ଥାନା ଅଧିକାରୀଙ୍କ ଅନୁଭୂତି: ଅଭିଯୁକ୍ତଙ୍କୁ ଧରାଇଲା ସରପଞ୍ଚଙ୍କ ଫୋନ କଲ୍‌

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ୍‌ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁ ଦାୟିତ୍ୱ ସମ୍ପାଦନ ବେଳର ଅନୁଭୂତି ଅନେକ ପୋଲିସ ଅଧିକାରୀଙ୍କ ପାଇଁ ଅପାସୋରା ହୋଇ ରହିଥାଏ। ଏଭଳି ଏକ ଅନୁଭୂତି ସମ୍ପର୍କରେ ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ଯାହା କୁହନ୍ତି….

୨୦୧୫ରେ ମୁଁ ଯାଜପୁର ଜିଲା ଧର୍ମଶାଳା ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟ କରୁଥାଏ। ଚଣ୍ଡିଖୋଲଠୁ ଅଳ୍ପଦୂର ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ହତ୍ୟାକାରୀ କୌଣସି ସୁରାକ ଛାଡି ନ ଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳି ନ ଥିଲା। ତେଣୁ ହତ୍ୟାକାରୀଙ୍କୁ ଖୋଜି ବାହାର କରିବା ପୋଲିସ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା। ମୃତ ଯୁବକଙ୍କ ଫଟୋ ଆମେ ସମସ୍ତ ଥାନାକୁ ପଠାଇଥିଲୁ। କିଛିଦିନ ପରେ ମୃତ ଯୁବକଙ୍କ ମା’ବାପା ଆସି ଯୁବକଙ୍କୁ ଚିହ୍ନଟ କରିଥିଲେ। ଯୁବକ ଜଣକ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ବୋଲି ଜଣାପଡ଼ିଥିଲା। ସେ ଗାଡ଼ି ଡ୍ରାଇଭର ଭାବେ କାମ କରୁଥିଲେ। ଏହାପରେ ଆମେ ନୀଳଗିରି ଯାଇଥିଲୁ। ମୃତକଙ୍କ ଫୋନ କଲ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲୁ। ସିଡିଆର(କଲ୍‌ ରେକର୍ଡ ଡିଟେଲ)ରୁ ୩ଟି ସନ୍ଦେହଜନକ ନମ୍ବର ପାଇଥିଲୁ। ହେଲେ ଟ୍ରାକ୍‌ କରି ନମ୍ବର ମାଲିକଙ୍କ ନିକଟରେ ପହଞ୍ଚିବାରୁ ତାଙ୍କ ପରିଚୟପତ୍ରରେ ଅନ୍ୟ କେହି ସିମ୍‌ କିଣିଥିବା ଜାଣିବାକୁ ମିଳିଥିଲା। ସେତେବେଳେ ଜାଲ ପରିଚୟ ପତ୍ରରେ ସିମ୍‌ ମିଳୁଥିବାରୁ ଅଭିଯୁକ୍ତଙ୍କୁ କଲ୍‌ ଟ୍ରାକ୍‌ କରି ଧରିବାରେ ବାଧା ସୃଷ୍ଟି ହେଉଥିଲା। ଏମିତି ଦିନେ ନୀଳଗିରି ଥାନାରେ ବସିଥିଲି। ଅଭିଯୁକ୍ତଙ୍କୁ କେମିତି ଧରିବି ସେହି କଥା ହିଁ ମନରେ ଚାଲୁଥାଏ। ସେହି ସମୟରେ ଥାନାକୁ ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚ ଆସିଥିଲେ। କ’ଣ ମନକୁ ଆସିଲା ତାଙ୍କୁ ଅଭିଯୁକ୍ତଙ୍କ ନମ୍ବରରେ କଲ୍‌ କରିବାକୁ କହିଲି। ସରପଞ୍ଚ ସେ ନମ୍ବରରେ କଲ କରିବାରୁ ସେହି ଯୁବକ ଅନ୍ୟପଟରୁ କହିଲେ ‘ଭାଇ ଆପଣଙ୍କର କିଛି କାମ ଥିଲା କି’। ତେବେ ମୋ କହିବା ମୁତାବକ ସରପଞ୍ଚ ଯୁବକଙ୍କୁ ଦେଖା କରିବାକୁ ଡାକିଥିଲେ। ଯୁବକ ଜଣକ ଆସିବା ପରେ ମୁଁ ତାଙ୍କୁ ଧରିଥିଲି। ପଚରାଉଚରା ପରେ ସେ ୩ଜଣ ସାଙ୍ଗଙ୍କ ସହ ମିଶି ଯୁବକଙ୍କୁ ହତ୍ୟା କରିଥିବା କଥା ମାନିଥିଲେ। ତେବେ ଧରାପଡ଼ିଥିବା ଯୁବକଙ୍କ ଆଉ ଜଣେ ବନ୍ଧୁ ହିଁ ସମସ୍ତ ଘଟଣାର କାର୍ପଟଦାର ବୋଲି ମାନିଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଧରପଗଡ଼ ପାଇଁ ଆମେ ଧରିଥିବା ଯୁବକଙ୍କୁ ଫୋନ କରିବାକୁ କହିଲି। ତଦନୁଯାୟୀ ଯୁବକ ଜଣକ ଫୋନ କରିବାରୁ ମୁଖ୍ୟ ଅଭିଯୁକ୍ତ ସନ୍ଦେହ କରି ‘ତୁ ପୋଲିସ ପାଖରେ ଅଛୁ କି’ ବୋଲି ପ୍ରଶ୍ନ କରିଥିଲେ। ଯୁବକ ଜଣକ ମନା କରିବାରୁ ସେ ପୋଲିସକୁ ଗାଳି ଦେବାକୁ କହିଥିଲେ। ଏହାପରେ ମୋ ନିର୍ଦ୍ଦେଶ ଅନୁଯାୟୀ ଯୁବକ ଜଣକ ପୋଲିସକୁ ଗାଳି ଦେଇଥିଲେ। ଭରସା ଜିତିବା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଡାକିବା ପାଇଁ ଯୁବକଙ୍କୁ କହିଥିଲି। ଯୁବକ ଜଣକ ତାଙ୍କୁ ସାକ୍ଷାତ୍‌ କରିବା ପାଇଁ ଡାକିବାରୁ ୧୦ ମିନିଟ ଭିତରେ ନିକଟସ୍ଥ ଏକ ସ୍ଥାନରେ ପହଞ୍ଚତ୍ବେ ବୋଲି ମୁଖ୍ୟ ଅଭିଯୁକ୍ତ ତାଙ୍କୁ କହିଥିଲେ। ଏହାପରେ ମୁଁ ଓ ମୋର ଦୁଇଜଣ ସହଯୋଗୀ ଉକ୍ତ ଯୁବକଙ୍କୁ ସାଙ୍ଗରେ ଧରି ଏକ ଭଡ଼ା କାରରେ ଉକ୍ତ ସ୍ଥାନକୁ ଯାଇଥିଲୁ। ତେବେ ମୁଖ୍ୟ ଅଭିଯୁକ୍ତଙ୍କ ସନ୍ଦେହ ନ ହେବା ଲାଗି ଗାଡ଼ିକୁ କିଛିଦୂରରେ ରଖି ତାଙ୍କୁ ଚିହ୍ନଟ କରିଥିଲୁ। ପରେ ପାଖକୁ ଯାଇ ତାଙ୍କୁ କାବୁ କରିଥିଲୁ। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପରେ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିଥିଲୁ।

– ରିପୋର୍ଟ: ଓଁକାର ମିଶ୍ର, କଟକ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri