ ଧରିଥିଲି। ପଚରାଉଚରା ପରେ ସେ ୩ଜଣ ସାଙ୍ଗଙ୍କ ସହ ମିଶି ଯୁବକଙ୍କୁ ହତ୍ୟା କରିଥିବା କଥା ମାନିଥିଲେ। ତେବେ ଧରାପଡ଼ିଥିବା ଯୁବକଙ୍କ ଆଉ ଜଣେ ବନ୍ଧୁ ହିଁ ସମସ୍ତ ଘଟଣାର କାର୍ପଟଦାର ବୋଲି ମାନିଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଧରପଗଡ଼ ପାଇଁ ଆମେ ଧରିଥିବା ଯୁବକଙ୍କୁ ଫୋନ କରିବାକୁ କହିଲି। ତଦନୁଯାୟୀ ଯୁବକ ଜଣକ ଫୋନ କରିବାରୁ ମୁଖ୍ୟ ଅଭିଯୁକ୍ତ ସନ୍ଦେହ କରି ‘ତୁ ପୋଲିସ ପାଖରେ ଅଛୁ କି’ ବୋଲି ପ୍ରଶ୍ନ କରିଥିଲେ। ଯୁବକ ଜଣକ ମନା କରିବାରୁ ସେ ପୋଲିସକୁ ଗାଳି ଦେବାକୁ କହିଥିଲେ। ଏହାପରେ ମୋ ନିର୍ଦ୍ଦେଶ ଅନୁଯାୟୀ ଯୁବକ ଜଣକ ପୋଲିସକୁ ଗାଳି ଦେଇଥିଲେ। ଭରସା ଜିତିବା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଡାକିବା ପାଇଁ ଯୁବକଙ୍କୁ କହିଥିଲି। ଯୁବକ ଜଣକ ତାଙ୍କୁ ସାକ୍ଷାତ୍‌ କରିବା ପାଇଁ ଡାକିବାରୁ ୧୦ ମିନିଟ ଭିତରେ ନିକଟସ୍ଥ ଏକ ସ୍ଥାନରେ ପହଞ୍ଚତ୍ବେ ବୋଲି ମୁଖ୍ୟ ଅଭିଯୁକ୍ତ ତାଙ୍କୁ କହିଥିଲେ। ଏହାପରେ ମୁଁ ଓ ମୋର ଦୁଇଜଣ ସହଯୋଗୀ ଉକ୍ତ ଯୁବକଙ୍କୁ ସାଙ୍ଗରେ ଧରି ଏକ ଭଡ଼ା କାରରେ ଉକ୍ତ ସ୍ଥାନକୁ ଯାଇଥିଲୁ। ତେବେ ମୁଖ୍ୟ ଅଭିଯୁକ୍ତଙ୍କ ସନ୍ଦେହ ନ ହେବା ଲାଗି ଗାଡ଼ିକୁ କିଛିଦୂରରେ ରଖି ତାଙ୍କୁ ଚିହ୍ନଟ କରିଥିଲୁ। ପରେ ପାଖକୁ ଯାଇ ତାଙ୍କୁ କାବୁ କରିଥିଲୁ। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପରେ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିଥିଲୁ।

– ରିପୋର୍ଟ: ଓଁକାର ମିଶ୍ର, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri